ଭାରତୀୟ ବିବାହ ଯୋଗୁଁ ବଢୁଛି ଜଳବାୟୁ ବିଶୃଙ୍ଖଳା, ପୃଥିବୀରେ ଭାରତ ବିବାହ ବଢାଉଛି ବିପଦ, ଜାଣନ୍ତୁ କେମିତି

ପ୍ରତିବର୍ଷ ଭାରତରେ ୧୦ ନିୟୁତରୁ ଅଧିକ ବିବାହ ଅନୁଷ୍ଠିତ ହୁଏ। ଏବଂ ଏହି କାର୍ଯ୍ୟକ୍ରମ ଗୁଡ଼ିକ ଦେଶରେ ଖାଦ୍ୟ ଅପଚୟର ପ୍ରମୁଖ୍ୟ ଉତ୍ସ ମଧ୍ୟରୁ ଗୋଟିଏ ପାଲଟିଛି। ଏବଂ ମିଥେନ୍ ନିର୍ଗମରେ ମଧ୍ୟ ବୃଦ୍ଧି ଘଟୁଛି। କ୍ଷୁଧା ମୁକାବିଲା ପାଇଁ କାମ କରୁଥିବା ସ୍ୱେଚ୍ଛା ସେବୀ ସଂଗଠନ ଫିଡ଼ିଂ ଇଣ୍ଡିଆ ଅନୁସାରେ ଏକ ସାଧାରଣ ଭାରତୀୟ ବିବାହରେ ୩୦ରୁ ୫୦ କିଲୋ ଖାଦ୍ୟ ନଷ୍ଟ ହୁଏ। ଆଭିଜାତ୍ୟ ସମ୍ପର୍ଣ୍ଣ ବିବାହରେ ଏହି ପରିଣାମ ୮ଶହ କିଲୋ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଭାରତରେ ଵିଵାହ ସହିତ ଜଡିତ ଖାଦ୍ୟ ଅପଚୟର ମୁଖ୍ୟ କାରଣ ହେଉଛି ବଫେ ପଦ୍ଧତିରେ ବିତରଣ।

ଭୁଲ ଅତିଥି ସଂଖ୍ୟା ଆକଳନ ଓ ବଳକା ଖାଦ୍ୟ ଦାନ ବିଷୟରେ ସଚେତନତାର ଅଭାବ। ବିବାହ ଉତ୍ସବର ପରିତ୍ୟକ୍ତ ଖାଦ ପୋଛି ମିଥେନ ପରି ସବୁଜ ଗୃହ ବାଷ୍ପ ଉତ୍ପନ୍ନ କରେ। ଯାହା ଜଳବାୟୁ ବିଶୃଙ୍ଖଳା ବୃଦ୍ଧିରେ ସହାୟକ ହୁଏ। ଉଷ୍ମତା ଧାରଣ କରିବାରେ ଅଙ୍ଗାରକାମ୍ଳ ଅପେକ୍ଷା ମିଥେନ ୮୦ ଗୁଣ ଅଧିକ ଶକ୍ତିଶାଳୀ। ମିଥେନ୍ ୨୦ ବର୍ଷରୁ ଅଧିକ ସମୟ ବାୟୁମଣ୍ଡଳରେ ରହିପାରେ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମାନବ ସୃଷ୍ଟି ମିଥେନ୍ ଲୋକ ମାନଙ୍କୁ ଦଶନ୍ଧି ମଧ୍ୟରେ ୪୫% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ।

ଯାହା ୨୦୪୫ ସୁଦ୍ଧା ବିଶ୍ୱ ଉନ୍ମତାକୁ ପ୍ରାୟ ୦.୩ ଡିଗ୍ରୀ ସେଲସିୟସ ହ୍ରାସ କରିପାରିବ। ଏବଂ ପ୍ୟାରିସ ଚୁକ୍ତି ଦ୍ଵାରା ଲକ୍ଷ କରାଯାଇଥିବା ୧.୫ ଡିଗ୍ରୀ ସେଲସିୟ ସୀମା ଭିତରେ ପୃଥିବୀକୁ ରଖିପାରିବ। ବିବାହ ଋତୁରେ ପ୍ରତିବର୍ଷ ବିଶ୍ଵରେ ୧୦୦ କୋଟି ଟନ ଖାଦ୍ୟ ନଷ୍ଟ ହେଉଥିବାରୁ ବିଶ୍ଵର ପ୍ରାୟ ୭୮.୩ କୋଟି ଲୋକ କ୍ଷୁଧା ସହିତ ସଂଘର୍ଷ କରୁଛନ୍ତି। ତେଣୁ ଖାଦ୍ୟର ସଚେତନ ବ୍ୟବହାର ଉତ୍ତମ ଯୋଜନା ଏବଂ ଖାଦ୍ୟ ଦାନ ବିଷୟରେ ସଚେତନତା ବୃଦ୍ଧି ଦ୍ଵାରା ଏହି ଅପଚୟକୁ ଯଥେଷ୍ଟ ହ୍ରାସ କରାଯାଇପାରିବ।

୨୦୧୮ରେ ଦିଲ୍ଲୀ ସରକାର ବିହାରରେ ଅନୁମତି ପ୍ରାପ୍ତ ଅତିଥିଙ୍କ ସଂଖ୍ୟା ସୀମିତ କରି ଖାଦ୍ୟ ଅପଚୟକୁ ହ୍ରାସ କରିବା ପାଇଁ ଉଲ୍ଲେଖନୀୟ ପଦେକ୍ଷପ ନେଇଥିଲେ। କୋଭିଡ ୧୯ ମହାମାରୀ ସମୟର ପ୍ରତିବନ୍ଧକ ଯୋଗୁଁ ବିବାହର ସମାବେଶ ଆକାର ଛୋଟ ହେଇଥାଏ। ତେବେ ଏହି ଧାରା ବଜାଇ ରଖି ଵିଵାହ ଉତ୍ସବର ଆକାର ସୀମିତ ଓ ସୁଚିନ୍ତିତ ପରିମାଣର ଖାଦ୍ୟ ପ୍ରସ୍ତୁତ କରିବା ଦ୍ଵାରା ବିପୁଳ ଖାଦ୍ୟ ଅପଚୟକୁ ଯଥେଷ୍ଟ ହ୍ରାସ କରାଯାଇପାରିବ ବୋଲି ଗବେଷକ ମାନେ ଆକଳନ କରିଛନ୍ତି।