ଶିକ୍ଷକଙ୍କ ସହ ରାତି କାଟୁଥିଲା ରୋଷେଇୟା, ଘଟିଲା ଏମିତି କିଛି ଚାଲିଗଲା ଜୀବନ, ଜାଣନ୍ତୁ ପୁରା‌ ଘଟଣା

ଏଭଳି ଲୋକ ଏହି ସମାଜରେ ଅଛନ୍ତି ଯେଉଁମାନେ ଏଭଳି କିଛି କାମ କରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଜଣେ ରୋଷେୟା ସ୍କୁଲରେ ରୋଷେଇ କରନ୍ତି । ଆଉ ସେ ରୋଷେଇ କରିବା ସହ ଶିକ୍ଷକଙ୍କ ପ୍ରେମରେ ପଡ଼ିଥିଲେ । ସବୁଦିନ ଶିକ୍ଷକଙ୍କ ସହ ରାତି ବିତାଉଥିଲେ । ଆଉ ଶେଷରେ ଗୋଟିଏ ରାତି ତାଙ୍କ ଜୀବନର ଶେଷ ରାତି ହୋଇଗଲା । ଏହି ପ୍ରେମିକା ଜଣଙ୍କର ବୟସ ୪୦ ବର୍ଷ । ରକ୍ତ ଯୁଡୁବୁଡୁ ଅବସ୍ଥାରେ ବିଛଣାରେ ମୃତଦେହ ପଡିଥିଲା ।

ଶିକ୍ଷକ ଜଣକ ବିବାହିତ ଆଉ ଏହି ରୋଷେୟା ମହିଳା ଜଣକ ବି ବିବାହିତା ଅଟନ୍ତି । ଉଭୟଙ୍କର ସନ୍ତାନ ବି ଅଛନ୍ତି । ଆଉ ସନ୍ତାନ ଥାଇ ଏଭଳି କାଣ୍ଡ କରିବା ଏହି ସମାଜ ପାଇଁ ଖରାପ ଅଟେ । ପରକୀୟା ପ୍ରୀତି ପାଇଁ ପ୍ରେମିକା ଜଣଙ୍କର ଜୀବନ ଚାଲିଗଲା । ପ୍ରେମିକା ଜଣଙ୍କର ମୃ-ତ୍ୟୁ ପରେ ପ୍ରେମିକ ଶିକ୍ଷକ ଜଣଙ୍କୁ ପୋଲିସ ଗିରଫ କରିଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡଆମ୍ବଡା ପଂଚାୟତ ସଦର ସ୍ଥିତ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ହେଉଛନ୍ତି ଚନ୍ଦ୍ର ସିଂ ।

ସେ ତାଙ୍କ ପ୍ରେମିକା ଯିଏ ସେହି ସ୍କୁଲରେ ରୋଷେୟା ଭାବରେ କାମ କରୁଥିଲେ । ସେମାନେ ପରସ୍ପର ସହ ସମ୍ପର୍କ ରଖୁଥିଲେ । ହଠାତ୍ ସେମାନେ ଏକାଠି ଥିବା ସମୟରେ ପ୍ରେମିକା ଜଣଙ୍କୁ ଅଚେତ ଅବସ୍ଥାରେ ଦେଖିବା ପରେ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । କିନ୍ତୁ ମହିଳା ମୃ-ତ୍ୟ ବରଣ କରିଥିବା ଡାକ୍ତର ସୂଚନା ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ସେଠାରୁ ଶିକ୍ଷକଙ୍କୁ ଥାନା କୁ ନେଇ ଆସି ପଚରା ଉଚୁରା ଜାରି ରଖିଛି । ଏହି ରୋଷେୟା ଜଣକ ହେଉଛନ୍ତି ସ୍ୱାତୀ ଜାନି ।

ଉଭୟଙ୍କର ପିଲା ଛୁଆ ଥାଇ ମଧ୍ୟ ପରସ୍ପରକୁ ଭଲ ପାଉଥିଲେ ଆଉ ସମୟ ପାଇଲେ ଏକାଠି ସମୟ ବିତାଉଛନ୍ତି । ଏହି ବିଷୟରେ ଯେତେବେଳେ ପରିବାର ଲୋକ ଜାଣିଥିଲେ ସେତେବେଳେ ସେମାନଙ୍କୁ ଅଲଗା ଟ୍ରାନ୍ସଫର୍ କରାଯାଇଥିଲା । କିନ୍ତୁ ସେମାନେ ପୁଣି ଏକାଠି ହୋଇ ଯାଇଥିଲେ । ପ୍ରେମିକା ଜଣକ ଶିକ୍ଷକଙ୍କ ବେଡରୁମରେ ଏଭଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ୍ ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ଏହି ଶିକ୍ଷକ ଯୁବକ ମାରି ଦେଇଛନ୍ତି ବୋଲି ଖବର ଆସୁଛି । ଏବେ ସ୍ଵାତୀଙ୍କ ପରିବାର ଲୋକ ଆଉ ସମ୍ପର୍କୀୟ ତାଙ୍କ ଶବକୁ ନେଇ ନଥିଲେ । ଆଉ ପୋଲିସ ବାଧ୍ୟ ହୋଇ ଶବ ସତ୍କାର କରିଛି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।