କେମିତି ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର? କାହିଁକି ଏହାକୁ ରଖାଯାଏ ଗୋପନୀୟ, ଜାଣି ଆପଣ ହୋଇଯିବେ ତାଜୁବ୍

 
Kinner

ସବୁବେଳେ ଅନ୍ୟମାନଙ୍କ ପାଇଁ ରହସ୍ୟମୟ ଅଟନ୍ତି କିନ୍ନର ସମାଜ। ସେମାନଙ୍କର ବେଶଭୁଷା ଠାରୁ ଆରମ୍ଭ କରି ଏପରି ଅନେକ କଥା ରହିଛି ଯାହା ବିଷୟରେ ସାଧାରଣ ଲୋକେ ଅଜ୍ଞ ଅଟନ୍ତି। ଏହାରି ମଧ୍ୟରୁ କିନ୍ନରମାନଙ୍କ ଶେଷକୃତ୍ୟକୁ ସବୁଠାରୁ ରହସ୍ୟମୟ ଏବଂ ଗୋପନୀୟ କଥା ବୋଲି ଜଣାଯାଏ।

Kinnar

କିନ୍ନରମାନଙ୍କ ଦେହାନ୍ତ ପରେ ସେମାନଙ୍କର ଶେଷକୃତ୍ୟକୁ ଅତ୍ୟନ୍ତ ଗୋପନୀୟ ଡଙ୍ଗରେ କରାଯାଇଥାଏ। ସାଧାରଣତଃ ଭାରତରେ ରହୁଥିବା କିନ୍ନରମାନେ ହିନ୍ଦୁ ଧର୍ମକୁ ପାଳନ କରିଥାନ୍ତି। କିନ୍ତୁ, ସେମାନଙ୍କର ଦେହାନ୍ତ ପରେ ତାଙ୍କ ଶବକୁ ପୋଡ଼ିଦିଆଯାଏ ନାହିଁ ବରଂ ଏହାକୁ ଅତ୍ୟନ୍ତ ଗୋପନୀୟ ଭାବରେ ମାଟିରେ ପୋତି ଦିଆଯାଇଥାଏ। କିନ୍ନରମାନଙ୍କର ଶେଷକୃତ୍ୟ ପୂର୍ବରୁ ତାଙ୍କ ଦେହରେ ବନ୍ଧା ହୋଇଥିବା ସମସ୍ତ ଜିନିଷକୁ ଖୋଲି ଦିଆଯାଇଥାଏ। ଏହା କରିବା ଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳେ ବୋଲି ବିଶ୍ୱାସ କରାଯାଏ।

Kinnar last rites

ସାଧାରଣତଃ ଆମର କୌଣସି ପରିଜନଙ୍କର ଦେହାନ୍ତ ହୋଇଗଲେ ଆମେ ଶୋକ କରିଥାଉ। କିନ୍ତୁ, କିନ୍ନରଙ୍କର ଦେହାନ୍ତ ହେଲେ ତାଙ୍କ ପରିଜନମାନେ ଖୁସି ହୁଅନ୍ତି। କିନ୍ନରଟିଏ ମୃତ୍ୟୁ ପରେ କଷ୍ଟଦାୟକ ଜୀବନରୁ ମୁକ୍ତି ପାଇଥିବାରୁ ପରିଜନମାନେ ଏଥିପାଇଁ ଖୁସି ହୋଇଥାନ୍ତି। କିନ୍ନରମାନଙ୍କର ଦେହାନ୍ତ ପରେ ତାଙ୍କ ଶବକୁ ଚପଲ କିମ୍ବା ଜୋତାରେ ପିଟା ଯାଇଥାଏ। ଏହା କରିବା ଦ୍ୱାରା ତାଙ୍କ ଆତ୍ମାକୁ ସଦଗତି ମିଳେ ବୋଲି ବିଶ୍ୱାସ କରାଯାଏ। କିନ୍ନରମାନଙ୍କ ଶବଯାତ୍ରାକୁ ଦେଖିବାପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥାଏ। ଏହି ଶବଯାତ୍ରାକୁ ଦେଖିଥିବା ଲୋକଟି ପରବର୍ତ୍ତୀ ଜନ୍ମରେ କିନ୍ନର ଭାବରେ ଜନ୍ମ ନିଏ ବୋଲି ବିଶ୍ୱାସ କରାଯାଏ।