ଜଣାପଡ଼ିଲା ଅଭିନେତ୍ରୀ ଶେଫାଲିଙ୍କ ମୃତ୍ୟୁ କାରଣ, ସୁନ୍ଦରୀ ହେବା ଚକ୍କରରେ କରୁଥିଲେ ଏମିତି ସାଜିଲା ମୃତ୍ୟୁର କାରଣ

ବିଗ୍ ବସ୍ ୧୩’ ଫେମ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କର ୨୭ ଜୁନ୍ ରାତିରେ ୪୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କର ହଠାତ୍ ମୃତ୍ୟୁ ଖବର କେବଳ ତାଙ୍କ ପ୍ରଶଂସକମାନଙ୍କୁ ନୁହେଁ ବରଂ ମନୋରଞ୍ଜନ ଶିଳ୍ପର ତାରକାମାନଙ୍କୁ ମଧ୍ୟ ଦୁଃଖିତ କରିଛି। ଗାୟକ ମିକା ସିଂହ ଏବଂ ଅନ୍ୟାନ୍ୟ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି।

ଶେଫାଲି ଜରିୱାଲାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ସେ ଗତ ୫-୬ ବର୍ଷ ଧରି ଯୁବା ଦେଖାଯିବା ପାଇଁ ଚିକିତ୍ସା କରୁଥିଲେ। ଶେଫାଲି ଦୁଇଟି ଔଷଧ ଖାଉଥିଲେ ଯେଉଁଥିରେ ଭିଟାମିନ୍ ସି ଏବଂ ଗ୍ଲୁଟାଥିଓନ୍ ଅନ୍ତର୍ଭୁକ୍ତ। ଡାକ୍ତର ଦାବି କରିଛନ୍ତି ଯେ, ଏହି ଔଷଧର ହୃଦୟ ସହିତ କୌଣସି ସମ୍ପର୍କ ନାହିଁ। ଏହି ଔଷଧଗୁଡ଼ିକ ଚର୍ମର ରଙ୍ଗ ଉଜ୍ବଳ କରିବା ପାଇଁ ନିଆଯାଏ ଏବଂ ଏହାର ପ୍ରଭାବ କେବଳ ଚର୍ମ ଉପରେ ପଡ଼ିଥାଏ। ଶେଫାଲି ବହୁତ ଫିଟ୍ ଥିଲେ ଏବଂ ମୋତେ କେବେ ବି କୌଣସି ରୋଗ ଥିବା ବିଷୟରେ କହି ନଥିଲେ।

ଏହି ଟ୍ରିଟମେଣ୍ଟ ଜରିଆରେ ବଡ଼ିରେ ଭିଟାମିନ ସି ଏବଂ ଗ୍ଲୁଟାଥିନ ପରିମାଣକୁ ବୃଦ୍ଧି କରିବା । ଚର୍ମରେ ଥିବା ମଇଳାକୁ ବାହାର କରିବା ଏବଂ ଚମକପ୍ରଦ ଚର୍ମ ପ୍ରବଦାନ କରିବାରେ ଗ୍ଲୁଟାଥିନ ସାହାଯ୍ୟ କରେ । ଏହି ଟ୍ରିଟମେଣ୍ଟ ଯୋଗୁ ଔଷଧ ରିଆକ୍ସନରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିବା ଆଶଙ୍କା କରାଯାଉଛି ।

ଶୁକ୍ରବାର ବିଳମ୍ବିତ ରାତିରେ ଶେଫାଲିଙ୍କର ହୃଦଘାତ ହୋଇଥିଲା । ଯାହାପରେ ସ୍ୱାମୀ ପରାଗ ତାଙ୍କୁ ଡାକ୍ତରଖାନା ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨୦୦୨ ମ୍ୟୁଜିକ ଭିଡିଓ କାଣ୍ଟାଲଗାରେ ଶେଫାଲି ଫେମଶ୍ ହୋଇଥିଲେ । ଏହାଛଡ଼ା ବିଗବସ୍ ସିଜନ ୧୩ରେ ଅଂଶଗ୍ରହଣ କରିଥିଲେ ସେ । ଏକାଧିକ ରିଆଲିଟି ଶୋ’ ଏବଂ ଫିଲ୍ମ, ସିରିଏଲରେ ସେ ଅଭିନୟ କରିଛନ୍ତି ।