ଚର୍ଚ୍ଚାରେ ପାକିସ୍ତାନୀ ଗୁପ୍ତଚର ସାଙ୍ଗ ପ୍ରିୟଙ୍କା, ପୁରୀ ବଡଦାଣ୍ଡରେ ପାସ୍ ନେଇ ମୁଁହରେ ମାସ୍କ ପିନ୍ଧି ଭିଡିଓ କରୁଛି, ଜାଣନ୍ତୁ ପୁରା‌ ଖବର

ପୁଣି ଚର୍ଚ୍ଚାରେ ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ଗିରଫ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହ ପୋଲିସ ସ୍କାନରରେ ଥିବା ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ସେନାପତି ପୁଣି ଚର୍ଚ୍ଚାରେ । ରଥ ଯାତ୍ରା ସମୟର ଭିଡ଼ିଓ ଇନଷ୍ଟାରେ ପୋଷ୍ଟ କରିଛନ୍ତି ପ୍ରିୟଙ୍କା । ସେ କର୍ଡନ ଭିତରକୁ ଯାଇ ମଧ୍ୟ ଭିଡିଓ କରିବା ଦେଖିବାକୁ ମିଳିଛି ।

ପୋଲିସ ସ୍କାନରରେ ଥିବା ଜଣେ ପାକିସ୍ତାନୀ ଗୁପ୍ତଚରଙ୍କ ସହଯୋଗୀକୁ କିଭଳି କର୍ଡନ ପାସ ମିଳିଲା ତାକୁ ନେଇ ପ୍ରଶ୍ନ ଉଠିଛି । ପ୍ରିୟଙ୍କା ସେନାପତିଙ୍କୁ କିଏ ଦେଲେ କର୍ଡନ ପାସ୍ ? କିଭଳି ହାଇ ସିକ୍ୟୁରିଟି ଭିତରେ ସେ ଭିଡିଓ କଲେ ? କିଭଳି ନିକଟରୁ ଜଗା ଦର୍ଶନ କଲେ ? ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜ୍ୟୋତି ମଲହୋତ୍ରା ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ପ୍ରିୟଙ୍କା ମଧ୍ୟ ସାଙ୍ଗରେ ଥିଲେ । ଜ୍ୟୋତିଙ୍କ ସହ ପ୍ରିୟଙ୍କା ବୁଲା ବୁଲି, ଖିଆ ପିଆ ବି କରିଥିଲେ । ଏମିତିକି ତାଙ୍କ ସହ ଓଡ଼ିଶାରେ କିଛିଦିନ ସମୟ ମଧ୍ୟ ବିତାଇଥିଲେ । ଖାଲି ସେତିକି ନୁହେଁ, କିଛି ଦିନ ପୂର୍ବରୁ ପ୍ରିୟଙ୍କା ମଧ୍ୟ ପାକିସ୍ତାନ ଯାଇ ଭିଡିଓ ବନେଇବା ସହ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ରହିଛି । ଏମିତି ତମାମ ତଥ୍ୟପ୍ରମାଣକୁ ଯଦି ଏକାଠି କରି ଦେଖିବା ତେବେ ପ୍ରିୟଙ୍କାଙ୍କ ଉପରେ ସନ୍ଦେହ ଆସିବା ସ୍ୱାଭାବିକ୍ ।