ଏ ମହିଳାଙ୍କୁ ଟିକେ ଭଲ କରି ଦେଖନ୍ତୁ ଆଉ କୁହନ୍ତୁ, ଇଏ ଜଣେ ବିଦେଶିନୀ ନା ଖାଣ୍ଟି ଓଡିଆଣୀ ! ଦେଖନ୍ତୁ ଭିଡିଓ

ଆପଣମାନେ ସମସ୍ତେ ତ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଦେଖିଥିବେ । ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ ନୀତି ସମ୍ପନ୍ନ ହୋଇଯାଇଛି । ସୁନାରେ ସଜାଇ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁଙ୍କ ରାଜା ରାଜକୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଲାଗିଥିଲା । ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହି ଦୃଶ୍ୟ ହେଉଛି ଯେଉଁ ସ୍ଥାନରେ ଭକ୍ତମାନେ ଜୋତା ପିନ୍ଧି ଯାଇଥିଲେ ସେହି ସ୍ଥାନରେ ଦୁଇଜଣ ଖାଲି ପାଦରେ ଯାଉଥିଲେ ।

ଏହି ଦୁଇଜଣ ହେଉଛନ୍ତି ବିଦେଶୀନୀ । ଏହି ଦୁଇଜଣ ହେଉଛନ୍ତି ମହିଳା ଆଉ ପୁରୁଷ । ଏମାନେ ସାତ ଦରିଆ ଡେଇଁ ଆସିଥିଲେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ । ସେମାନେ ଖାଲି ପାଦରେ ଚାଲି ଚାଲି ଯାଇଥିଲେ ଆଉ ଏହା ୨୮ ତାରିଖରେ ଦେଖା ଯାଇଥିଲା । ଆଉ କିଛି ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ଭୁବନେଶ୍ୱର ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ବହୁତ ଭିଡ଼ ହୋଇଥାଏ । ଆଉ ଏଠାରେ କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।

ସେଠାରେ ଭକ୍ତଙ୍କ ଭିଡ଼ ଭିତରେ କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବହୁତ ମନୋଲୋଭା ଅଟେ । ଏହି ଦୃଶ୍ୟ ମୋବାଇଲରେ କଏଦ ହୋଇଥିଲା । ଏହି ଦୃଶ୍ୟ ହେଉଛି, ଜଣେ ମହିଳା ତାଙ୍କ କୁନି ପୁଅକୁ ଧରି ଶ୍ରଦ୍ଧାଳୁଙ୍କ ଭିତରେ ଯାଉଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ଜଣେ ବିଦେଶିନୀ । ଏହି ବିଦେଶିନୀ ଜଣକ ସାଧାରଣ ଓଡ଼ିଆ ଘରର ବୋହୂ ଭଳି ଶାଢ଼ୀ ପିନ୍ଧି କୁନି ପୁଅକୁ ଧରି ଚାଲୁଥିଲେ । ପୁଅକୁ ସାଙ୍ଗରେ ଧରି ଶ୍ରଦ୍ଧାଳୁଙ୍କ ଭିତରେ ଯାଉଥିଲେ । ଆଉ ସେତେବେଳେ ତାଙ୍କୁ ଦେଖି ରିପୋର୍ଟର ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଏହି ମହିଳା ଜଣକ ହେଉଛନ୍ତି ଜଣେ ବିଦେଶିନୀ । ଏହି ବିଦେଶିନୀ ଜଣଙ୍କୁ ଦେଖିଲେ କେହି କହିବେ ନାହିଁ ସେ ବିଦେଶିନୀ ବୋଲି । ସେ ଓଡ଼ିଆଙ୍କ ଭଳି ପୋଷାକ ବା ଶାଢ଼ୀ ପିନ୍ଧିଛନ୍ତି । ତାଙ୍କୁ ଦେଖିଲେ ସେ ଜଣେ ଖାଣ୍ଟି ଓଡ଼ିଆଣୀ ଭଳି ଲାଗୁଥିଲେ । ଏହି ବିଦେଶିନୀ ଜଣକ ତାଙ୍କ ପୁଅକୁ କାଖରେ କାଖେଇ କରି ନେଉଥିଲେ । ଏହି ଦୃଶ୍ୟ ଦେଖିବାକୁ ବହୁତ ବିରଳ ଥିଲା । ଦେହରେ ସୂତା ଶାଢ଼ୀ, ମୁଣ୍ଡରେ ଓଢନୀ ଆଉ ଶଙ୍ଖା ପିନ୍ଧି ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ଏହି ବିଦେଶିନୀ ଜଣଙ୍କର ଏଭଳି ବେଶଭୂଷା ଆଉ ପ୍ରଭୁଙ୍କ ପ୍ରତି ପ୍ରେମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ମହିଳାଙ୍କ କୁନି ପୁଅ ମୁଣ୍ଡରେ ଜଟ ମଧ୍ୟ ରଖିଥିଲେ । ଏହି ଦୃଶ୍ୟ ଆମ ଓଡ଼ିଆ ଜାତିକୁ ଗର୍ବିତ କରୁଛି ।