ବାହା ହେଲେ କୋଟିପତି ଓଡ଼ିଆ ପୁଅ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଥିଲେ, ଜାଣନ୍ତୁ କିଏ ଏହି ଉଦ୍ୟୋଗପତି ରିତେଶ ଅଗ୍ରୱାଲ

 
oyo ritesh agrawal.jpeg

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ | ରିତେଶ ଅଗ୍ରୱାଲ ଗତକାଲି ଗୀତାଶା ସୁଦଙ୍କୁ ବିବାହ କରିଛନ୍ତି । ଆଉ ଏହି ବିବାହ ଉତ୍ସବରେ ରାଜନେତାଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତର ଅନେକ ସିଇଓ ଯୋଗ ଦେଇଥିଲେ | ବିବାହ ଉତ୍ସବରେ ଅତିଥି ଭାବେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସାୟୋଶୀ ସୋନ, ପେଟିଏମ୍ ସିଇଓ ବିଜୟ ଶେଖରଙ୍କ ସମେତ ଲେନ୍ସକାର୍ଟର ସିଇଓ ପୀୟୁଷ ବଂଶଲ ମଧ୍ୟ ଯୋଗ ଦେଇଥିଲେ | ଉଲ୍ଲେଖ ଥାଉ କି ସଫ୍ଟବ୍ୟାଙ୍କ ହେଉଛି ଏକ ଜାପାନୀ କମ୍ପାନୀ, ଯାହା ଓୟୋରେ ସବୁଠାରୁ ବଡ ନିବେଶକ | ଏହାର ସିଇଓ ମାସାୟୋଶୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିଥିଲେ। 

oyo

କେବଳ କର୍ପୋରେଟ ଜଗତରୁ ନୁହେଁ ବରଂ ଅନେକ ରାଜନେତା ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ | ରିତେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଜ ମା’ ଓ ଭାବି ପତ୍ନୀଙ୍କ ଫଟୋ ଶେୟାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସେ ଭେଟିଥିଲେ । ଫଟୋରେ ରିତେଶ ଓ ତାଙ୍କ ଭାବି ପତ୍ନୀ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ବେଳେ ଆଉ ଏକ ଫଟୋରେ ରିତେଶଙ୍କ ମା’ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଉଥିବା ଦେଖିବାକୁ ମିଳିଛି ।

କିଏ ଏହି ଉଦ୍ୟୋଗପତି ରିତେଶ ଅଗ୍ରୱାଲ?

୨୦୨୦ ମସିହାରେ ହ୍ୟୁମାନ୍ସ ଅଫ୍‌ ବମ୍ବେକୁ ସାକ୍ଷାତକାର ବେଳେ ରିତେଶ ଅଗ୍ରୱାଲ ତାଙ୍କ ଜୀବନ ଯାତ୍ରା ସମ୍ପର୍କରେ କହିଥିଲେ । ସେ କହିଥିଲେ ‘ବଡ଼ ସ୍ୱପ୍ନ ନେଇ ଏକ ଛୋଟ ସହରର ବାଳକ ମୁଁ । ଓଡ଼ିଶାର ରାୟଗଡ଼ା ରେ ଏକ ମଧ୍ୟବିତ୍ତ ପରିବାରରେ ମୋର ଲାଳନପାଳନ ହୋଇଥିଲା । ହେଲେ ସବୁବେଳେ ଜଣେ ଭଲ ଉଦ୍ୟୋଗପତି ହେବା ମୋର ସ୍ୱପ୍ନ ଥିଲା’ ।

ରିତେଶ ଅଗ୍ରୱାଲ ହେଉଛନ୍ତି ଓଡ଼ିଶା ରାୟଗଡ଼ାରେ ଜନ୍ମିତ, ଦେଶର ପ୍ରତିଷ୍ଠିତ ବ୍ୟବସାୟୀ । ହୋଟେଲ ଚେନ୍ ଓୟୋ ପ୍ରତିଷ୍ଠା କରି ଭାରତରେ ହୋଟେଲ ଶିଳ୍ପକୁ ଏକ ନୂଆ ଦିଗ ଦେଇଛନ୍ତି ରିତେଶ ଅଗ୍ରୱାଲ । ଏହି ସାକ୍ଷତ ପରେ ପର୍ଯ୍ୟଟନ ଉଦ୍ୟାଗ ବିକାଶ ପାଇଁ କ୍ରମାଗତ ଭାବେ କାମ କରି ଆସୁଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି ।

ritesh wedding

ବିଶେଷ କରି ରାୟଗଡ଼ା, ଗୀର୍, ଲଦାଖ୍, ରାମଶ୍ୱେରମ୍ ଏବଂ ମେଘାଳୟ ପର୍ଯଟନ ଶିଳ୍ପରେ ବଡ଼ ସୁଯୋଗ ଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ନୂଆ ଜୀବନ ପାଇଁ ଶୁଭକାମନା ଜଣାଥିବା ଟୁଇଟରରେ ଲେଖିଛନ୍ତି ରିତେଶ ଅଗ୍ରୱାଲ ।

