ଓଡିଆ କମେଡିଆନ୍ ହାଡ଼ୁଙ୍କ ଅବସ୍ଥା ଗୁରୁତର! ଶରୀରର ୮୫ ଭାଗ ହୋଇଯାଇଛି ନଷ୍ଟ, ଜାଣନ୍ତୁ କଣ ହେଇଛି

ଓଡ଼ିଆ ସିନେମା ତଥା ସିରିଏଲ୍ ଜଗତରେ ଅଭିନୟ କରି ଲୋକଙ୍କ ଗହଣରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ହାଡ଼ୁ ଭାଇଙ୍କୁ ନେଇ ଆସିଛି ଦୁଃଖ ଖବର । ହାଡ଼ୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର । ଏମ୍ସର ଆଇସିୟୁରେ ସେ ଏବେ ଭର୍ତ୍ତି । ପୁଅ କହିଛନ୍ତି, ତାଙ୍କ ପ୍ରଶଂସକମାନଙ୍କ ପ୍ରାର୍ଥନା ହିଁ ସେମାନଙ୍କ ପ୍ରିୟ କଳାକାରଙ୍କୁ ଭଲ କରିପାରିବ ।

କାଟ୍ରିଙ୍ଗ ବ୍ୟବସାୟ କରୁଥିବା ହାଡ଼ୁ ଦୁଇଦିନ ପୂର୍ବେ ରୋଷେି ଶାଳରେ ଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା । କଡେଇରେ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିବାବେଳେ ଗରମ ତେଲ ମଧ୍ୟ ତାଙ୍କ ମୁହଁ ଓ ଶରୀରରେ ଛିଟିକି ପଡ଼ିଥିଲା ।

ଯାହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତୁ ନମ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବା କାରଣରୁ ହାଡ଼ୁଙ୍କୁ ସମ ହସ୍ପିଟାଲ ରେଫର କରାଯାଇଥିଲା ।

ଡାକ୍ତରଙ୍କ ସୂଚନା ଅନୁସାରେ, ରକ୍ତଚାପ ଓ ମଧୁମେହରେ ଆକ୍ରାନ୍ତ ହେବା କାରଣରୁ ହାଡ଼ୁଙ୍କ ପୋଡ଼ା କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗିବ । ସେପଟେ ତାଙ୍କ ପୁଅ ବାପାଙ୍କ ଆରୋଗ୍ୟ କାମନା କରି ତାଙ୍କ ପ୍ରଶଂସକଙ୍କୁ ପାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।