ଛୋଟ ଦେଶ ହେବା ସତ୍ତ୍ୱେ ଇସ୍ରାଏଲକୁ କାହିଁକି ଡରିଥାଏ ସାରା ବିଶ୍ୱ? ଦେଶର ଏହି ରୋଚକ କଥା ଜାଣି ଛାତି ଥରି ଉଠିବ

 
Israel facts

ପାଖାପାଖି ୮୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲ ଏକ ଛୋଟ ଦେଶ ଅଟେ। କିନ୍ତୁ,୧୫୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୫୬ ଟି ମୁସଲମାନ ଦେଶ ଇସ୍ରାଏଲକୁ ଭୟ କରିଥାନ୍ତି।  କେବଳ ଏତିକି ନୁହେଁ, ଦୁର୍ଦାନ୍ତ ଆତଙ୍କବାଦୀ ସଂଘଠନ ଆଇଏସଆଇଏସ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଡ଼ରିଥାନ୍ତି।  ଏପରିକି ଏହି ଦେଶକୁ ଦୁନିଆର ସବୁଠାରୁ ବିପଜ୍ଜନକ ଦେଶ ବୋଲି ବିବେଚନା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି କାରଣ ଯେଉଁଥିପାଇଁ ଇସ୍ରାଏଲ ବିଶ୍ୱରେ ଏପରି ଏକ ମହାନ ଶକ୍ତି ଭାବରେ ପ୍ରତିଷ୍ଠିତ ହୋଇପାରିଛି:-

୧. 'ମୋସାଦ' କୁ ଇସ୍ରାଏଲର ମେରୁଦଣ୍ଡ ମଧ୍ୟ କୁହାଯାଏ। ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଖ୍ୟାତନାମା ଗୁପ୍ତଚର ସଂସ୍ଥା ହେଉଛି ମୋସାଦ ଯାହାର ଅର୍ଥ ହେଉଛି 'ମୃତ୍ୟୁ'। ଇସ୍ରାଏଲ କିମ୍ବା ଇସ୍ରାଏଲର ନାଗରିକଙ୍କ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର କରାଯାଉଥିବା ପ୍ରତ୍ୟେକ ସ୍ଥାନରେ ମୋସାଦ ପହଞ୍ଚି ଶତ୍ରୁ ମାନଙ୍କର ବିନାଶ କରି ଦେଇଥାଏ।

୨. ଇସ୍ରାଏଲର ବାୟୁସେନା ହେଉଛି ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ବାୟୁସେନା। ସେମାନେ କୌଣସି ବି ଆକ୍ରମଣର ଜବାବ ଦେବାକୁ ସକ୍ଷମ ଅଟନ୍ତି, ଏଥିସହିତ ଅତିଶୀଘ୍ର ଯେ କୌଣସି ଶତ୍ରୁକୁ ବିନାଶ କରିବାର କ୍ଷମତା ମଧ୍ୟ ରଖିଥାନ୍ତି।

୩. ଇସ୍ରାଏଲ ବିଶ୍ୱର ଏକମାତ୍ର ଦେଶ ଅଟେ ଯାହା ଆଣ୍ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀରେ ଦ୍ୱାରା ସୁସଜ୍ଜିତ ଅଟେ। ଏହା ଇସ୍ରାଏଲକୁ ଯାଉଥିବା ପ୍ରତ୍ୟେକ କ୍ଷେପଣାସ୍ତ୍ର ଏବଂ ରାକେଟ କୁ ରାସ୍ତାରେ ହିଁ ଧ୍ବଂସ କରିଦେଇଥାଏ।

୪. ଏହା ହେଉଛି ବିଶ୍ୱର ଏକମାତ୍ର ଯିହୁଦୀ ରାଷ୍ଟ୍ର। ଇସ୍ରାଏଲର ଭାଷା ହିବ୍ରୁ ହେଉଛି ଦୁନିଆର ଏକମାତ୍ର ଭାଷା ଯାହାକୁ ପୁନର୍ଜନ୍ମ ମିଳିଛି। ହିବ୍ରୁ ଏବଂ ଆରବୀ ଏଠାକାର ଅଧିକାରୀକ ଭାଷା ଅଟେ।

୫. ଇସ୍ରାଏଲ ହେଉଛି ବିଶ୍ୱର ଏପରି ଏକ ରାଷ୍ଟ୍ର ଯେଉଁଠାରେ ମହିଳାମାନଙ୍କୁ ବାଧ୍ୟତାମୂଳକ ଭାବେ ସାମରିକ ସେବାରେ ନିୟୋଜିତ କରାଯାଇଥାଏ, ଯାହା ଏହି ଦେଶକୁ ଅଧିକ ଶକ୍ତିଶାଳୀ କରାଇଥାଏ।

୬. ଇସ୍ରାଏଲ୍ ପାଖରେ ନିଜସ୍ୱ ଉପଗ୍ରହ ବ୍ୟବସ୍ଥା ରହିଛି। ଯାହାକୁ ବ୍ୟବହାର କରି ଏହା ଡ୍ରୋନ୍ ପରିଚାଳନା କରିଥାଏ। ଇସ୍ରାଏଲ ଏହାର ଉପଗ୍ରହ ପ୍ରଣାଳୀ ସହ କାହାକୁ ମଧ୍ୟ ଅଂଶୀଦାର କରେ ନାହିଁ।

୭. ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ, ଏମାନେ ଆତ୍ମନିର୍ଭରଶୀଳ ଅଟନ୍ତି। ଇସ୍ରାଏଲ୍ ନିଜର ୯୩ ପ୍ରତିଶତ ଖାଦ୍ୟ ସାମଗ୍ରୀ ଉତ୍ପାଦନ ନିଜେ ଉତ୍ପାଦନ କରିଥାଏ। ଯାହାଫଳରେ ଏହି ରାଷ୍ଟ୍ରକୁ ନିଜ ଖାଦ୍ୟ ପାଇଁ ଅନ୍ୟ କୌଣସି ଦେଶ ଉପରେ ନିର୍ଭର କରିବାକୁ ପଡିନଥାଏ।