ଦେଖନ୍ତୁ ଭିଡିଓ: କେବଳ ପାକିସ୍ତାନୀ ଖେଳାଳି ଛଡା ପାକିସ୍ତାନର କାହାକୁ ନଥିଲା ଏଣ୍ଟ୍ରି, କେଉଁଠୁ ଆସିଲେ ଦର୍ଶକ

ଗତ ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦ୍ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଖେଳାଯାଇଥିଲା।
ଏହି ମ୍ୟାଚକୁ ଭାରତ ଅତି ସହଜରେ ଜିତି ଯାଇଥିବା ବେଳେ ସେଠାରେ ଭାରତୀୟ ପ୍ରଶଂସକଙ୍କର ଜନସମୁଦ୍ର ଦେଖିବାକୁ ମିଳିଥିଲା। ତେବେ, ଏହି ମ୍ୟାଚ ପାଇଁ ପାକିସ୍ତାନୀ ଖେଳାଳିଙ୍କ ବ୍ୟତୀତ ଅନ୍ୟ କାହାକୁ ଏଣ୍ଟ୍ରି ଦେଇନଥିଲା ବିସିସିଆଇ।
ଖେଳାଳିଙ୍କ ବ୍ୟତୀତ କୌଣସି କୌଣସି ପାକିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଥିଙ୍କୁ ସେଠାରେ ଏଣ୍ଟ୍ରି ମିଳିନଥିଲା। ତଥାପି ସେଠାରେ ପାକିସ୍ତାନକୁ ସମର୍ଥନ କରୁଥିବା କିଛି ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନର କାହାକୁ ଏଣ୍ଟ୍ରି ନଥିବା ବେଳେ କିଏ ଏହି ଦଳକୁ ସମର୍ଥନ କରୁଥିଲେ?
କଣ ଭାରତୀୟ ହୋଇ ମଧ୍ୟ କଣ ଏହି ବ୍ୟକ୍ତି ପାକିସ୍ତାନକୁ ସମର୍ଥନ କରୁଥିଲେ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଥିବା ବେଳେ ସେହି ବ୍ୟକ୍ତି ଜଣକ କିଏ ଏବଂ କେଉଁ ଦେଶର ତାହା ସ୍ପଷ୍ଟ ହୋଇପାରିନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କୌଣସି ପ୍ରକାର ବିଶୃଙ୍ଖଳାରୁ ବର୍ତ୍ତିବା ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନୀମାନଙ୍କୁ ଭାରତୀୟ ଭିସା ମିଳିନଥିଲା। ସେହିପରି ଭବାରେ ଜଣେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଥି ଭାରତ ବିରୋଧୀ ମନ୍ତବ୍ୟ ଦେବାରୁ ତାଙ୍କୁ ଭାରତରୁ ବିଦା କରିଥିଲା ବିସିସିଆଇ।
ଆହୁରି ପଢ଼ନ୍ତୁ:- ଭାରତ-ପାକିସ୍ତାନ ମ୍ୟାଚ ରେ 'ଜୟ ଶ୍ରୀରାମ' ନାରା ଶୁଣି ରାଗିଗଲା ଏହି ହିନ୍ଦୁ ବିରୋଧୀ ନେତା, ଭାରତୀୟ ଫ୍ୟାନ୍ସଙ୍କୁ କହିଲା "ଏମିତି ନିମ୍ନ ସ୍ତରର..."