ରାତି ଅଧରେ ସମୁଦୁଣି ରୁମରେ ପଶିଗଲା ସମୁଦି… ଗୋଡାଇ ଗୋଡାଇ ଧରିଲେ ଗାଁ ଲୋକେ, ଆଉ ତାପରେ…

ରାତିସାରା ଅପହରଣ କରିବାକୁ ଗାଁରେ ବୁଲୁଥିଲା। ଆଉ ସୁଯୋଗ ଦେଖି ପୁଅର ମାକୁ ଉଠାଇ ନେଇଥିଲା। ଗାଁ ଲୋକଙ୍କ ସମ୍ମୁଖରେ ଶାନ୍ତ ମଣିଷ ଭଳି କରୁଛନ୍ତି ବ୍ୟବହାର କିନ୍ତୁ ପ୍ରକୃତରେ ରାତି ଅଧରେ ବିବାହ କରିଥିବା ତାଙ୍କ ଝିଅ ବିବାହ କରିଥିବା ପୁଅର ମାକୁ ଅପହରଣ କରିଥିଲେ। ଠିକ୍ ସେତିକି ବେଳେ ଗାଁ ଲୋକେ ବ୍ୟକ୍ତି ଜଣଙ୍କୁ ଧରି ନେଇଥିଲେ।

ଗାଁ ଲୋକେ କହିଛନ୍ତି ଯେ, ବ୍ୟକ୍ତି ଜଣଙ୍କ ଦିନରେ ବୁଲୁଥିବା ଆଉ ମହିଳାଙ୍କ ଲୁଗା ମଧ୍ୟ ଚିରି ଦେଇଉଥିଲେ। ଏହାକୁ ଦେଖି ଗ୍ରାମବାସୀ ମାନେ ରାଗି ଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ୍ବୀ ୪୮ ଗ୍ରାମରେ। ଖବର ମୁତାବକ ଏମ୍ବି ୪୮ ଗ୍ରାମର ଚମ୍ପା ସରକାରଙ୍କ ପୁଅ କୁଲଦୀପ ସରକାର। ମାଲକାନଗିରି ପଡୋଶୀ ଛତିଶଗଡ ଜିଲ୍ଲା ଗଉଡ ସରକାରଙ୍କ ଝିଅ ଜ୍ୟୋତିମାଳା ସହିତ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ରହିଥିଲା।

ପରେ ଉଭୟ ପୁଅ ଝିଅ ଘରକୁ ଚାଲି ଆସି ବିବାହ କରିଥିଲେ, ଯାହା ପରେ ପୁଅଘର ଲୋକେ ଜ୍ୟୋତିଙ୍କୁ ବୋହୂ ରୂପରେ ଗ୍ରହଣ କରିଥିବା ବେଳେ ଏହାକୁ ଝିଅ ଘର ଲୋକେ ସ୍ବୀକାର କରିନଥିଲେ। ନିଜ ଝିଅକୁ ଘରକୁ ଫେରାଇ ନେବା ପାଇଁ ଏମ୍ବି ୪୮ ଗ୍ରାମରକୁ ଆସିଥିଲେ। ରାତି ଅଧରେ ବୁଲି ବୁଲି ପୁଅ ଓ ଝିଅକୁ ନପାଇବାରୁ ପୁଅର ମାକୁ ଅପହରଣ କରି ନେଇଯାଇଥିଲେ।

ଏହି ଘଟଣାରେ ସାମିଲ ଥିବା ଝିଅର ଜଣେ ସମ୍ପର୍କୀୟଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଆଉ ଏହାପରେ ବ୍ୟକ୍ତି ଜଣଙ୍କ କହୁଛନ୍ତି ମୋ ନାଁରେ ସବୁ ମିଥ୍ୟା ଅଭିଯୋଗ କରାଯାଇଛି। ପୋଲିସ ମଧ୍ୟ ଅଧିକ ପଚରାଉଚରା ନିମନ୍ତେ ଥାନାକୁ ନେଇଛନ୍ତି। ଯାହାର ଖବର ପାଇ ମାଲକାନଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି। ଏହି ଘଟଣାରେ ସାମିଲ ଥିବା ଝିଅର ଜଣେ ସମ୍ପର୍କୀୟଙ୍କୁ ଥାନାକୁ ଆଣି ପଚରାଉଚରା କରିଥିବା ଜଣା ପଡ଼ିଛି।