ବିଜି ଆସିଲା ପ୍ରେମିକାର ଫୋନ୍‌, ସହି ପାରିଲା ନାହିଁ ପ୍ରେମିକ ରାଗରେ ପୁରା ଗାଁର ଲାଇନ କାଟିଦେଲା, ଦେଖନ୍ତୁ ଭିଡିଓ

କେତେବେଳେ ପ୍ରେମ ଏକ ବଲିଉଡ୍ ଚଳଚ୍ଚିତ୍ର ସୈୟାରା ପରି ଅନୁଭବ ହୁଏ ତ ଆଉ କେତେବେଳେ ଓଲିଉଡ଼ର ପାଗଳ ପ୍ରେମୀ । ହଁ ଦର୍ଶକବନ୍ଧୁ ଆମେ ଏକଥା ଏଥିପାଇଁ କହୁଛୁ, ଏ ଦୃଶ୍ୟ ଦେଖିଲେ ଆପଣ ଆପେ ଆପେ ବୁଝିଯାଉଥିବେ । ବର୍ତ୍ତମାନ ଏକ ଭିଡିଓ ଅନଲାଇନରେ ବେଶ ଭାଇରଲ ହେଉଛି । ଯାହା କୌଣସି ଏକ ସିନେମା ଦୃଶ୍ୟଠାରୁ କମ ନୁହେଁ । ଏ ଦୃଶ୍ୟରେ ଡ୍ରାମା, ଟ୍ୱିଷ୍ଟ ଏବଂ ଅନେକ ଭାବାଭଙ୍ଗୀ ରହିଛି ।

ଦର୍ଶକବନ୍ଧୁ, ଏ ବ୍ୟକ୍ତି ଜଣକ କିପରି ଏକ ବିଦ୍ୟୁତ ଖୁଣ୍ଟି ଉପରକୁ ଚଢ଼ି ସବୁ ତାର ଗୁଡ଼ିକୁ କାଟି ଦେଉଛି । ତେବେ ସେ ଏପରି କାହିଁକି କରୁଛି ? କଣ କାରଣ ଅଛି ? ଘରେ ବିଦ୍ୟୁତ ନାହିଁ ନା ପାଗଳ ହୋଇଯାଇଛି ଏ ଲୋକ । ତଳେ ଛିଡା ହୋଇଥିବା ଲୋକ ଏଭଳି କିଛି ଭାବୁଥିବା ବେଳେ କିନ୍ତୁ ପ୍ରକୃତ କାରଣ ଥିଲା କିଛି ଅଲଗା । ତେବେ ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ସମ୍ପର୍କରେ ।

ଦର୍ଶକବନ୍ଧୁ, ହାତରେ ବଡ଼ ପ୍ଲାସ ଧରିଥିବା ବ୍ୟକ୍ତି ଜଣକ ଏକ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ିଛନ୍ତି ଆଉ ସବୁ ତାରଗୁଡ଼ିକୁ କାଟୁଥିବାର ଦେଖାଯାଉଛି । ଯାହା ଫଳରେ ସେହି ସମୟରେ ସେହି ଅଞ୍ଚଳର ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଯାଇଥିଲା । ଯେତେବେଳେ ତାଙ୍କର ଏ ବାଚାଳାମିର କାରଣ ଜଣା ପଡ଼ିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଲେ । କଥା ହେଲା ଯେ ତାଙ୍କ ପ୍ରେମିକାଙ୍କ ଫୋନ୍ କାହିଁକି ବ୍ୟସ୍ତ ଆସିଲା । ଫୋନ ବିଜି ଆସିବାରୁ ସେ ବିରକ୍ତ ହୋଇଯାଇଥିଲେ ଏବଂ ପରିସ୍ଥିତିକୁ ସ୍ୱାଭାବିକ କରିବା ପରିବର୍ତ୍ତେ, ସେ ଗାଁର ବିଦ୍ୟୁତ୍ କନେକ୍ସନ କାଟି ଦେଇ ନିଜର ହତାଶାକୁ ପରିପ୍ରକାଶ କରିଥିଲେ ।

