ମୋଦୀଙ୍କ ଚୀନ୍ ଗସ୍ତ ଉପରେ ପୂରା ବିଶ୍ବର ନଜର ରହିଛି । ଯେହେତୁ ଭାରତ ଓ ଚୀନ୍ ସମ୍ପର୍କ କିଛିବର୍ଷ ହେଲାଣି ଖରାପ ଥିଲା ତେଣୁ ଏବେ ମୋଦୀଙ୍କ ଗସ୍ତ ଉପରେ ନଜର ରହିବା ସ୍ବାଭାବିକ କଥା । ହେଲେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଚୀନ୍ ବି ଅସନ୍ତୋଷ ବ୍ୟକ୍ତ କରିଥିଲା । କାରଣ ଚୀନ୍ ଉପରେ ବି ଆମେରିକା ଟାରିଫ୍ ଲଗାଇଥିଲା । କିନ୍ତୁ ବଡ଼ କଥା ହେଉଛି ଭାରତ ଓ ଚୀନ୍ ସମ୍ପର୍କରେ ଏବେ ସୁଧାର ଆସିଛି ।
ଖାଲି ସୁଧାର ଆସିଛି ତାହା ନୁହେଁ ବରଂ ମୋଦୀଙ୍କ ଗସ୍ତ ସମୟରେ ଚୀନ୍ ରାଷ୍ଟ୍ରପତି ତାଙ୍କୁ ନିଜ ପସନ୍ଦର କାର ଗିଫ୍ଟ କରିଛନ୍ତି। ଖାସ୍ କରି ମୋଦୀଙ୍କ ଚୀନ୍ ଗସ୍ତ ଏବେ ପୂରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଆମେରିକା ବି ନଜର ରଖିଛି । ମୋଦୀ ଚୀନ୍ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖାଲି ଏତିକି ନୁହେଁ ବରଂ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି ହୋଇଥିଲା । ଜିନପିଙ୍ଗ ପୁଟିନ୍ଙ୍କୁ ଏକ କାର୍ ଗିଫ୍ଟ ଦେଇଥିଲେ ଆଉ ମୋଦୀଙ୍କୁ ବି ଗିଫ୍ଟ ଦେଇଛନ୍ତି ।
ଯାହା ସ୍ପଷ୍ଟ କରୁଛି କି ଚୀନ୍ ଋଷିଆ ଓ ଭାରତକୁ ଗୋଟିଏ ନଜରରେ ଦେଖୁଛନ୍ତ । ମୋଦୀଙ୍କୁ ଚୀନ୍ ରାଷ୍ଟ୍ରପତି ଯେଉଁ କାର୍ ଦେଇଛନ୍ତି ତାହାକୁ ନେଇ ବି ଜୋରଦାର ଆଲୋଚନା ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି କାର୍ ଚୀନ୍ର ବ୍ରାଣ୍ଡ ଅଟେ । ସାଧାରଣ ଭାବରେ ଏହି କାର୍ ଚୀନ୍ର ବଡ଼ ନେତା ଓ ବିଦେଶୀ ଅତିଥିଙ୍କ ପାଇଁ ବ୍ୟବହାର କରାଯାଏ । ଚୀନ୍ ନିଜସ୍ବ ଜ୍ଞାନକୌଶଳରେ ଏହି କାର୍ ନିର୍ମାଣ କରିଛି ।
ଏହା କାର୍ରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ବି ରହିଛି। ତେବେ ଏହି କାର୍ ଚୀନ୍ ମୋଦୀଙ୍କୁ ଦେବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଭାରତ ଉପରେ ଏବେ ପୂର୍ଣ୍ଣ ବିଶ୍ବାସ କରୁଛି ଚୀନ୍ । ଖାଲି ବିଶ୍ବାସ କରୁଛି ତାହା ନୁହେଁ ବରଂ ଆଗାମୀ ଦିନରେ ଉଭୟ ଦେଶ ମିଳିତ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହୋଇଛି । ତେବେ ଚୀନ୍ ଓ ଭାରତ ମଧ୍ୟରେ ସମ୍ପର୍କ ସୁଧୁରୁଥିବାରୁ ଆମେରିକା ଟେନ୍ସନ୍ରେ ପଡ଼ିଯାଇଛି ।