ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ଭୋଗକୁ ଅପ୍ରାକୃତିକ କୁହାଯାଇପାରିବ ନାହିଁ, ଜାଣନ୍ତୁ ପୁରା ଖବର

 
Highcourt

ପତି - ପତ୍ନୀ ମଧ୍ୟରେ ସମ୍ଭୋଗ ପ୍ରାକୃତିକ ନା ଅପ୍ରାକୃତିକ। ଏହାର ଚୟନ ସ୍ଵାମୀ ସ୍ତ୍ରୀଙ୍କ ଉପରେ ନିର୍ଭର କରେ ନା ନ୍ୟାୟାଳୟ ଉପରେ। ପୁର୍ବରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଶାରିରୀକ ସମ୍ପର୍କକୁ ନେଇ ଅନେକ ବିବାଦ ଆଖି ସାମ୍ନାକୁ ଆସିଛି। ଯାହାର ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ସ୍ଵାମୀ ସ୍ତ୍ରୀର ସମ୍ପର୍କ ହେଲେ ମଧ୍ୟ ଶାରିରୀକ ସମ୍ପର୍କ ରଖିବା ପୁର୍ବରୁ ଉଭୟଙ୍କର ସ୍ଵତଃପ୍ରବୃତ୍ତ ଅନୁମତି ରହିବା ଆବଶ୍ୟକ।

Swami stree

ନିକଟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏହି ପରି ଏକ ଅଭିଯୋଗର ଶୁଣାଣି କରି କହିଛନ୍ତି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାକୃତିକ ସମ୍ଭୋଗ ବ୍ୟତୀତ ଅନ୍ୟ କିଛି ଘଟିଲେ ଏହାକୁ ଅପ୍ରାକୃତିକ କୁହାଯାଇ ପାରିବ ନାହିଁ। ଏହା କହି କୋର୍ଟ ସ୍ଵାମୀଙ୍କ ଉପରେ ମକୋଦ୍ଦମାକୁ ଖାରଜ କରିଛି।

Fgg

ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କ ଉପରେ ତାଙ୍କ ପତ୍ନୀ ପକ୍ଷରୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ଅଭିଯୋଗ କରା ଯାଇଥିଲା। ଯାହାକୁ ଆଇନସମ୍ମତ ନୁହେଁ କହି ଖାରଜ କରିଛି ମଧ୍ୟପ୍ରଦେଶ ହାଇକୋର୍ଟ। କୋର୍ଟର କହିବା ଅନୁସାରେ ଧାରା ୩୭୫ ଆଇପିସିକୁ ଆଖି ଆଗରେ ରଖି ସ୍ଵାମୀଙ୍କ ଉପରେ ଧାରା ୩୭୭ ଜାରି କରାଯାଇ ପାରିବ ନାହିଁ। ଏହି ମାମଲାର ଶୁଣାଣି ବିଚାରପତି ସଞ୍ଜୟ ଦ୍ବିବେଦୀଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଦ୍ୱାରା କରାଯାଇଥିଲା।

ବିଧାୟକଙ୍କ ପତ୍ନୀ ଆଇପିସି ଧାରା ୩୭୭ ଆଧାରରେ ନିଜ ସ୍ଵାମୀ ବିରୋଧରେ ଏଫାୟାର ଜାରି କରିଥିବା ବେଳେ ବେଞ୍ଚ ଏହାକୁ ଖାରଜ କରିଛି। କୋର୍ଟ କହିଛନ୍ତି ପତି ପତ୍ନୀଙ୍କ ମଧ୍ୟରେ ସମ୍ଭୋଗ କେବଳ ପିଲା ଜନ୍ମ ପର୍ଯ୍ୟନ୍ତ ସୀମିତ କରାଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପତି ପତ୍ନୀଙ୍କ ମଧ୍ୟରେ ସମ୍ଭୋଗରେ ସହମ୍ମତିର ଆବଶ୍ୟକତା ନାହିଁ।