ଭାରତ-ପାକିସ୍ତାନ ମ୍ୟାଚ ରେ 'ଜୟ ଶ୍ରୀରାମ' ନାରା ଶୁଣି ରାଗିଗଲା ଏହି ହିନ୍ଦୁ ବିରୋଧୀ ନେତା, ଭାରତୀୟ ଫ୍ୟାନ୍ସଙ୍କୁ କହିଲା "ଏମିତି ନିମ୍ନ ସ୍ତରର..."
ବିଶ୍ୱକପ ଇତିହାସରେ ଲଗାତାର ଅଷ୍ଟମ ଥର ପାଇଁ ପାକିସ୍ତାନକୁ ଧୂଳି ଚଟାଇ ହରାଇବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ୭ ୱିକେଟେରେ ହରାଇବାରେ ସଫଳ ହୋଇଛି। ଟିମ୍ ଇଣ୍ଡିଆର ଏହି ସଫଳତା ପାଇଁ ସାରା ଦେଶ ଖୁସି ମନାଉଥିବା ବେଳେ କିନ୍ତୁ, ମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଭାରତୀୟ ଦର୍ଶକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ପ୍ରକୃତରେ ପାକିସ୍ତାନ ଦଳର ୱିକେଟ ଯିବା ପରେ ଭାରତୀୟ ପ୍ରଶଂସକମାନେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା ଯାହାକୁ ନେଇ ଷ୍ଟାଲିନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଦୟାନିଧି ‘X’ର ପୋଷ୍ଟ କରି ଲେଖିଛନ୍ତି କି ଭାରତ ନିଜର ଖେଳ ଭାବନା ଓ ଆତିଥ୍ୟ ପାଇଁ ପ୍ରସିଦ୍ଧ।
ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ହୋଇଥିବା ବ୍ୟବହାର 'ଜୟ ଶ୍ରୀରାମ' ନାରା ଶୁଣି ରାଗିଗଲା ଏହି ହିନ୍ଦୁ ବିରୋଧୀ ନେତା, ଭାରତୀୟ ଫ୍ୟାନ୍ସଙ୍କୁ କହିଲା "ଏମିତି ନିମ୍ନ ସ୍ତରର..." ଏବଂ ଗ୍ରହଣୀୟ ନୁହେଁ।
India is renowned for its sportsmanship and hospitality. However, the treatment meted out to Pakistan players at Narendra Modi Stadium in Ahmedabad is unacceptable and a new low. Sports should be a unifying force between countries, fostering true brotherhood. Using it as a tool… pic.twitter.com/MJnPJsERyK
— Udhay (@Udhaystalin) October 14, 2023
ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ରୀଡା ଦେଶ ମଧ୍ୟରେ ଏକତ୍ରିକରଣକାରୀ ଶକ୍ତି ହେବା ଉଚିତ୍। ଏହା ସହ ଖେଳ ମାଧ୍ୟମରେ ଭାଇଚାରାକୁ ପ୍ରୋତ୍ସାହିତ କରାଯିବା ଉଚିତ୍। ଘୃଣା ବିସ୍ତାର କରିବା ପାଇଁ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି କହି ଉଦୟାନିଧି ଷ୍ଟାଲିନ୍ ଏହାକୁ ନିନ୍ଦା କରିଛନ୍ତି। ତେବେ, ତାଙ୍କର ଏପରି ମତକୁ ଲୋକେ ଖୁବ୍ ଟ୍ରୋଲ୍ କରୁଥିବା ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ:- ଯଦି କିଛି ଦୋଷ ନାହିଁ, ମୁଖ୍ୟମନ୍ତ୍ରୀ କାହିଁକି ନେଲେ କାର୍ଯ୍ୟାନୁଷ୍ଠାନ? କାହିଁକି କରିଛନ୍ତି ମିଡ଼ିଆକୁ ଟାର୍ଗେଟ୍? ଜାଣନ୍ତୁ ପୁରା ଖବର