ଫେବୃୟାରୀ ୧ରୁ ଲାଗୁ ହେବ ନୂଆ ନିୟମ ! ଏହି ସବୁ କ୍ଷେତ୍ରରେ ହେବାକୁ ଯାଉଛି ଏକ ବଡ ପରିବର୍ତ୍ତନ...

 
New rules febuary 1
ଫେବୃୟାରୀ ୧ରୁ ହେବାକୁ ଯାଉଛି ବଡ ୪ଟି କ୍ଷେତ୍ରରେ ପରିବର୍ତ୍ତନ । ହୁଏ ତ ଏହି ପରିବର୍ତ୍ତନ ସିଧା ସଳଖ ଆପଣଙ୍କ ଆୟ ଉପରେ ପ୍ରଭାବ ପକାଇପାରେ । ଅର୍ଥ ଲେଣ ଦେଣ କ୍ଷେତ୍ରରେ ଏହି ପରିବର୍ତ୍ତନ । ପୂର୍ବରୁ ଜାଣି ରଖନ୍ତୁ ଯାହା ଦ୍ଵାରା ପରେ ଆପଣଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପରିବର୍ତ୍ତନ ।

ଡ

• ପେନସନ ଫଣ୍ଡ ନିୟମ ଏବଂ ପିଏଫ୍ ଆର୍ଡିଏ ରେ ଫଣ୍ଡ ରୁ ଟଙ୍କା ଉଠାଇବା ପାଇଁ ନିୟମ ପରିବର୍ତ୍ତନ କରା ଯାଇଛି । ଟଙ୍କା ଉଠେଇବାକୁ ନେଇ କିଛି ନୂଆ ନିର୍ଦ୍ଦେଶାବଳୀ ଜାରି କରା ଯାଇଛି । ଯେପରିକି ଉଚ୍ଚ ଶିକ୍ଷା ପାଇଁ, ବିବାହ ଖର୍ଚ୍ଚ ପାଇଁ , ଘର କିମ୍ବା ଫ୍ଲାଟ୍ କିଣିବା ପାଇଁ ଆପଣ ଟଙ୍କା ଉଠେଇ ପାରିବେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

• ଇମେଲ ପଠାଇବା ନେଇ ନିୟମରେ କରାଗଲା ପରିବର୍ତ୍ତନ । ଗୁଗଲ କିମ୍ବା ୟାହୁ ଆକାଉଣ୍ଟ ରେ ବଡ ବଡ ଇମେଲ ପଠାଇବା କ୍ଷେତ୍ରରେ ପ୍ରମାଣୀକରଣ ନିୟମକୁ ପରିବର୍ତ୍ତନ କରା ଯାଇଛି । 

• ମାଇକ୍ରୋସଫ୍ଟ ଇଣ୍ଡିଆ ଏହାର ଅନଲାଇନ୍ ସେବା ଗୁଡିକରେ ନିୟମ ପରିବର୍ତ୍ତନ କରିଛି । ଏହାର ନିର୍ଦ୍ଧିଷ୍ଟ କେତେ ଗୁଡିଏ ସେବା ଯେପରିକି ପ୍ରିମିୟମ ମାଇକ୍ରୋସଫ୍ଟ ୩୬୫ , ଡାଇନାମିକସ ୩୬୫ ଆଦି ସେବାରେ ୬ ପ୍ରତିଶତ ବୃଦ୍ଧି କରିଛି । 

• ଏହା ସହିତ ମଧ୍ୟ ଏପରି ଅନେକ କ୍ଷେତ୍ରରେ ପରିବର୍ତ୍ତନ ଫେବୃୟାରୀ ମାସରେ ଦେଖିବାକୁ ମିଳିବ । ଫେବୃୟାରୀ ମାସରେ ସଂସଦରେ ବଜେଟ୍ ପାସ୍ ହେବାକୁ ଯାଉଛି । ଏଥିରେ ଅନେକ ପରିବର୍ତ୍ତନ ଗ୍ରାହକଙ୍କୁ ସିଧା ସଳଖ ପ୍ରଭାବିତ କରିପାରେ ।