ଚାଲିଛି ବିଶ୍ୱକପ୍ ର ଫିଭର୍, ଏହି ଟ୍ରଫି କେଉଁଥିରେ ତିଆରି, ଏହାର ମୂଲ୍ୟ କେତେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ
ଏବେ ସମସ୍ତ କ୍ରିକେଟପ୍ରେମୀଙ୍କ ପାଇଁ ଚାଲିଛି ବିଶ୍ୱକପ ଫିଭର୍। ୨୦୨୩ କ୍ରିକେଟ ବିଶ୍ୱକପ ଭାରତରେ ଆୟୋଜିତ ହେଉଥିବା ବେଳେ ଖୁବ ମଜାଦାର ଖେଳ ଦେଖିବାକୁ ମିଳୁଛି। ତେବେ, ଆପଣ କେବେ ଭାବିଛନ୍ତି କି ବିଶ୍ୱକପ ଟ୍ରଫି କେଉଁ ଧାତୁରେ ତିଆରି? ଏହାର ମୂଲ୍ୟ କେତେ ହେବ? ପ୍ରଥମ ଥର ପାଇଁ ଏହାକୁ କିଏ ଡିଜାଇନ୍ ଏବଂ ନିର୍ମାଣ କରିଥିଲେ? ତେବେ, ଆସନ୍ତୁ ଜାଣିବା ଏହା ବିଷୟରେ କିଛି ରୋଚକ ତଥ୍ୟ।
ଆଜି ଯେଉଁଭଳି ବିଶ୍ୱକପ ଟ୍ରଫି ରହିଛି। ୨୯୯୯ ପୂର୍ବରୁ ବିଶ୍ୱକପ ପୂର୍ବରୁ ସେଭଳି ଟ୍ରଫି ନଥିଲା। ପୂର୍ବରୁ ଅଲଗା ଅଲଗା ପ୍ରକାର ଟ୍ରଫି ପ୍ରଦାନ କରାଯାଉଥିଲା। ୧୯୯୯ ପରଠାରୁ ଏହାର ଗୋଟିଏ ପ୍ରକାର ଡ଼ିଜାଇନ୍ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଗାରେଡ ଆଣ୍ଡ କୋ. କମ୍ପାନୀର ପର୍ଣ୍ଣ ମାର୍ସନ ଦାୟିତ୍ୱ ଦିଆଯାଇଥିଲା।
ସେ ନିଜେ ଏହି ବିଶ୍ୱକପ ଟ୍ରଫିଟିକୁ ନିର୍ମାଣ କରିଥିଲେ। ଏହି ଟ୍ରଫି ଉଭୟ ସୁନା ଏବଂ ରୂପାର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ। ବିଶ୍ୱକପ ଟ୍ରଫି ପ୍ରାୟ ୧୧ କିଲୋ ଓଜନର ହୋଇଥାଏ। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ଅନୁମାନ କରାଯାଏ। କିନ୍ତୁ, ଏହାକୁ କେହି କେବେ ବିକ୍ରି କରିପାରିବେ ନାହିଁ କାରଣ ଏହା କରିବା ଆଇନଗତ ଅପରାଧ ଅଟେ।
ଆହୁରି ପଢ଼ନ୍ତୁ:- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ଭୋଗକୁ ଅପ୍ରାକୃତିକ କୁହାଯାଇପାରିବ ନାହିଁ, ଜାଣନ୍ତୁ ପୁରା ଖବର