ଓୟୋକୁ ସୁନ୍ଦରୀ ପ୍ରେମିକାକୁ ଡାକିଲା, ମନ ଭରି ଉପଭୋଗ କରିବା ପରେ ୨୦ ଥର ଛୁରି ଭୁଷି ମାରିଦେଲା, ଜାଣନ୍ତୁ ପୁରା‌ ଘଟଣା

ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜ୍ ଭିତରେ ଜଣେ ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ମୃତ ଯୁବତୀ ଜଣଙ୍କ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଫାଣ୍ଡି ନିକଟରେ ରହୁଥିବା ପାଢୀ କଲୋନୀର ପ୍ରିୟା ମହାରଣା(୨୪) । ପ୍ରିୟାଙ୍କୁ ହତ୍ୟା କରିଥିବା ଲାଞ୍ଜିପଲ୍ଲୀ ଉମାନଗର ୧ମ ଲାଇନର ଅଭୟ କୁମାର ମହାରଣା(୨୪)ଙ୍କୁ ପୁଲିସ ଗିରଫ କରିଛି ।

ସୂଚନାପ୍ରକାରେ, ପାଢୀ କଲୋନୀର ପ୍ରଭାକର ମହାରଣାଙ୍କ ଉଚ୍ଚÿଶିକ୍ଷିତା ଝିଅ ପ୍ରିୟା ମହାରଣା ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ ଠାରେ ଥିବା ସମ ହସପିଟାଲରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ସେ ଡୁ୍ୟଟିକୁ ଯାଉଛି କହି ଘରୁ ବାହାରିଥିଲେ । ହେଲେ ସେ ଡୁ୍ୟଟିକୁ ଯିବା ବଦଳରେ ଅଭିଯୁକ୍ତ ଅଭୟ ମହାରଣା ସହ ମିଶି ନୂଆ ବସଷ୍ଟାଣ୍ଡ ଠାରେ ଥିବା ପୁଷ୍ପାଞ୍ଜଳି ଲଜକୁ ଯାଇଥିଲେ । ଉଭୟ ସେହି ଲଜର ୧୧୨ ନଂ ରୁମରେ ରହିଥିଲେ ।

ହେଲେ ଅପରାହ୍ନରେ ସେହି ରୁମ ଭିତରେ ଅଭିଯୁକ୍ତ ଅଭୟ ଏକ ଛୁରୀ ସାହାର୍ଯ୍ୟରେ ପ୍ରିୟାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ପ୍ରିୟାଙ୍କ ପେଟ ସମେତ ଶରୀରର ଅନ୍ୟ ସ୍ଥାନରେ ଛୁରୀ ମାଡ ହେବା ପରେ ସେ ତଳେ ପଡି ଗୁରୁତର ହୋଇ ଯାଇଥିଲେ । ଏହାପରେ ଅଭୟ ସେହି ରୁମର କବାଟ ବନ୍ଦ କରି ଲଜ କର୍ମଚାରୀଙ୍କୁ କିଛି ନକହି ବାହାରକୁ ଚାଲିଯାଇଥିଲେ । କିଛି ସମୟ ପରେ ଅଭିଯୁକ୍ତ ଅଭୟ ଗୋସାଇଁନୂଆଗାଁ ଥାନାକୁ ଯାଇ ଆତ୍ମସମର୍ପଣ କରିବା ସହ ନିଜ ଦୋଷ ସ୍ୱୀକାର କରି ଘଟଣା ସମ୍ପର୍କରେ ଜଣାଇଥିଲେ ।

ଗୋସାଇଁନୂଆଗାଁ ଥାନା ପୁଲିସ ପକ୍ଷରୁ ତୁରନ୍ତ ବୈଦ୍ୟନାଥପୁର ଥାନାକୁ ଅବଗତ କରାଯାଇଥିଲା । ବୈଦ୍ୟନାଥପୁର ଥାନା ପୁଲିସ ତୁରନ୍ତ ସେହି ଲଜକୁ ଯାଇ ୧୧୨ ନମ୍ବର ରୁମ ଖୋଲି ଦେଖିବା ବେଳକୁ ପ୍ରିୟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିଲେ । ପୁଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲକୁ ନେଇଥିଲା । ହେଲେ ସେତେବେଳକୁ ପ୍ରିୟାଙ୍କ ମୃତୁ୍ୟ ହୋଇ ସାରିଥିଲା ।

ଗୋସାଇଁନୂଆଗାଁ ଥାନା ପୁଲିସ ପକ୍ଷରୁ ତୁରନ୍ତ ବୈଦ୍ୟନାଥପୁର ଥାନାକୁ ଅବଗତ କରାଯାଇଥିଲା । ବୈଦ୍ୟନାଥପୁର ଥାନା ପୁଲିସ ତୁରନ୍ତ ସେହି ଲଜକୁ ଯାଇ ୧୧୨ ନମ୍ବର ରୁମ ଖୋଲି ଦେଖିବା ବେଳକୁ ପ୍ରିୟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିଲେ । ପୁଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲକୁ ନେଇଥିଲା । ହେଲେ ସେତେବେଳକୁ ପ୍ରିୟାଙ୍କ ମୃତୁ୍ୟ ହୋଇ ସାରିଥିଲା ।

ଖବରପାଇଁ ଦକ୍ଷିଣାଞ୍ଚଳ ଆଇଜି ନିତୀ ଶେଖର, ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସଂପୃକ୍ତ ଲଜରେ ପହଞ୍ଚି ତଦନ୍ତ କରିଥିଲେ । ତେବେ ଅଭିଯୁକ୍ତ ଅଭୟ ତାଙ୍କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରି ନିଜ ସାଙ୍ଗରେ ଛୁରୀ ଧରି ଲଜକୁ ଯାଇଥିଲେ ବୋଲି ପୁଲିସ ସନେ୍ଦହ କରୁଛି । ଉଭୟଙ୍କ ମଧ୍ୟରେ ବହୁ ବର୍ଷ ହେବ ପରିଚୟ ରହିଥିଲା ।

ହେଲେ ସେ କେଉଁ କାରଣରୁ ତାଙ୍କୁ ହତ୍ୟା କଲେ ତାହା ଜଣାପଡିନାହିଁ । ପ୍ରିୟାଙ୍କ ପରିବା ଲୋକଙ୍କ ସମେତ ଅଞ୍ଚଳବାସୀ ବୈଦ୍ୟନାଥପୁର ଥାନାରେ ଜମା ହେବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଛି । ପ୍ରିୟାଙ୍କ ଶବକୁ ଏମକେସିଜି ଶବ ଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ବ୍ୟବଛେଦ କରାଯିବ ବୋଲି ଜଣାପଡିଛି ।