ଆତଙ୍କୀ ସର୍ଦ୍ଦାର, ଟ୍ରମ୍ପଙ୍କ ନୂଆ ବନ୍ଧୁ ସେହେୱାଜ ସରିଫଙ୍କୁ କେହି ପଚାରୁ ନହାଁନ୍ତି, ମୁହଁ ଫୁଲେଇ ଛିଡ଼ା ହୋଇଛନ୍ତି, ଦେଖନ୍ତୁ ଭିଡିଓ

ଆତଙ୍କି ସରଦାର ଟ୍ରମ୍ପଙ୍କ ନୂଆ ନୂଆ ବନ୍ଧୁ ସେହେୱାଜ ସରିଫଙ୍କୁ କେହି ପଚାରୁ ନାହାଁନ୍ତି ଏସିଓ ସମ୍ମିଳନୀରେ । ଏହି ସମ୍ମିଳନୀରେ ମୁହଁ ବୁଲାଇ ହାତଯୋଡି ଛିଡ଼ା ହୋଇଛନ୍ତି ସେହେୱାଜ୍ ସରିଫ । କାଳେ କେଉଁ ବଡ ନେତାଙ୍କ ନଜର ପଡ଼ିଯିବ ଭାବି ସେ ଚାତକ ଭଳି ଚାହିଁଛନ୍ତି ହେଲେ କିଛି ଫଳ ହେଉନାହିଁ । ରାଷ୍ଟ୍ରପତି ସିଜିନ ପିଙ୍କ୍, ନା ରାଷ୍ଟ୍ରପତି ପୁଟିନ କାହାରି ଟିକେ ନଜର ବି ପଡୁନି ତାଙ୍କ ଉପରେ । କି ସମ୍ମାନ ମିଳୁଛି ପାକିସ୍ତାନ ନେତାଙ୍କୁ । କି ଦିନ ଆସିଲା ପାକିସ୍ତାନର ।

ଚୀନର ଘନିଷ୍ଠ ବନ୍ଧୁ ଥିବା ପାକିସ୍ତାନକୁ ଚୀନ ମାଟିରେ ସମ୍ମାନ ମିଳୁ ନାହିଁ । ସେହେୱାଜଙ୍କ ଅବସ୍ଥା ଏଭଳି ଯେ ନା ସେ ଘର୍ କି ନା ଘାଟ କି । ଖାଲି ଜଳକା ପରି ଚାହିଁବା ହିଁ ତାଙ୍କର କାମ ଅଟେ । ଆଉ ସେପଟେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେ ଭଲରେ କଥାବାର୍ତ୍ତା କରୁଛନ୍ତି ଚୀନର ରାଷ୍ଟ୍ରପତି ଆଉ ଋଷର ରାଷ୍ଟ୍ରପତି । ସେମାନେ ମୋଦିଙ୍କ ସହିତ ବହୁତ ଭଲରେ କଥା ହେଉଛନ୍ତି । ଏବେ ଏହି ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ କି ଆନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥାନ କିଭଳି ରହିଛି । ସମସ୍ତେ ତାଙ୍କୁ ସମ୍ମାନ ଦେଉଛନ୍ତି ଆଉ ମୋଦିଙ୍କୁ ବହୁତ ଭଲ ସମ୍ମାନ ଦେଉଛନ୍ତି ସମସ୍ତେ । କିନ୍ତୁ ଏହି ଭିଡିଓରେ ଦେଖିପାରିବେ କି ସେହେୱାଜ ଏଭଳି ବସିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ନେତା ଜଣଙ୍କୁ ଠିକସେ ସମ୍ମାନ ମିଳୁ ନାହିଁ । ତାଙ୍କୁ କୌଣସି ରାଷ୍ଟ୍ର ମୁଖ୍ୟ ସମ୍ମାନ ଦେଉ ନାହାଁନ୍ତି । ଏବେ ତାଙ୍କର ଅବସ୍ଥାକୁ ନେଇ ସମସ୍ତେ ଅନେକ କଥା କହୁଛନ୍ତି ।

କୌଣସି ବି ଆନ୍ତର୍ଜାତୀୟ ସମ୍ମିଳନୀରେ ସରିଫ୍ ଆଉ ମୋଦିଙ୍କୁ ଆପଣମାନେ ଏକାଠି ଦେଖିପାରିବେ ନାହିଁ । ଏସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ଉପରେ ବର୍ଷିଛନ୍ତି । ଏହାସହ ପହଲଗ୍ରାମ ଆକ୍ରମଣରେ କେମିତି ୨୪ ଜଣ ନିରୀହ କୋକଙ୍କୁ ମାରି ଦେଇଥିଲେ ଏହି କଥା ମଧ୍ୟ ମୋଦି କହିଥିଲେ । ଭାରତର ଏଭଳି ସଙ୍କଟ ସମୟରେ ଯେଉଁମାନେ ଭାରତ ସହ ଛିଡ଼ା ହୋଇଥିଲେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି । ଆତଙ୍କବାଦ ଉପରେ ଲଢ଼ିବାକୁ ଭାରତର ଆହ୍ବାନକୁ ସମସ୍ତେ ପ୍ରଶଂସା କରିଛନ୍ତି ।