ମାତ୍ର ୨୯ ବର୍ଷ ବୟସରେ କୋଟି ପତି ପାଲଟିଯାଇଛନ୍ତି ଓୟେ ରୁମର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ । ଓୟେ ଏବେ ଭାତରେ ସବୁଠୁ ଦ୍ରୁତ ବିଶକିତ ହେଟେଲ ନେଟୱର୍କ ଭାବେ ଗଣଯାଉଛି । ପତଳା ଏବଂ ଡେଙ୍ଗା ଥିବା ଏହି ଯୁବକ ଜଣଙ୍କ ୧୯୯୩ ମସିହାରେ କଟକର ବିସମ ଅଂଚଳରେ ଜନ୍ମଗ୍ରହଣ କରିଥିଲେ । ହୋଟେଲ ବେପାର ପ୍ରତି ରୁଚି ରଖିଥିବା ରିତେଶ ମାତ୍ର ୧୩ ବର୍ଷ ବୟସରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ।

୧୯୯୩ ମସିହାରେ ବିଷମକଟକ ଅଞ୍ଚଳରେ ଜନ୍ମଗ୍ରହଣ ରିତେଶ ଅଗ୍ରୱାଲ । ୧୩ ବର୍ଷ ବୟସରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ହୋଟେଲ ଲାଇନରେ ଜାଣିବାକୁ ଦେଶ-ବିଦେଶ ବିଭିନ୍ନ ହେଟେଲ ଗସ୍ତ କରିଥିଲେ । ହୋଟେଲରେ ମିଳୁଥିବା ସୁବିଧା, ଅସୁବିଧା ଉପରେ ଜାଣିବାକୁ ଚେଷ୍ଟା କରିଥିଲେ । ଇଞ୍ଜିନିୟରିଂ ପଢୁଥିବା ରିତେଶ କଲେଜରୁ ଡ୍ରପଆଉଟ୍ ହୋଇଥିଲେ । 
ଘରକୁ ଆସିବା ଭୟରେ ପରେ ସେ ସିମ୍ ବିକ୍ରିବା ଆରମ୍ଭ କରିଥିଲେ । ହୋଟେଲରେ ରହିବା ସହ ଗ୍ରାହକମାନଙ୍କ ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ । ୨୦୧୧ ରେ ସେ ଦିଲ୍ଲୀ ଯିବା ସହ ନିଜର କିଛି ଆରମ୍ଭ କରିବାକୁ ଯୋଜନା କରିଥିଲେ ।

୨୦୧୨ରେ ସେ ‘ଓରଭାଲ ଷ୍ଟେସ୍’ ଏକ ସଂସ୍ଥା ଆରମ୍ଭ କରିଥିଲେ । ଯେଉଁଥିରେ ଗ୍ରାହକମାନଙ୍କୁ ବେଡ ସହ ବ୍ରେକଫାଷ୍ଟ ଯୋଗାଇଦେବାର ବ୍ୟବସ୍ଥା ରହିଥିଲା । ଏହି କମ୍ପାନୀରେ ସେ ପ୍ରାୟ ୩୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ଏହି ସଂସ୍ଥା ପାଇଁ ବିଶ୍ୱସ୍ତରୀୟ ଥିଲ ଫେଲୋସିଜ୍ ପ୍ରୋଗ୍ରାମ ସେ ବିଜେତା ହୋଇଥିଲେ । ୨୦ ବର୍ଷ ବୟସରେ ତାଙ୍କୁ ପୁରସ୍କାର ଆକାରରେ ପ୍ରାୟ ୮୩ କୋଟି ଟଙ୍କା ଜିତିଥିଲେ । ଯାହା ତାଙ୍କୁ ଆଗକୁ ବଢିବାକୁ ସହାୟ ହୋଇଥିଲା । ୨୦୧୩ ମେ ରେ ସେ ତାଙ୍କର ସ୍ୱପ୍ନର ପ୍ରୋଜେକ୍ଟ ‘ଓୟେ’ ଆରମ୍ଭ କରିଥିଲେ । ଯାହା ଯୁବପିଢି ବିଶେଷ କରି ପ୍ରେମିଯୁଗଳମାନଙ୍କୁ ଆକୃଷ୍ଟ କରିଥିଲା । ସେପ୍ଟେମ୍ବର ୨୦୧୮ ସୁଦ୍ଧା ସେ କମ୍ପାନୀର ସମ୍ପତି ୮ ହଜାର ୨୭୨ କୋଟି ଛୁଇଁଥିଲା । ୨୦୧୯ ଜୁଲାଇରେସେ କମ୍ପାନୀର ବିଲିୟନ ଡଲାର ସେୟାର କରିଥିଲେ । ୨୦୨୦ ସୁଦ୍ଧା ତାଙ୍କର ସମ୍ପତି ପ୍ରୟ ୧.୧ ବିଲିୟନ ଡଲାର ଅର୍ଥାତ୍ ୯ ହଜାର କୋଟି ଛୁଇଁଥିଲା ।