ନାମ ନେଲେ ମହିଳା, ଭାରତୀୟ ଯବାନଙ୍କୁ ବ୍ୟାଙ୍କ କର୍ମଚାରୀ କରିଥିଲେ ଅପମାନ, ପୁରା ଭାରତର ଲୋକ ତାତି ଉଠିଲେ, ଜାଣନ୍ତୁ ପୁରା‌ ଘଟଣା

ସୀମା ଟପିଗଲେ ମହିଳା ବ୍ୟାଙ୍କ୍ କର୍ମଚାରୀ । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଫୋନରେ ଯବାନ ଜଣଙ୍କୁ ଏଭଳି ଗାଳି ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚା ହେଉଛି । ଏବେ ଏହି ମହିଳା ଜଣଙ୍କ ଗାଳି ଏଭଳି ଥିଲା ଯେ ଏହାକୁ ଶୁଣି ସାରା ଭାରତୀୟ ତାଙ୍କୁ ଖୋଜି ଦଣ୍ଡ ଦେବାକୁ କହିଥିଲେ । ଏହି ମହିଳା ଜଣକ ଏବେ ଯବାନ ଜଣଙ୍କୁ ଗାଳି ଦେଇ ଫସି ଯାଇଛନ୍ତି । ଏଭଳି ଗାଳି କେହି କାହାକୁ କେବେ ଦିଅନ୍ତି ନାହିଁ ।

ଏହି ମହିଳା ଜଣଙ୍କର ଗାଳି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମହିଳା ଜଣଙ୍କ ଜଣେ ଆର୍ମି ଅଫିସରଙ୍କୁ ଗାଳି ଦେଇ ଏବେ ଫସି ଯାଇଛନ୍ତି । ଭାରତୀୟ ଯବାନଙ୍କୁ ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଯାହା ମନକୁ ଆସୁଛି କହି ଯାଉଛନ୍ତି । ଏହି ମହିଳା ଜଣକ ଭାରତୀୟ ଯବାନଙ୍କୁ ଗରିବ ପରିବାରର ବୋଲି କହୁଛନ୍ତି । ଏହାସହ କହୁଛନ୍ତି ଓଉକାତ ନାହିଁ ବୋଲି ତୁମେ ଆର୍ମିରେ ଗଲ ଆଉ ତାଙ୍କର ଓଉକାତ ନାହିଁ ବୋଲି ସେ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଲୋନ ନେଇଛନ୍ତି ।

ତୁମେ ମୂର୍ଖ ସେଥିପାଇଁ ତୁମକୁ ବୋର୍ଡରକୁ ପଠାଇ ଦିଆଯାଇଛି । ତୁମେ କିଛି ଜାଣି ନାହଁ ଆଉ ସେଥିପାଇଁ ତୁମର ଛୁଆ ବିକଳାଙ୍ଗ ଜନ୍ମ ହୋଇଥାନ୍ତି ଏବଂ ତୁମେମାନେ ସହିଦ ହେଉଛ । ଏଭଳି ଅନେକ ଗାଳି ଦେଇ ବ୍ୟାଙ୍କ୍ କର୍ମଚାରୀ ମହିଳା ଜଣକ ଭାରତୀୟ ଯବାନ ଜଣଙ୍କୁ ଅପମାନ କରିଛନ୍ତି । ଜଣେ ପ୍ରାଇଭେଟ୍ ବ୍ୟାଙ୍କର କର୍ମଚାରୀ ଏହି ଭାରତୀୟ ଯବାନ ଜଣଙ୍କ ସହ ଏଭଳି କଥା ହୋଇଛନ୍ତି ଯାହାକୁ ଶୁଣି ଏବେ ତାତି ଯାଇଛନ୍ତି ଭାରତବାସୀ । ଯେଉଁଠି ଗ୍ରାହକଙ୍କୁ ଭଗବାନ ଭାବି କଥା ହେବା କଥା ସେଠାରେ ଏଭଳି ହୋଇଛି ।

ଏହି ମହିଳା ବ୍ୟାଙ୍କ୍ କର୍ମଚାରୀ ଜଣକ ହେଉଛନ୍ତି ଅନୁରାଧା ବର୍ମା । ଯେଉଁଠାରେ ମହିଳାଙ୍କ ବ୍ୟବହାର ନରମ ହେବା କଥା ସେଠାରେ ଏହି ମହିଳା ଜଣକ ଏଭଳି ବ୍ୟବହାର ଦେଖାଇଛନ୍ତି । ଏହି ମହିଳା ଜଣଙ୍କର ଏଭଳି କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ । ଏହାପରେ ଏହି ମହିଳା କର୍ମଚାରୀ ଜଣକ ଆଉ କାହାକୁ କଲ୍ କରି କାନ୍ଦୁଥିବାର ନଜର ଆସିଛନ୍ତି । ଏବେ ଏହି ମହିଳା ଜଣକ କରିଥିବା ଭୁଲ ଏବେ ସେ ଜାଣି ପାରିଛନ୍ତି । ତାଙ୍କର ଭୁଲ ହୋଇଯାଇଛି ବୋଲି ସେ କହିଛନ୍ତି । ତାଙ୍କୁ କ୍ଷମା କରିଦେବାକୁ ସେ କହିଛନ୍ତି । ଯେଉଁମାନେ ଆମକୁ ସୁରକ୍ଷା ଦେଉଛନ୍ତି ତାଙ୍କୁ ଏଭଳି ଅପମାନ କରିବା ଠିକ୍ ନୁହେଁ ସେଥିପାଇଁ ଏହି ମହିଳାଙ୍କୁ ଦଣ୍ଡ ମିଳିବା ଉଚିତ୍ ।