ଉଡାଣ ଭରିବାର ୩୫ବର୍ଷ ପରେ ଯେତେବେଳେ ଆକାଶରୁ ଫେରିଲା କଙ୍କାଳଭର୍ତ୍ତି ବିମାନ, ଜାଣନ୍ତୁ ପୁରା‌ ଘଟଣା

୧୯୫୪ ମସିହାରେ ସେଣ୍ଟିୟାଗୋ ଏୟାରଲାଇନ୍ସର ଜାହାଜ ପଶ୍ଚିମ ଜର୍ମାନୀର ଆକିନ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ଭରିବା ପରେ ବିମାନ ୫୧୩ କେଉଁଠାରେ ମଧ୍ୟ ଅବତରଣ କରିନଥିଲା। ତେବେ ୧୯୫୪ ମସିହା ସେପ୍ଟେମର ୪ ତାରିଖରେ ୯୨ ଜଣ ଯାତ୍ରୀଙ୍କୁ ନେଇ ଆକାଶ ଭିତରେ ହଜିଯାଇଥିଲା ବିମାନ ନଂ ୫୧୩ ।

ଉଡ଼ାଣ ଭରିବାର ୧୮ ଘଣ୍ଟା ପରେ ବ୍ରାଜିଲର ପୋର୍ଟ ଏଲେଗ୍ରେ ବିମାନ ବନ୍ଦରରେ ଅବତରଣ କରିବାର ଥିବା ବେଳେ ବିମାନ ଆକାଶରେ ଗାୟବ ହୋଇଯାଇଥିଲା । ଅନେକ ଚେଷ୍ଟା ପରେ ବି ଏହି ବିମାନ ସହ କୌଣସି ସମ୍ପର୍କ ହୋଇପାରିନଥିଲା । ୯୨ ଜଣଙ୍କୁ ନେଇ ଯାଇଥିବା ବିମାନର ହଜିବା ଘଟଣା ସାରା ଦୁନିଆକୁ ହଲଚଲ କରିଦେଇଥିଲା । ବିମାନକୁ ଖୋଜିବା ପାଇଁ ସବୁ ଚେଷ୍ଟା ବିଫଳ ହେବାରୁ ଏହାର ଆଶା ଚାହି ଦେଇଥିଲେ ସବୁ ଏଜେନ୍ସି।

ଆଶ୍ଚର୍ଯ୍ୟର ଘଟଣା ବିମାନର ଭଗ୍ନାଂସ ମଧ୍ୟ କେଉଁଠାରେ ମିଳି ନଥିଲା । ବିମାନାଟି ହେଜିଯାଇଛି ବୋଲି ଚର୍ଚ୍ଚା ହେବା ବେଳେ ଆଟଲାଣ୍ଟିକ ମହାସାଗର ଉପରେ ଏହାକୁ ଆଟଲାଣ୍ଟିକ ମହାସାଗର ଉପରେ ଉଡୁଥିବାର ଦେଖାଯାଇଥିଲା । ବିମାନଟି ସମୁଦ୍ରରେ ବୁଡ଼ିଯିବାରୁ ୯୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା ।

କିନ୍ତୁ ଠିକ ୩୭ ବର୍ଷ ପରେ ଘଟିଥିଲା ଏକ ଚମକ୍ରାର ଘଟଣା । ପୋର୍ଟ ଏଲେଗ୍ରେ ବିମାନ ବନ୍ଦରରେ ଅବତରଣ କରିଥିଲା ବିମାନ ୫୧୩ । ଯେଉଁ ଜାହାଜ ୩୭ ବର୍ଷ ପୂର୍ବରୁ ଆକାଶରେ କେଉଁ ଆଡ଼େ ଉଭେଇଯାଇଥିଲା । ଏହି ଜାହାଜକୁ ଦେଖି ବିମାନ ବନ୍ଦରର ଅଧିକାରୀ ମାନେ ଭୟଭିତ ହୋଇଯାଇଥିଲେ । କାରଣ ବିମାନ ହଜିବାର ଦୁଇବର୍ଷ ପରେ ମାନେ ୧୯୫୬ ମସିହାରେ ସେଣ୍ଟିଆଗୋ ଏଆରଲାଇନ୍ସ ବନ୍ଦ ହୋଇଯାଇଥିଲା । ଏହି ଏୟାର ଲାଇନ୍ସର ବିମାନ କିଛି ଉଡ଼ୁନଥିଲା ।