ବେଡରୁମରୁ ବାହାରିଲା ନୂଆବୋହୂର ଶ-ବ, ମୁହଁ ଲୁଚାଇ ହସୁଛି ସ୍ୱାମୀ, ଜାଣନ୍ତୁ ପୁରା‌ ଘଟଣା

ଏଭଳି ସବୁ ଘଟଣା ଘଟିଯାଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବେଡ଼ରୁମ ଭିତରୁ ବାହାରିଲା ନୁଆବୋହୂର ଶବ । ଯେଉଁ ଝିଅ ଏହି କିଛି ମାସ ହେବ ଲାଲ ଟୁକ ଟୁକ ଶାଢ଼ୀ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ସେ ଆଜି ଆଉ ଏହି ଦୁନିଆରେ ନାହିଁ । ଗୋଟେ ଝିଅ ଅନେକ କଥା ଭାବି ଶାଶୂଘରକୁ ଯାଇଥାଏ କିନ୍ତୁ ଏହି ଝିଅ ଏଭଳି ଅନେକ ଆଶା ନେଇ ବିବାହ କରିଥିଲା । ହେଲେ ତାର ଆଶା ସବୁ ଆଶାରେ ରହିଗଲା । ଏହି ଝିଅ ଭାବିଥିଲା ବାପଘରେ ତାର ଜନ୍ମ ହୋଇଥିଲା ଆଉ ଶାଶୁଘରେ ତାର କୋକେଇ ଉଠିବ ।

ହେଲେ ଏଭଳି କିଛି ହେଲା ନାହିଁ । ଶାଶୁଘରେ ମାତ୍ର ଗୋଟିଏ ବର୍ଷ ବି କାଟି ପାରିଲା ନାହିଁ ନୂଆବୋହୁ ଜଣକ । ଯେଉଁ ଦାଣ୍ଡ ଦୁଆରେ ତାର ଶାବରୀ ଆସି ଛିଡା ହୋଇଥିଲା ସେହି ସ୍ଥାନରୁ ଆଜି ତାର କୋକେଇ ଉଠୁଛି । ଆଜି ଅଫେରା ରାଇଜକୁ ଫେରି ଯାଇଛି । ଏହି ନୁଆବୋହୁ ମରିବାର ଦୁଃଖ ସତେ ଯେମିତି କାହା ମନରେ ନାହିଁ । ଏଭଳି ଖବର ଏବେ ଶୁଣିବାକୁ ମିଳୁଛି । ଏହି ନବ ବଧୂ ଜଣଙ୍କୁ ଏହି ଲୋକମାନେ ମାରି ଦେଇଛନ୍ତି । ନିର୍ଯ୍ୟାତନା ଦେଇ ଏଭଳି କରିଛନ୍ତି ବୋଲି ଖବର ଆସୁଛି ।

ଏବେ ଏହି ଝିଅକୁ ହରାଇ ମାଆ ଜଣକ କାନ୍ଦୁଛନ୍ତି । ମାଆ ତାର ଗେହ୍ଲି ଝିଅକୁ ହରାଇ ଆଜି ଦୁଃଖରେ ଭାଙ୍ଗି ପଡିଛନ୍ତି । ଯଦି ମାଆ ଜାଣି ଥାଆନ୍ତା କି ତାର ଝିଅ ସହ ଏଭଳି ସବୁ କରିବେ ତାହେଲେ ସେ କେବେବି ତାର ଝିଅ ବିବାହ ସେଠାରେ କରାଇ ନଥାନ୍ତେ । ଯେଉଁ ଜ୍ୱାଇଁଙ୍କୁ ସେ ଝିଅର ଦୋଷ କ୍ଷମା କରିବାକୁ କହିଥିଲେ ସେ ଆଜି ଏଭଳି କରିଲା । ମାଆ କହିଥିଲେ ଯଦି ତାଙ୍କ ଝିଅ କିଛି ହଇରାଣ କରେ ତାହେଲେ ତାଙ୍କୁ କିଛି କଷ୍ଟ ଦେବ ନାହିଁ । କିନ୍ତୁ ଆଜି ଏହି ଝିଅ ଆଉ ଦୁନିଆରେ ନାହିଁ ।

ସ୍ଵାମୀ ରାକ୍ଷସ ପାଲଟିଗଲା । ନିର୍ଯ୍ୟାତନା ଦେବା ସହ ମାରପିଟ୍ କରୁଥିଲେ ଏହି ସ୍ଵାମୀ ଜଣକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ । ଏହି ମୃତକ ଜଣକ ହେଉଛନ୍ତି ଅନିତା ବାରିକ । ସେ ସେହି ଗ୍ରାମର ଶ୍ରୀକାନ୍ତ ବାରିକଙ୍କୁ ବିବାହ କରିଥିଲେ । ଯୌତୁକ ନିର୍ଯାତନା ଦେବା ସହ ମାରପିଟ୍ କରୁଥିଲେ ଶ୍ରୀକାନ୍ତ । ଏବେ ଶେଷରେ ନିର୍ଯ୍ୟାତନା ଦେଇ ଝିଅକୁ ମାରିଦେଲେ ଶାଶୁଘର ଲୋକ ଆଉ ସ୍ଵାମୀ । ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନିତାଙ୍କ ପରିବାର ଲୋକେ । ଅନିତାଙ୍କୁ ମାରି ଦେଇଛନ୍ତି ନା ସେ ନିଜେ ଜୀବନ ହାରିଛନ୍ତି ଏହା ପୋଲିସ ତଦନ୍ତ ପରେ ଜଣାପଡ଼ିବ ।