ପ୍ରଭୁ ରାମଙ୍କ ମୂର୍ତ୍ତି କଳା ହିଁ କାହିଁକି ହେଲା, ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଆସିଲା ସାମ୍ନାକୁ, ଜାଣନ୍ତୁ ପୁରା ଖବର

 
Ram lala murti black colour

ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀ ରାମଙ୍କର ମନ୍ଦିର ପ୍ରାଣ ପ୍ରତିଷ୍ଠା ଭାରତର ସାଂସ୍କୃତିକ ଇତିହାସ ପାଇଁ ଏକ ନୂଆ ମୋଡ଼ ଅଟେ। ଗତ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇ ଅଛି। ଏଥିସହିତ ରାମ ମନ୍ଦିର ଭିତରେ ପ୍ରଭୁ ଶ୍ରୀ ରାମ ସାରା ବିଶ୍ୱକୁ ଦର୍ଶନ ଦେଇଛନ୍ତି।

Sri ram

Follow our WhatsApp channel and get all the Latest news.

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

ତେବେ, ପ୍ରଭୁଙ୍କର ମୂର୍ତ୍ତିକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପ୍ରଭୁଙ୍କର ଭବ୍ୟ ମୂର୍ତ୍ତି କଳା ପଥରରେ ତିଆରି କରାଯାଇଛି। ଯାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହିଁକି ଏହା କଳା ରଙ୍ଗର ପଥରରେ ତିଆରି ହୋଇଛି ଏହା ଏକ ବଡ଼ ପ୍ରଶ୍ନ ଅଟେ।

ତେବେ କଳା ରଙ୍ଗକୁ ସାଧାରଣତଃ ଆମେ ଅଶୁଭ ମାନୁଥିବା ବେଳେ ଭଗବାନଙ୍କ ମୂର୍ତ୍ତି କଳାରଙ୍ଗର କାହିଁକି ନିର୍ମାଣ କରାଗଲା । ଏହା ପଛର କଣ ରହିଛି କାରଣ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଖାଲି କଳା ରଙ୍ଗର ମୂର୍ତ୍ତି ନୁହେଁ କାହିଁକି ଭଗବାନଙ୍କ ମୂର୍ତ୍ତି ୫୧ ଉଚ୍ଚତାର ନିର୍ମାଣ କରାଯାଇଛି ତାହା ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Salagram

ପ୍ରକୃତରେ ଏହି ମୂର୍ତ୍ତିଟି ସାଳଗ୍ରାମ ପଥରରେ ପ୍ରସ୍ତୁତ କରାଯାଇଛି, ତେଣୁ ଏହାର ରଙ୍ଗ କଳା ଅଟେ। କୁହାଯାଉଛି ଏହି ପଥର ଭଗବାନ ରାମଙ୍କ ଶଶୂର ଘର ନେପାଳରୁ ହିଁ ଆସିଛି। ସାଳଗ୍ରାମଙ୍କୁ ପ୍ରଭୁ ନାରାୟଣଙ୍କ ମାନ୍ୟତା ଦିଆଯାଇଛି। କେବଳ ସେତିକି ନୁହେଁ ହିନ୍ଦୁ ଶାସ୍ତ୍ରରେ ଏହି ପଥରକୁ ଘରେ ରଖାଯାଇ ପୂଜା ମଧ୍ୟ କରାଯାଇଥାଏ। ସେଥିପାଇଁ ଭଗବାନ୍‌ ରାମଲାଲାଙ୍କ ପ୍ରତିମୂର୍ତ୍ତି ଏହି ଶାଳଗ୍ରାମ ପଥରରେ ନିର୍ମାଣ କରାଯାଇଛି । ଏହି ଶାଳଗ୍ରାମ ପଥର ପାଣିରେ ଖରାପ ହୋଇନଥାଏ ବରଂ ଏହି ପଥରରେ ପାଣି ପଡ଼ିବା ଦ୍ୱାରା ଏହାର ଉଜ୍ଜ୍ୱଳତା ଦୁଇଗୁଣ ବଢ଼ିଯାଇଥାଏ । ଏହା ବ୍ୟତୀତ ଏହି ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ଅଟେ।

Ram

ମୂର୍ତ୍ତିଟିର ଓଜନ ପାଖାପାଖି ୨୦୦ କେଜି ଅଟେ। ଏହି ମୂର୍ତ୍ତିଟି ଗୋଟିଏ ପଥରରେ ପ୍ରସ୍ତୁତ କରାଯାଇଅଛି। ଏହି ମୂର୍ତ୍ତିରେ ପାଣି ମଧ୍ୟ ଲାଗି ପାରିବ ନାହିଁ। ମୂର୍ତ୍ତିଟିକୁ କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଅଛି। ଭଲ ଭାବରେ ଦେଖିଲେ ଏହି ମୂର୍ତ୍ତିରେ ରାମଙ୍କର ସମସ୍ତ ୧୦ ଅବତାରକୁ ଅତ୍ୟନ୍ତ ନିଖୁଣତାର ସହିତ ପ୍ରତିପାଦନ କରାଯାଇଅଛି।

Lord ram

ମୂର୍ତ୍ତିର ଉଭୟ ପାର୍ଶ୍ଵରେ ଗରୁଡ଼ ଏବଂ ହନୁମାନଙ୍କୁ ମଧ୍ୟ ସ୍ଥାନ ଦିଆ ଯାଇଅଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୂର୍ତ୍ତି ଆଖିରେ ପଟି ବନ୍ଧା ଯାଇଥିଲା। ପ୍ରାଣ ପ୍ରତିଷ୍ଠା ପରେ ଏହି ଖୋଲାଯିବାର ଥିବାବେଳେ କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ହିଁ ଏହାର ଫୋଟୋ ଭାଇରାଲ ହୋଇଯାଇଥିଲା। ଯାହାଫଳରେ ଲୋକେ ଦିନକ ପୂର୍ବରୁ ପ୍ରଭୁଙ୍କର ଦର୍ଶନ ପାଇବାରେ ସଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ:- ଚାକିରୀ ପାଇଁ ବଡ଼ ସୁଯୋଗ! ସ୍କାଉଟ୍ ଏବଂ ଗାଇଡ୍ କୋଟା ରହିଥିଲେ ଭାରତୀୟ ରେଳବାଇରେ ମିଳିବ ଚାକିରୀ….