ବନ୍ୟା ଜଳରେ ଭାସି ଯାଉଥିଲେ ୧୫ ରୁ ଅଧିକ ମାଙ୍କଡ଼, ଆଉ ତାପରେ କଣ ଘଟିଲା ଦେଖନ୍ତୁ ଭିଡିଓ

ମାନବିକତା ଓ ମଣିଷ ପଣିଆ ହେଉଛି ଆମ ଜୀବନର ପ୍ରକୃତ ଅର୍ଥ, ଯିଏ ତାର ଅର୍ଥ ବୁଝେ ନାହିଁ ସିଏ କେବେ ବି ଭଲ ମଣିଷ ଟିଏ ହୋଇ ପାରି ନାହିଁ। ଅହଙ୍କାର ଓ ରାଗ କ୍ଷଣିକ ମାତ୍ର ଏହାକୁ ପରିତ୍ୟାଗ କରି ଭଲପାଇବା ସହ ବଞ୍ଚିଲେ ଜୀବନ ଟା ଆନନ୍ଦମୟ ହୋଇଉଠେ। ଆଜିର ବ୍ୟସ୍ତ ବହୁଳ ସ୍ୱାର୍ଥପର ସମାଜରେ ଏବେ ବି କେଉଁଠି ନା କେଉଁଠି ବଞ୍ଚି ରହିଛି ମାନବିକା । ତେବେ ବର୍ତ୍ତମାନ ମାନବିକତାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ହଠାତ୍ ମାଡ଼ି ଆସିଥିଲା ବନ୍ୟାପାଣି ଆଉ ପ୍ରଖୋର ଗତିରେ ମାଡ଼ି ଆସିଥିଲା ପାଣି। ଏତେ ଜୋର୍ ରେ ପାଣି ମାଡ଼ି ଆସିଥିଲା ଯେ ଭସାଇ ନେଇଥିଲା ୧୫ ରୁ ଅଧିକ ମାଙ୍କଡଙ୍କୁ। କଥା କହି ପାରୁନଥିବା ଏହି ନିରୀହ ପଶୁ ମାନଙ୍କ ଭାଷାକୁ ବୁଝି ପାରିଥିଲେ ସ୍ଥାନୀୟ ଯୁବକ ମାନେ। ଆଉ ମାନବିକତା ଦେଖାଇଥିଲେ ଯୁବକମାନେ। ମଝି ନଦୀ ରେ ଫସି ରହିଥିବା ୧୫ ରୁ ଅଧିକ ମାଙ୍କଡଙ୍କୁ ଡଙ୍ଗା ନେଇ ଉଦ୍ଧାର କରିଛନ୍ତି।

ବନ୍ୟାପାଣି ପ୍ରକୋପରେ ୧୫ ରୁ ଅଧିକ ମାଙ୍କଡ଼ ପ୍ରାଣ ବିକଳରେ ଏକ ଗଛରେ ଆଶ୍ରୟ ନେଇଛନ୍ତି ଖରିଦ ପିପଳ ପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ଘାଟ ଅନତି ଦୂରରେ ନଦୀ ଗର୍ଭର ଚଢ଼ରେ ଥିବା ଏକ କପାସିଆ ଗଛରେ ୧୫ ରୁ ଅଧିକ ମାଙ୍କଡ଼ ବନ୍ୟାପାଣି ମାଡ଼ିଥିବା ଫଳରେ ପ୍ରାଣ ଭୟରେ ଆଶ୍ରୟ ନେବା ସହ ରଡ଼ି ଛାଡ଼ୁଥିଲେ । ଯେଉଁ ଦୃଶ୍ୟକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ମାଙ୍କଡ ମାନେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଲୋକଙ୍କୁ ଚିତ୍କାର କରି ଡାକୁଥିଲେ।

ଆଉ ସେହି ସମୟରେ ସ୍ଥାନୀୟ ଲୋକ ସାହସିକତା ସହ ଏକ ଡ଼ଙ୍ଗା ନେଇ ଗଛ ପାଖକୁ ଯାଇଥିବା ବେଳେ ୫ଟି ମାଙ୍କଡ଼ ଉଦ୍ଧାର କରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକଙ୍କ ଅନେକ କମେଣ୍ଟ ସାମ୍ନାକୁ ଆସୁଛି। ତେବେ ବନ ବିଭାଗକୁ ସୁଚ଼ନା ଦେବା ପରେ ଅବଶିଷ୍ଟ ୧୦ ମାଙ୍କଡ଼ କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସ୍ଥାନୀୟ ମାନେ ନିବେଦନ କରିଛନ୍ତି।