ମିଳିଲା ସିଗନାଲ୍! ଭିତରେ ନୁହେଁ କି ଉପରେ ନୁହେଁ, ଓଡ଼ିଶାରେ ଗଡିବନି‌ ମେଟ୍ରୋ! ଜାଣନ୍ତୁ ପୁରା ଖବର

ଅନିଶ୍ଚିତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ, ଆଗଉ ନାହିଁ କାମ, ଧିମାରେ ଚାଲିଛି ନିର୍ମାଣ । ହାତ ଯାକି ବସିଛନ୍ତି ଟେଣ୍ଡର ନେଇଥିବା କମ୍ପାନୀ ରତାଗଡ ମେଟ୍ରୋ ଡିପୋରୁ ହଟିଲାଣି ଯନ୍ତ୍ରପାତି । ବର୍ଷେ ଭିତରେ ଖର୍ଚ୍ଚ ସରିଲାଣି ପ୍ରାୟ ଶହେ କୋଟି ।

ଅନିଶ୍ଚତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ । ଆଗଉ ନାହିଁ କାମ ଧିମାରେ ଚାଲିଛି ନିର୍ମାଣ । ଟେଣ୍ଡର ନେଇଥିବା କମ୍ପାନୀ ହାତ ଯାକି ବସିଛନ୍ତି । ରତାଗଡ ମେଟ୍ରୋ ଡିପୋରୁ ହଟିଲାଣି ଯନ୍ତ୍ରପାତି । ବର୍ଷେ ଭିତରେ ଖର୍ଚ୍ଚ ସାରିଲାଣି ପ୍ରାୟ ୧୦୦ କୋଟି ଟଙ୍କା । ଭୁବନେଶ୍ୱର ସହରରେ ମେଟ୍ରୋ ଟ୍ରେନ ଦୌଡ଼ିବ ତାହା ଏବେ ସ୍ବପ୍ନ ଭଳି ଲାଗୁଛି । କଟକ ରତାଗଡ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।

ମେଟ୍ରୋ ପ୍ରକଳ୍ପର ରାଉଣ୍ଡ ରିଆଲିଟି ପରଖିବା ପାଇଁ ରତାଗଡ ସ୍ଥିତ ମେଟ୍ରୋ ଡିପୋରେ ପହଞ୍ଚି ରିପୋର୍ଟର ଟିମ୍ ଏହି ବିଷୟରେ ଅଧିକ କଥା ଜାଣି ପାରିଛନ୍ତି । ସେହି ସ୍ଥାନରେ ସ୍ଥିତି ଦେଖିଲେ ଲାଗୁଛି କାମ ଏକ ପ୍ରକାରର ଠପ୍ ହୋଇଯାଇଛି । ଏଠାରେ ନିର୍ମାଣ କାମ ଏମଆଇଏ ନାମକ ଏକ ସଂସ୍ଥାକୁ ଦିଆଯାଇଛି । ପ୍ରାୟ ୪୦ଟି ଟେଣ୍ଡର ପାଇଁ ପ୍ରାୟ ୭୮ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିବା ବେଳେ ଅଳ୍ପ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏମଆଇଏ ଅଫିସର ।

ନୂଆ ନକ୍ସା ସରକାରଙ୍କ ପକ୍ଷରୁ ମିଳି ନାହିଁ । ଆଉ ଲିସା ଇଞ୍ଜିନିୟରିଂ ପ୍ରାଇଭେଟ୍ ନାମକ ସଂସ୍ଥା ପ୍ରକଳ୍ପ ଚାରିପଟେ ୧୫ ଫୁଟର ପାଚେରୀ ତିଆରି କରିଛି ଆଉ ଅନ୍ୟ କିଛି କାମ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି । ୨୦୨୪ ମସିହା ଜାନୁଆରୀ ମାସରେ ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ୨୦୨୭ ମସିହା ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟ ରୁ ତ୍ରିଶୁଳୀଆ ପର୍ଯ୍ୟନ୍ତ ପ୍ରାୟ ୨୭ କିମି ମେଟ୍ରୋ ଟ୍ରେନ ଚାଲିବା ନେଇ କାମ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ କାମ ପ୍ରାୟ ଆରମ୍ଭ ହୋଇ ସାରିଥିଲା ।

ଏହିସବୁ କାମ ପାଇଁ ଭୁବନେଶ୍ୱର ଭବାନୀ ମହଲରେ ଏକ ଅଫିସ ମଧ୍ୟ ଖୋଲା ସରିଥିଲା ।ଗୋଟିଏ ବର୍ଷ ଭିତରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଆଉ ଏବେ ନଗର ଉନ୍ନୟନ ମନ୍ତ୍ରୀ ଆଉ ପୂର୍ତ୍ତ ମନ୍ତ୍ରୀଙ୍କ ବୟାନ ନେଇ ଅନେକ ଦ୍ଵନ୍ଦ ଦେଖିବାକୁ ମିଳୁଛି । ମନ୍ତ୍ରୀ କହୁଛନ୍ତି ମେଟ୍ରୋ କେତେବେଳେ ମାଟି ଉପରେ ଗଡିବ ତ ଆଉ କେତେବେଳେ ମାଟି ତଳେ ଗଡିବ । ଏବେ ଏହି ସବୁକୁ ନେଇ ଅନେକ କଥା ଆସୁଛି । ଏହି ପ୍ରକଳ୍ପ କାମ ବହୁତ ଧିମା ଚାଲିଛି । ଗାଁ ଲୋକେ ୪୦ ଏକର ଜମି ହରାଇଲେଣି । ଏବେ ଏହିସବୁ ଖବର ଆସିବା ପରେ ଅନେକ କଥା ଶୁଣିବାକୁ ମିଳୁଛି । ଏବେ ପ୍ରଶ୍ନ ଆସୁଛି ମେଟ୍ରୋ ପ୍ରକଳ୍ପ କେବେ ସଫଳ ହେବ ?