ମହିଳା ବିଡିଓଙ୍କୁ ନିର୍ଯାତନା ଦେଉଥିଲେ ରତ୍ନାକର ସାହୁ, ସାମ୍ନାକୁ ଆସିଲା ଅଭିଯୋଗର ଅଡିଓ, ଶୁଣନ୍ତୁ

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି । ଏହି ଅଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଜନୈକା ମହିଳା ଓଏଏସ ଅଧିକାରିଣୀଙ୍କୁ ସେ ସଂଜରେ ଆସିବାକୁ କହୁଥିଲେ । ତାଙ୍କୁ ବାରମ୍ବାର ହାରାସ୍‌ ବି କରୁଥିବାର ଅଭିଯୋଗ ହୋଇଛି ।ସଂପୃକ୍ତା ମହିଳା ବିଡ଼ିଓ କହିଛନ୍ତିଯେ, ତେନ୍ତୁଳିଖୁଣ୍ଟି ବିଡ଼ିଓ ଥିବାବେଳେ ରତ୍ନାକର ବାବୁ ଡିଆରଡ଼ିଏରେ ଚାକିରୀ କରୁଥିଲେ ।

ପ୍ରତିଦିନ ସେ ଆସି ବିରକ୍ତ କରନ୍ତି । ତାଙ୍କୁ ମୋ ପାଖକୁ ଆସିବାକୁ ମନାକଲା । ପରେ ମୁଁ କୋଷାମଗୁଡ଼ା ବ୍ଳକକୁ ଗଲାବେଳେ ଏହି ଲୋକଟା ଦୁର୍ଭାଗ୍ୟକୁ ଏଡ଼ିଏମ ହୋଇଥିଲେ । ସେ ପିଡ଼ି ହୋଇଯାଇଥିବାରୁ ସଂଜକୁ ଡାକି ହଇରାଣ କରନ୍ତି । ମୋତେ ହାରାସ୍‌ କଲେ । ମୋ ବ୍ଳକ ଜିଲ୍ଲାରେ ଭଲ ପ୍ରଦର୍ଶନ କରୁଥିଲେ ବି ମୋତେ ବାରମ୍ବାର ସେ ହଇରାଣ କରିଥିଲେ । ପ୍ରତି ମିଟିଂରେ ସେ ମୋତେ ଟର୍ଚ୍ଚର କରୁଥିଲେ । ମୋ ନାଁରେ ମିଛ ଅଭିଯୋଗ କରି ନିଲମ୍ବିତ କରିଦେଇଥିଲେ ।

କୋଭିଡ଼ ସମୟରେ ମୋତେ ସେ ଟଙ୍କା ମାଗିଥିଲେ । ମୁଁ କିନ୍ତୁ ଟଙ୍କା ଦେଇନଥିଲି । ଏମିତି ମୋତେ ହଇରାଣ କଲେଯେ, ମୋର ଗର୍ଭପାତ ହୋଇଗଲା । ନବୀନ ସରକାରଙ୍କ ଅମଳରେ ଉପରସ୍ତରରେ ତାଙ୍କର ଭଲ ହାତ ଥିବାରୁ ମୁଁ ଆଉ ଲଢ଼ିପାରିଲିନି । ୨୦୧୧ ବ୍ୟାଚ ଓଏଏସ ଅକ୍ଷୟମିତା ଏଭଳି ଅଭିଯୋଗ କରିଛନ୍ତି । ଏମିତିକି ବରିଗୁମ୍ମା ବ୍ଳକରେ ଜଣେ ତାଙ୍କ ପାଇଁ ଆତ୍ମହତ୍ୟା କରିଥିଲେ ବୋଲି ସେ କହିଛନ୍ତି ।