ଇସ୍ରାଇଲ୍ ପାଇଁ ଯୁଦ୍ଧ କରିବେ ଭାରତୀୟ ମହିଳା, କାରଣ ଜାଣିଲେ ତାଯୁବ ହେବେ ଆପଣ

 
Israel

ଇସ୍ରାଇଲ୍ ଏବଂ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଘଠନ ହମସ୍ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ଏହି ଯୁଦ୍ଧ ବର୍ତ୍ତମାନ ସମୟରେ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଶତାଧିକ ଯବାନ ଏବଂ ସାଧାରଣ ଜନତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ତେବେ, ଏହାରି ମଧ୍ୟରେ ଏକ ବେସ୍ ରୋଚକ ଖବର ମଧ୍ୟ ଶୁଣିବାକୁ ମିଳିଛି। ପ୍ରକୃତରେ ଦୁଇଜଣ ଭାରତୀୟ ମହିଳା ଏହି ଯୁଦ୍ଧରେ ସାମିଲ ହୋଇଥିବା ଜଣାପଡିଛି।

War

ଗୁଜରାଟାରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ରିୟା ଏବଂ ନିଶା ନାମକ ଦୁଇଜଣ ଭାରତୀୟ ମହିଳା ଏବେ ଇସ୍ରାଏଲ ତରଫରୁ ପାଲେଷ୍ଟାଇନ ସହ ଯୁଦ୍ଧ ଲଢୁଛନ୍ତି। ସେମାନେ ମୁଖ୍ୟତଃ ଗୁଜୁରାଟ ଜୁନାଗଡର ମାନାଭାଦର କାଥୋଡି ଗ୍ରାମର ଅଟନ୍ତି ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାଇ ଦୁଇ ମହିଳାଙ୍କ ପିତା ଜିଭାଭାଇ ମୁଲିଆସିଆ ଓ ସାବଦାସଭାଇ ମୁଲିଆସିଆ କିଛିବର୍ଷ ତଳୁ ଗୁଜରାଟରୁ ଯାଇ ଇସ୍ରାଏଲରେ ବାସ କରୁଥିଲେ। ସେଠାରେ ତାଙ୍କୁ ଦେଶର ନାଗରିକତ୍ଵ ମଧ୍ୟ ମିଳିଯାଇଥିଲା। 

Fighter

ଇସ୍ରାଇଲ ସେନାରେ ଅତିକମରେ ଦୁଇବର୍ଷ ସେନାରେ ଚାକିରୀ କରିବା ବାଧ୍ୟତାମୂଳକ ରହିଥିବା ହେତୁ ଏହି ଦୁଇ ମହିଳା ଏବେ ସେଠାରେ ଯୁଦ୍ଧ ଲଢ଼ୁଛନ୍ତି। ରିୟାଙ୍କ ପିତା ଜିଭାଭାଇ ମୁଲିଆସିଆ କହିବା ଅନୁଯାଇ ତାଙ୍କ ଝିଅ ଦୁଇବର୍ଷ ହେବ ଲେବାନନ, ସିରିଆ, ଜୋର୍ଡାନ ଏବଂ ଇଜିପ୍ଟ ସୀମାରେ କାର୍ଯ୍ୟରତ ଥିଲେ। ଏବେ ସେ ହମାସ୍ ବିରୋଧରେ ସେନା ସହିତ ଯୁଦ୍ଧ ଲଢ଼ୁଛନ୍ତି।

ଆହୁରି ପଢ଼ନ୍ତୁ:- ଛୋଟ ଦେଶ ହେବା ସତ୍ତ୍ୱେ ଇସ୍ରାଏଲକୁ କାହିଁକି ଡରିଥାଏ ସାରା ବିଶ୍ୱ? ଦେଶର ଏହି ରୋଚକ କଥା ଜାଣି ଛାତି ଥରି ଉଠିବ