ଜଣା ପଡ଼ିଲା ସତ ଟ୍ୟାକ୍ସି ଡ୍ରାଇଭରଙ୍କ ହ-ତ୍ୟା ପଛରେ ଏଡି ମାଡାମ…ହ-ତ୍ୟା ପରେ ମାଡାମଙ୍କ ଫୋନ୍ ସୁଇଚ ଅଫ, ଜାଣନ୍ତୁ ପୁରା‌ ଘଟଣା

ସବୁ ସତ ସାମ୍ନାକୁ ଆସିଲା । ଟ୍ୟାକ୍ସି ଡ଼୍ରାଇଭରଙ୍କ ହତ୍ୟା ପଛରେ ଜଣେ ମ୍ୟାଡାମ ଅଛନ୍ତି ବୋଲି ଜଣାପଡିଛି । ଡ଼୍ରାଇଭରଙ୍କ ହତ୍ୟା ପରେ ଏହି ସୁନ୍ଦରୀ ମ୍ୟାଡାମଙ୍କ ଫୋନ୍ ସୁଇଚ ଅଫ ବୋଲି ସୂଚନା ମିଳିଛି । ବିଦ୍ୟାଧର ନାମକ ଜଣେ ଟ୍ୟାକ୍ସି ଡ଼୍ରାଇଭର ସବୁବେଳେ ଏହି ମ୍ୟାଡାମ ଜଣଙ୍କୁ ତାଙ୍କ ଗାଡ଼ିରେ ବୁଲାଉଥିଲେ । ଏହି ଡ଼୍ରାଇଭର ଜଣକ ହେଉଛନ୍ତି ବିଦ୍ୟାଧର । ଏହି ମ୍ୟାଡାମ ଜଣକ ତିନି କୋଟି ଟଙ୍କା ମାଗୁଥିଲେ ବୋଲି ସୂଚନା ମିଳିଛି । ଶେଷରେ ଏଭଳି କିଛି ହୋଇଗଲା ।

ସୁନ୍ଦରୀ ମ୍ୟାଡାମଙ୍କ ପାଇଁ ଗାଡ଼ି ଚଲାଉଥିଲେ ଏହି ଡ଼୍ରାଇଭର ଜଣକ । ଏହି ମ୍ୟାଡାମ ଜଣକ କଲ୍ କରିବା ମାତ୍ରକେ ପହଞ୍ଚି ଯାଉଥିଲେ ବିଦ୍ୟାଧର । ମ୍ୟାଡାମ ଆସୁଥିଲେ ଆଉ ଗାଡ଼ିରେ ବସି ଚାଲି ଯାଉଥିଲେ । ବେଳେବେଳେ ଏହି ମ୍ୟାଡାମ ଜଣଙ୍କର ଅର୍ଜେଣ୍ଟ କଲ୍ ଆସୁଥିଲା ଆଉ ବିଦ୍ୟାଧର ପହଞ୍ଚି ଯାଉଥିଲେ । ଆଉ ଏବେ ବିଦ୍ୟାଧରଙ୍କ ମୃତ୍ୟୁ ପରେ ମ୍ୟାଡାମ ଜଣଙ୍କର ଫୋନ୍ ଶୁଇଚ ଅଫ ହୋଇଯାଇଛି । ଏବେ ଅନେକ ପ୍ରଶ୍ନ ଆସୁଛି ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ଏବେ ପ୍ରଶ୍ନ ଆସୁଛି କି ଏହି ସୁନ୍ଦରୀ ମ୍ୟାଡାମ ଜଣକ କିଏ ? ଆଉ ତାଙ୍କର ଏହି ଡ଼୍ରାଇଭର ବିଦ୍ୟାଧରଙ୍କ ସହ ସମ୍ପର୍କ କଣ ? କଣ ପାଇଁ ଚାରିଦିନ ହେବ ସୁନ୍ଦରୀ ମ୍ୟାଡାମ ଜଣକ ଖୋଜୁ ନଥିଲେ ଡ୍ରାଇଭର ଜଣଙ୍କୁ ? ଏବେ ଏଭଳି ଅନେକ ପ୍ରଶ୍ନ ସବୁ ଆସୁଛି । ଡ୍ରାଇଭର ଜଣକ ନଥିବା ପରେ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆ ଯାଇ ନଥିଲା । ରାସ୍ତାରେ ଟ୍ୟାକ୍ସି ଡ଼୍ରାଇଭରଙ୍କୁ ହତ୍ୟା କରାଯାଇଛି । ଏବେ ଏହି ଘଟଣା ଘଟିବା ପରେ ଅନେକ କଥା ଆସୁଛି ।

ବିଦ୍ୟାଧରଙ୍କୁ କଲ୍ କରି ବ୍ଲାକମେଲ କରାଯାଉଥିଲା ଆଉ ତାଙ୍କୁ ୩ କୋଟି ଟଙ୍କା ମଗା ଯାଉଥିଲା । ଏହି ସୁନ୍ଦରୀ ମ୍ୟାଡାମ ଜଣକ ତାଙ୍କୁ ଏଭଳି କହୁଥିଲେ ନା ଆଉ କିଏ ଏବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଡ୍ରାଇଭର ବିଦ୍ୟାଧର ଅନେକ ଲୋକଙ୍କ ଠାରୁ ଚାକିରୀ କରାଇ ଦେବେ କହି ଟଙ୍କା ନେଇଥିଲେ ଆଉ ସେ ଏହା କାହା ଆଦେଶରେ କରୁଥିଲେ ତାହା ଜଣାପଡ଼ି ନାହିଁ । ଏହି ଟଙ୍କା ଯୋଗୁଁ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି ।