ଦେଖନ୍ତୁ ଭିଡିଓ: ଜୟ ଶ୍ରୀ ରାମ ନାରା ଲଗାଇଲେ ସମସ୍ତଙ୍କୁ ମାରିଦେବୁ କହୁଥିଲେ ମୁସଲମାନ ଯୁବକ, ଆଉ ତାପରେ...

 
Muslim guy

ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏଥିଲାଗି ସାରା ଦେଶରେ ଖୁସିର ମହୋଲ ରହିଥିବା ବେଳେ କେତେକ ସ୍ଥାନରେ ଏଥିନେଇ ଉତ୍ତେଜନା ମଧ୍ୟ ଦେଖା ଦେଇଛି। ମୁମ୍ବାଇ ଠାରେ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟ ମଧ୍ୟରେ କିଛି ମାତ୍ରାରେ ଉତ୍ତେଜନା ଦେଖା ଦେଇଥିଲା। ଯାହାର ଭିଡ଼ିଓ ଏବଂ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Ram rally

Follow our WhatsApp channel and get all the Latest news.

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

ଦୁଇ ସମ୍ପ୍ରଦାୟ ମଧ୍ୟରେ କଳହ ଆରମ୍ଭ ହେବା ପରେ ମୁମ୍ବାଇ ନିକଟସ୍ଥ ମିରା ରୋଡ ଅଞ୍ଚଳରେ ପ୍ରବଳ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ମାଧ୍ୟମରେ ଲୋକଙ୍କୁ ଉତ୍ତେଜିତ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଆବୁ ଶେହମା ଶେଖଙ୍କୁ ତାଙ୍କ ଫେସବୁକ ପୋଷ୍ଟ ପାଇଁ ନୟା ନାଗର ପୋଲିସ ଆଇପିସିର ଧାରା 153A, 505 (2) ଏବଂ ଆଇଟି ଆକ୍ଟ ଧାରା 66c ଅନୁଯାଇ ଗିରଫ କରାଯାଇଅଛି।

Saikh

ତାଙ୍କ ଭାଇରାଲ ଭିଡିଓରେ ଶେଖ କହିଛନ୍ତି ଯେ ଏହା ୟୁପି ନୁହେଁ, ଏହା ମୁମ୍ବାଇ।  ତା’ପରେ ସେ ହିନ୍ଦୁ ମୁସଲମାନଙ୍କୁ ନେଇ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ଅସୁବିଧାରେ ପକାଇଛି। ଏହି ମାମଲାରେ ମୋଟ ୧୩ ଅଭିଯୁକ୍ତଙ୍କୁ ଥାନେ କୋର୍ଟରେ ହାଜର କରାଯାଇଥିଲା। 


ସେମାନଙ୍କ ମଧ୍ୟରେ ଚାରିଜଣ ନାବାଳକ ରହିଥିଲେ, ଯାହାଙ୍କୁ ପରବର୍ତ୍ତୀ ସମୟରେ ଜୁଭେନାଇଲ କୋର୍ଟକୁ ପଠାଇ ଦିଆଯାଇଛି।  ଫେସବୁକ୍ ଭିଡିଓ ସହ ଜଡିତ ଥିବା ଅବୁ ଶେଖ ଏବଂ ଅବଶିଷ୍ଟ ୮ ଅଭିଯୁକ୍ତଙ୍କୁ ଯଥାକ୍ରମେ ୨ ଓ ୩ ଦିନ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Police

ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ସ୍ଥାନୀୟ ପୋଲିସ, ମୁମ୍ବାଇ ପୋଲିସ, ପାଲଘର ପୋଲିସ, ଥାନେ ଗ୍ରାମୀଣ ପୋଲିସ, ଆରଏଫ (ରାପିଡ ଆକ୍ସନ ଫୋର୍ସ), ଏମଏସଏଫ (ମହାରାଷ୍ଟ୍ର ସୁରକ୍ଷା ବଳ) ଏବଂ ଏସଆରପିଏଫଙ୍କୁ ନିୟୋଜିତ କରାଯାଇଅଛି। ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅତିରିକ୍ତ ପୋଲିସ କମିଶନର ଶ୍ରୀକାନ୍ତ ପଠକ ସମସ୍ତଙ୍କୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ:- ପ୍ରଭୁ ରାମଙ୍କ ମୂର୍ତ୍ତି କଳା ହିଁ କାହିଁକି ହେଲା, ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଆସିଲା ସାମ୍ନାକୁ, ଜାଣନ୍ତୁ ପୁରା ଖବର