ପୁଅ ବାହାଘର ପରେ ଚାଲିଗଲେ ବାପା, OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତାଙ୍କର ହେଲା ମୃତ୍ୟୁ, କାରଣ..

 
Oyo

OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲ ଗୁରୁଗ୍ରାମର ଏକ ଉଚ୍ଚ ମହଲାରୁ ଖସିଯିବା ପରେ ଦେହାନ୍ତ ହୋଇଛି । ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲ କୋଠାର 20 ମହଲାରୁ ତଳେ ପଡ଼ିଯାଇଥିଲେ ଏବଂ ପରେ ସେ ଗୁରୁତର ଆହତ ହୋଇଥିଲେ । ଗୁଡ଼ଗାଓଁ ପୋଲିସ ଏହାର ଅନୁସନ୍ଧାନ କରୁଛି । ରମେଶ ଅଗ୍ରୱାଲ ତାଙ୍କ ପତ୍ନୀଙ୍କ ସହ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଯଦିଓ ରିତେଶ ଅଗ୍ରୱାଲ ସେହି ବିଲଡିଂରେ ରହୁ ନଥିଲେ । OYO ମୁଖପାତ୍ର ମଧ୍ୟ ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି ।

fbd gfdf fg

ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି ବୋଲି ରିତେଶ ଅଗ୍ରୱାଲ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି । ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଭାରି ହୃଦୟରେ ମୁଁ ଏବଂ ମୋ ପରିବାର ଜଣାଇବାକୁ ଚାହୁଁଛୁ ଯେ ଆମର ମାର୍ଗଦର୍ଶକ ତଥା ଆମର ଶକ୍ତି ମୋର ପିତା ରମେଶ ଅଗ୍ରୱାଲ ମାର୍ଚ୍ଚ 10 ରେ ଦେହାନ୍ତ କରିଛନ୍ତି । ସେ ତାଙ୍କର ପୂରା ଜୀବନକୁ ଏକ ଉତ୍ତମ ଢଙ୍ଗରେ ବଞ୍ଚିଛନ୍ତି ଏବଂ ପ୍ରତିଦିନ ଆମ ମଧ୍ୟରୁ ଅନେକଙ୍କୁ ପ୍ରେରଣା ଦେଇଛନ୍ତି । ତାଙ୍କ ମୃତ୍ୟୁ ଆମ ପରିବାର ପାଇଁ ଏକ ବଡ କ୍ଷତି ।

ରିତେଶ ଅଗ୍ରୱାଲ କହିଛନ୍ତି ଯେ ମୋ ବାପାଙ୍କ ଦୟା ଏବଂ ଉଷ୍ମତା ଆମକୁ ସବୁଠାରୁ କଷ୍ଟଦାୟକ ସମୟରେ ଆଗକୁ ବଢିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତାଙ୍କର କଥା ଆମ ହୃଦୟରେ ଗଭୀର ଭାବରେ ବାସ କରିବ । ଏହି ଦୁଃଖର ଘଣ୍ଟାରେ ଆମର ଗୋପନୀୟତାକୁ ସମ୍ମାନ କରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ।

ଆହୁରି ପଢନ୍ତୁ :- ବାହା ହେଲେ କୋଟିପତି ଓଡ଼ିଆ ପୁଅ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଥିଲେ, ଜାଣନ୍ତୁ କିଏ ଏହି ଉଦ୍ୟୋଗପତି ରିତେଶ ଅଗ୍ରୱାଲ

ଏହି ଘଟଣାରେ ଗୁରୁଗ୍ରାମର ଡିସିପି ଇଷ୍ଟ ବିରେନ୍ଦ୍ର ବିଜୟ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଗୁରୁଗ୍ରାମର ସେକ୍ଟର 54 ରେ DLF ର କ୍ରେଷ୍ଟ ର 20 ତମ ମହଲାରୁ ଖସିପଡ଼ିବାରୁ ରମେଶ ଅଗ୍ରୱାଲଙ୍କର ମୃତ୍ୟୁ ହୋଇଛି । CRPC ର ଧାରା 174 ଅନୁଯାୟୀ ଏହି ଘଟଣାର ଅନୁସନ୍ଧାନ କରାଯାଇଛି । ସେକ୍ଟର 53 ର SHO ଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୋଷ୍ଟମର୍ଟମ ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

htj tyj t

କିଛି ଦିନ ପୂର୍ବରୁ ରିତେଶ ଅଗ୍ରୱାଲ ଫର୍ମେସନ୍ ଭେଞ୍ଚରର ନିର୍ଦ୍ଦେଶକ ଗୀତଂସା ସୁଦଙ୍କୁ ବିବାହ କରିଥିଲେ । ରିତେଶ ଅଗ୍ରୱାଲଙ୍କ ବିବାହରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସଫ୍ଟବ୍ୟାଙ୍କ ଚେୟାରମ୍ୟାନ୍ ମାସାୟୋଶୀ ସୋନ ଏବଂ ପେଟିଏମ ସିଇଓ ବିଜୟ ଶେଖର ଶର୍ମାଙ୍କ ସମେତ ବହୁ ବଡ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ ।