ଗୋପାଳପୁର ପରେ କେନ୍ଦୁଝରରେ ଦୁଷ୍କର୍ମ, ଅପରାଧିକୁ ମାରି ପୀଡିତା ଘର ପଛପଟେ ଟଙ୍ଗେଇଦେଲେ, ଜାଣନ୍ତୁ ପୁରା ଘଟଣା

ଆପଣମାନେ ସମସ୍ତେ ତ ଗୋପାଳପୁର ଅଞ୍ଚଳରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଏହି ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ କେନ୍ଦୁଝରରୁ ଆସିଛି ଆଉ ଏକ ଛାତି ଥରାଇ ଦେଲା ଭଳି ଘଟଣା । ଓଡ଼ିଶାରେ ଗଣ ଦୁଷ୍କର୍ମ ଏଭଳି ପରିମାଣରେ ବଢ଼ି ଗଲାଣି ଯେ ଯାହା ଏବେ ସବୁ ଅଞ୍ଚଳରେ ଦେଖିବାକୁ ମିଳୁଛି । ଗୋପାଳପୁର ଅଞ୍ଚଳରେ ଗଣ ଦୁଷ୍କର୍ମ କରି ଖସି ପଳାଇଲେ । ଆଉ କେନ୍ଦୁଝରରେ ଗଣ ଦୁଷ୍କର୍ମ କରି ମାରି ଟାଙ୍ଗି ଦେଲେ ।

ଯେଉଁ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ ହୋଇଛି ତାଙ୍କ ବାଡ଼ିରେ ଥିବା ସଜନା ଗଛ ଡାଳରେ ଏହି ଯୁବତୀଙ୍କୁ ମାରି ଟାଙ୍ଗି ଦେଲେ । ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ସ୍ଥାନରେ ପୋଷାକ ଏବଂ ଅନେକ ଜିନିଷ ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କୁ ଏକୁଟିଆ ପାଇ ତାଙ୍କ ସହ ଏଭଳି କାଣ୍ଡ କରିଛନ୍ତି ନୃଶଂସ ଲୋକମାନେ । ଆଉ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ମାରି ଦେଇଛନ୍ତି । ଏଭଳି କାମ ବହୁତ ଲଜ୍ଜାଜନକ ଅଟେ । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।

ସୋମବାର ଦିନ ଏହି ଘଟଣା ଘଟିଛି । ସୋମବାର ଦିନ ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇଥିଲେ ଯୁବତୀ ଜଣକ । ଏହି ଯୁବତୀ ଜଣକ ବାହାରକୁ ଯାଇଥିଲେ ଆଉ ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରେ ଘର ନିକଟରେ ଥିବା ସଜନା ଗଛରେ ଏହି ଯୁବତୀ ଜଣଙ୍କର ମୃ-ତଦେହ ଦେଖିବାକୁ ମିଳିଥିଲା । ଏହି ଯୁବତୀ ଜଣକ ନାବାଳିକା ଥିଲେ । ନାବାଳିକା ଜଣଙ୍କ ସହ ଗଣ ଦୁଷ୍କର୍ମ କରି ତାଙ୍କୁ ମାରି ଦେଇଛନ୍ତି । ଆଉ ତାଙ୍କୁ ମାରି ଦେଇ ସଜନା ଗଛରେ ଟାଙ୍ଗି ଦେଇଥିବା ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ପୋଲିସ ପାଖରେ ଅଭିଯୋଗ ଆଣିଛନ୍ତି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ କରିବା ପରେ ଅନେକ କିଛି କଥା ସାମ୍ନାକୁ ଆସିବ ବୋଲି ସନ୍ଦେହ କରାଯାଉଛି । ଗ୍ରାମବାସୀ ଆଉ ପରିବାର ଲୋକେ ନାବାଳିକା ଜଣଙ୍କୁ ନ୍ୟାୟ ଦେବା ପାଇଁ ରାସ୍ତା ଅବରୋଧ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକା ଜଣଙ୍କର ସବ ବ୍ୟବଚ୍ଛେଦ କରାଯାଇଛି । ତିନି ଚାରି ଜଣ ପିଲାଙ୍କୁ ସନ୍ଦେହ କରାଯାଉଛି । ଝିଅକୁ ନ୍ୟାୟ ଏବଂ ତଦନ୍ତ ପରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।