କୋକକୋଲା ବ୍ରାଣ୍ଡ ଥମ-ସପ୍ ବୋଟଲ ରେ ଭାସୁଛି ବିଷାକ୍ତ ଜନକ ଜିନିଷ, ଜାଣନ୍ତୁ ପୁରା ଖବର

ଆଜିକାଲି ଅନେକ ପ୍ରକାରର ମୃଦୁ ପାନୀୟ ବଜାରରେ ମିଳୁଛି । ଲୋକମାନେ ସବୁ ପ୍ରକାରର ମୃଦୁ ପାନୀୟ ସେବନ କରୁଛନ୍ତି । ଆପଣମାନେ ବଜାରରେ ମିଳୁଥିବା କୋକାକୋଲା ଭଳି ମୃଦୁ ପାନୀୟ ପିଉଛନ୍ତି କି ? ଯଦି ଆପଣମାନେ ତାହାକୁ ପିଉଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ । ଆପଣମାନେ ଏହା ପିଇଲେ ଆପଣଙ୍କର ମୃତ୍ୟୁ ହୋଇପାରେ । ଥମସ ଅପ୍ ବୋତଲ ଭିତରେ ରହିଛି ବିଷାକ୍ତ ଜିନିଷ । ଏହି ଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ।

ଏହି ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ସ୍ଥିତ ବରୁଣେଶ୍ୱର ମନ୍ଦିର ପାଖ ଏକ ଦୋକାନରେ । ଏହି ଦୋକାନରେ ଦେଖିବାକୁ ମିଳିଛି ଥମସ ଅପ୍ ବୋତଲ ଭିତରେ କିଛି ଏଭଳି ଜିନିଷ । ଖରାଦିନେ ଏହି ମୃଦୁ ପାନୀୟ ଅଧିକ ପିଆ ଯାଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିବା ସହ ଜାଣିପାରିବେ କିଭଳି ଏହି ବୋତଲ ଭିତରେ ରହିଛି ମୃତ୍ୟୁ । ବ୍ରାଣ୍ଡ କୋକାକୋଲା ଥମସ ଅପ୍ ବୋତଲ ଆଉ ଭିତରେ ଭାସୁଛି ବିଷାକ୍ତ ଦ୍ରବ୍ୟ । ଯିଏ ପିଇବ ସେ ଏଭଳି ଅବସ୍ଥା ଭୋଗ କରିବ ।

ଗ୍ରାହକ ଜଣକ ଦୋକାନ ଯାଇ ଥମସ ଅପ୍ ଥଣ୍ଡା ମାଗିଥିଲେ । ଆଉ ତାପରେ ଦୋକାନୀ ଫ୍ରିଜରୁ ଥଣ୍ଡା ବୋତଲ ଆଣି କରି ଦେଇଥିଲେ ଆଉ ସେଥିରେ ବିଷାକ୍ତ ଜିନିଷ ପଡିଥିବାର ଦେଖି ଦେଇଥିଲେ ଗ୍ରାହକ ଜଣକ । ଆଉ ଏହାପରେ ଏହି ବୋତଲ ଦୋକାନୀ ଥୋଇ ଦେବାକୁ ଯାଉଥିବା ବେଳେ ଗ୍ରାହକ ଜଣକ ସେହି ବୋତଲ ମାଗିଥିଲେ । ଏହି ଦୋକାନୀ ଜଣକ ଦୀର୍ଘ ୨୦ ବର୍ଷ ହେଲା ଏହି ଥମସ ଅପ୍ ଥଣ୍ଡା ବେପାର କରୁଛନ୍ତି । ପୂର୍ବରୁ ଏଭଳି କିଛି ହୋଇନଥିଲା କି ଏଭଳି ଘଟଣା ଦେଖିବାକୁ ମିଳି ନଥିଲା ।

ଆଉ ଏବେ ଏହି ଘଟଣା ପାଇଁ ଯେଉଁ ଚାରି ପାଞ୍ଚଜଣ ଗ୍ରାହକ ଆସିଥିଲେ ସେମାନେ ଦୋକାନୀଙ୍କୁ ମାଡ ମାରିଥିଲେ । ଆଉ ଟଙ୍କା ଦେଇ ନଥିଲେ । ସରକାର ଏହି କୋକାକୋଲା କମ୍ପାନୀ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏହିଭଳି ବାହାର ଜିନିଷ ସେବନ କରି ଏଭଳି ସବୁ ଘଟଣା ଘଟିଛି । କୋକାକୋଲା ମୃଦୁ ପାନୀୟ ଜଳ କାହା ପାଇଁ କେତେବେଳେ ମୃତ୍ୟୁ ଆଣିପାରେ ତାହାର କିଛି ହିସାବ ନାହିଁ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।