ଯଦିଓ ଏ ଦୃଶ୍ୟଗୁଡ଼ିକ ଆଶ୍ଚର୍ଯ୍ୟଜନକ, କିନ୍ତୁ ଭିଡିଓର ସତ୍ୟତା ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ । ତଥାପି, ଏହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଏବଂ ୟୁଜର୍ସଙ୍କର ପ୍ରତିକ୍ରିୟା ମଧ୍ୟ ଜୋରସୋରରେ ଛୁଟୁଛି । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, “ମୁଁ ବହୁତ ପ୍ରେମିକ ଦେଖିଛି, କିନ୍ତୁ ପ୍ରଥମ ଥର ପାଇଁ ମୁଁ ଜଣେ ଏଭଳି ପ୍ରେମିକକୁ ଦେଖୁଛି ଯିଏ ପ୍ରେମରେ ପାଗଳ ହୋଇଯାଇଛି ।

ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, “ଆଶିକ୍ ଆପ୍ନି ନାସ୍ କାଟେ ହେ, ଇସନେ ଗାଓଁ କି ନାସ୍ କାଟ୍ ଦି । ଆଉ ଜଣେ ମନ୍ତବ୍ୟ ଦେଇଥିଲେ ଏହି ବ୍ୟକ୍ତି ବଲିଉଡ୍ ଚଳଚ୍ଚିତ୍ର ଦେଖିବା ବନ୍ଦ କରିଦେବା ଆବଶ୍ୟକ । କେତେକ ତାଙ୍କୁ “ସୈୟାରା” ଭଳି ଫିଲ୍ମ ସହିତ ତୁଳନା କରିଥିଲେ, ଯାହା ମୁକ୍ତିଲାଭ କରିବା ପରେ ଖୁବ ଲୋକପ୍ରିୟତା ସାଉଁଟିଥିଲା ଏବଂ ଥିଏଟରରେ ଏହି ଫିଲ୍ମରେ ହିରୋ ହିରୋଇନଙ୍କ ସମ୍ପୂର୍ଣ୍ଣ ନାଟକ ପାଇଁ ଭାବପ୍ରବଣ ହୋଇ ଦର୍ଶକ ଭାଙ୍ଗି ପଡ଼ିଥିଲେ ।

ଏବେ ଆପଣଙ୍କୁ ଜଣାଇଦେଉଛୁ ଯେ ଏହି ଘଟଣା ପ୍ରଥମ ଥର ହୋଇନାହିଁ ବରଂ ଆଗରୁ ମଧ୍ୟ ଏଭଳି ଘଟଣା ଘଟିଛି । ୨୦୨୨ ମସିହାରେ, ବିହାରର ପୂର୍ଣ୍ଣିଆ ଜିଲ୍ଲାର ଗଣେଶପୁର ଗାଁର ଜଣେ ବ୍ୟକ୍ତି ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଉଥିଲେ, କେବଳ ଅନ୍ଧାରରେ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ । ଗାଁରେ ଦୁଇରୁ ତିନି ଘଣ୍ଟା ପାଇଁ ନିୟମିତ ଭାବରେ ବିଦ୍ୟୁତ୍ କାଟ ହେଉଥିଲା କିନ୍ତୁ ସମାନ ସମୟରେ ପଡ଼ୋଶୀ ଅଞ୍ଚଳରେ ବିଦ୍ୟୁତ୍ ଥିଲା । ଏହି ବାରମ୍ବାର ବିଭ୍ରାଟ ହେବା ପଛରେ ସ୍ଥାନୀୟ ଲୋକମାନେ ଜାଣିପାରି ଆଶ୍ଚର୍ଯ୍ୟ ହୋଇଗଲେ । ଶେଷରେ, ସେହି ବ୍ୟକ୍ତିଙ୍କ କାର୍ଯ୍ୟର ପର୍ଦ୍ଦାଫାସ ହୋଇଥିଲା ।