ବିଧାୟକଙ୍କର ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ…ସେହି ଶକ୍ତିଶାଳି ବିଧାୟକ ଜଣକ କିଏ ? ଜାଣନ୍ତୁ

ବିଧାୟକଙ୍କ ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ । ଭିଣୋଇ ଭାଇ ଶାଳକ ଉପରେ ରଖିଥିଲେ ଆର୍ଶୀବାଦ । ସେ ଯେତେ କେଳି କରୁଥିଲେ ସୁଦ୍ଧା ତାଙ୍କର କେହି କିଛି କରିପାରୁ ନଥିଲେ । ଏବେ ପ୍ରଶ୍ନ ଆସୁଛି ସେହି ଶକ୍ତିଶାଳୀ ବିଧାୟକ ଜଣକ କିଏ ?

ଜଣେ ବିଧାୟକ ଯିଏ ପୂର୍ବ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଯାହାଙ୍କର ଶଳା ହେଉଛି ଏହି ମୁଖ୍ୟ ଅଭିଯୁକ୍ତ ସମୀର ସାହୁ । ଯିଏ ଭିଣୋଇ ଭାଇଙ୍କ ଠାରୁ ଅଦୃଶ୍ୟ ଶକ୍ତି ପାଉଥିଲା । ବିଧାୟକ ଭିଣୋଇ ଜଣକ ସବୁବେଳେ ପରଦା ପଛରେ ରହୁଥିଲେ । ସେ ସବୁବେଳେ ପ୍ରଫେସର ଜଣଙ୍କର ରକ୍ଷା କବଚ ସାଜିଥିଲେ । ଅନେକ ଛାତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ପରେ ମଧ୍ୟ ତାଙ୍କର କେହି କିଛି କରିପାରୁ ନଥିଲେ । ଏବେ ଏହି ବିଧାୟକ ଜଣଙ୍କୁ ନେଇ ଅନେକ ଖବର ଆସୁଛି ।

ଏହି ବିଧାୟକ ଜଣକ କିଏ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ଆଉ ଏହାର ଉତ୍ତର ପୂର୍ବ ସରକାର ଦେଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଭାବଶାଳୀ ବିଧାୟକ ଜଣଙ୍କର ଶଳା ହେଉଛନ୍ତି ପ୍ରଫେସର ସମୀର ସାହୁ । ଆଉ ସେ ବାରମ୍ବାର ଅନେକ ଛାତ୍ରୀଙ୍କ ସହ ସମ୍ପର୍କରେ ଅଛନ୍ତି । ଆଉ ଏହିସବୁ କରି ଧାରା ପଡ଼ିବା ପରେ ମଧ୍ୟ ସମୀର ସାହୁ ଗୋଟିଏ କଲେଜରୁ ଆଉ ଗୋଟିଏ କଲେଜ ବଦଳି ହେଉଥିଲେ । ତଥାପି ସୁଧୁରୁ ନଥିଲେ ଏହି ପ୍ରଫେସର ଜଣକ । ଏହି ପ୍ରଫେସର ଜଣକ ଜୁନିଅର ଅଧ୍ୟାପକ ହୋଇଥିବା ପରେ ମଧ୍ୟ ତାଙ୍କୁ ଡିପାର୍ଟମେଣ୍ଟର ମୁଖ୍ୟ କରାଯାଇଥିଲା ।

ପ୍ରଥମେ ସେ ଢେଙ୍କାନାଳ ଭୁବନ କଲେଜରେ ପାଠ ପଢ଼ାଉଥିଲେ ଆଉ ସେଠାରେ ସେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ସେଠାରେ ସେ ଏଭଳି ମାଡ଼ ଖାଇଥିଲେ ଯେ ତାଙ୍କ ଗୋଡ ଛୋଟା ହୋଇ ଯାଇଥିଲା । ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ଆଉ ଏକ କେଲେଜକୁ ବଦଳି କରି ଦିଆଗଲା । ଏହାପରେ ସେହି କଲେଜରେ ଏଭଳି କାମ କରିବା ପରେ ସେ ବାଲେଶ୍ଵର ଏଫଏମ କଲେଜକୁ ଯାଇଥିଲେ । ସୌମ୍ୟାଶ୍ରୀଙ୍କ ସହ ଅସଦାଚରଣ କରିବା ପରେ ସେ ଏହାର ବିରୋଧ କରିଥିଲେ । ଆଉ ପ୍ରିନ୍ସିପାଲ ତାଙ୍କୁ ପ୍ରମାଣ ମାଗିଥିଲେ ଏଭଳି କିଛି ହୋଇଥିଲା ଯେଉଁଥିପାଇଁ ଆଜି ସୌମ୍ୟାଶ୍ରୀ ଏହି ଦୁନିଆରେ ନାହାଁନ୍ତି । ଏବେ ଏହି ଘଟଣାର ତଦନ୍ତ ଚାଲିଛି ଆଉ ତଦନ୍ତ ପରେ ଏହି ବିଧାୟକ କାନ୍ଦି କିଏ ତାହା ଜଣାପଡ଼ିବ ।