ଏହି ହାଟରେ ବିକ୍ରି ହୁଅନ୍ତି ସୁନ୍ଦର ବର, ବାର୍ଗେନିଂ ନିଜ ପାଇଁ ବର କିଣନ୍ତି ଯୁବତୀମାନେ, ଜାଣନ୍ତୁ ପୁରା ଖବର

ଆପଣମାନେ ତ ଅନେକ ପ୍ରକାରର ବଜାର ଦେଖିଥିବେ । କେଉଁଠି ଫଳ ମାର୍କେଟ ଅଛି ତ ଆଉ କେଉଁଠି ମାଛ ମାର୍କେଟ ତ ଆଉ କେଉଁଠି ଆଉ କିଛି ମାର୍କେଟ ରହିଛି । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି କଥା ଶୁଣିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସ୍ଵାମୀ ମାର୍କେଟ ଅର୍ଥାତ୍ ଯେଉଁ ମାର୍କେଟରେ ସ୍ଵାମୀ ବିକ୍ରି ହୁଏ ତାହା ଜାଣିପାରିବେ । ଆପଣମାନେ ଏହି ହାଟରେ ବାର୍ଗେନିଂ କରି ସ୍ଵାମୀ କିଣିପାରିବେ ।

ଯେଉଁ ବର ଆପଣଙ୍କୁ ଭଲ ଲାଗିବ ସେହି ବର ଠାରେ ଆପଣମାନେ ଗାମୁଛା ପକାଇ ବୁକ୍ ବି କରିପାରିବେ । ଆପଣମାନେ ଚାହିଁଲେ ବର କିଣି ପାରିବେ । ସବୁଠାରୁ କମ୍ ଦରରେ ବରର ଦାମ ହେଉଛି ୫୦ ହଜାର ଟଙ୍କା । ବିବାହ ସମ୍ପର୍କିତ ଅନେକ କିଛି କଥା ପ୍ରଚଳିତ ହୋଇଥାଏ । ଏବେ ଅନେକ ସ୍ଥାନରେ ଆପଣମାନେ ଅନେକ କିଛି କଥା ବା ପ୍ରଥା ପ୍ରଚଳିତ ହେବାର ଦେଖିଥିବେ । ଲଭ୍ ମ୍ୟାରେଜ୍ ହେଉ ବା ଆରେଞ୍ଜ ମ୍ୟାରେଜ ପୁଅ ଝିଅ ଉଭୟକୁ ପସନ୍ଦ କରିବା କଥା । ଆଉ ଘରଲୋକମାନେ ମଧ୍ୟ ରାଜି ହୋଇ ବିବାହ କରିବା କଥା ।

ଯଦି ବର କନ୍ୟା ଆଉ ପରିବାରଙ୍କ ସମ୍ମତି ଅନୁସାରେ ବିବାହ ହୁଏ ତାହେଲେ ଲାଇଫ ବହୁତ ଭଲ ହୋଇଥାଏ । କିନ୍ତୁ ଯଦି କାହାର ମନ ମିଶି ନଥାଏ ତାହେଲେ ସବୁକିଛି ଭୁଲ ହୋଇ ଯାଇଥାଏ । ଆପଣମାନେ ଜାଣିଛନ୍ତି କି କିଛି ସ୍ଥାନରେ କନ୍ୟାମାନଙ୍କ ପାଇଁ ବି ହାଟ ବସିଥାଏ । ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ ଅଟେ । ଆପଣମାନେ ଜାଣିଛନ୍ତି କି ବୁଲଗେରିଆ ଅଞ୍ଚଳରେ ଝିଅମାନଙ୍କୁ ହାଟରେ ବିକ୍ରି କରାଯାଇଥାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ସ୍ଥାନ ବିଷୟରେ ଜାଣିବେ ଯେଉଁଠାରେ ବର ବିକ୍ରି ହୋଇଥାଏ ।

ଏହି ଘଟଣା ବାହାରେ ନୁହେଁ ବରଂ ଭାରତରେ ଦେଖିବାକୁ ମିଳିଥାଏ । ଭାରତର ବିହାର ରାଜ୍ୟର ମଧୁବନ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ସେହି ସ୍ଥାନର ହାଟରେ ବର ବିକ୍ରି ହୋଇଥାଏ । ଏହି ବର ବିକ୍ରି ହେଉଥିବା ହାଟ ୭୦୦ ବର୍ଷ ପୁରୁଣା । ଜୁନ ରୁ ଜୁଲାଇ ମାସ ମଧ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥାଏ । ଅବିବାହିତ ଯୁବକମାନେ ବିବାହ କରିବା ପାଇଁ ଏହି ହାଟକୁ ଆସିଥାନ୍ତି । ଯୁବକର ବୟସ ୩୫ ବର୍ଷରୁ ଅଧିକ ଥିଲେ ତାଙ୍କ ଦର ୫୦ ହଜାର ହୋଇଥିବା ବେଳେ ୩୫ ବର୍ଷରୁ ବୟସ କମ୍ ଥିଲେ ୨ ରୁ ୩ ଲକ୍ଷ ବା ଅଧିକ ରହିଥାଏ । ବୁକିଂ ସରିବା ପରେ ଉଭୟ ବର ଆଉ କନ୍ୟା ପକ୍ଷ ଯୌତୁକ କଥା ହୋଇ ବିବାହ କରାଇଥାନ୍ତି ।