ଟଙ୍କା ଆଗରେ ଫିକା ପଡ଼ିଲା ସ୍ୱାମୀ ପ୍ରେମ, ୫ ଲକ୍ଷ ଟଙ୍କା ପାଇଁ ପର ମହିଳା ହାତରେ ସ୍ୱାମୀକୁ ଟେକିଦେଲା ସ୍ତ୍ରୀ ଏବଂ….

 
Tanka

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଅତୁଟ ଏବଂ ପବିତ୍ର ଭାବରେ ବର୍ଣ୍ଣନା କରାଯାଇଥାଏ। କିନ୍ତୁ, ଆଜିର ସମୟରେ ଏହି ସମ୍ପର୍କ ସତେ ଯେପରି ଏକ ମଜାକ୍ ପାଲଟିଯାଇଛି। ଲୋକେ ପରକୀୟା ପ୍ରୀତିକୁ ଅତି ସହଜରେ ଆପଣାଇ ନେଇଛନ୍ତି । 

ତେବେ କେଉଁଠି ସ୍ୱାମୀ ପର ସ୍ତ୍ରୀ ପାଇଁ ନିଜ ପତ୍ନୀକୁ ଧୋକା ଦେଉଥିବା ବେଳେ କେଉଁଠି ପର ପୁରୁଷ ପାଇଁ ମହିଳାମାନେ ନିଜ ସ୍ୱାମୀଙ୍କୁ ଧୋକା ଦେଉଛନ୍ତି। ଏହାରି ମଧ୍ୟରେ ଜଣେ ମହିଳା ନିଜ ସ୍ୱାମୀକୁ ୫ ଲକ୍ଷ ଟଙ୍କାରେ ପରସ୍ତ୍ରୀକୁ ବିକ୍ରି କରି ଦେଇଥିବା ଭଳି ଖବର ସାମ୍ନାକୁ ଆସିଛି। 

ସୂଚନା ଅନୁଯାୟୀ କର୍ଣ୍ଣାଟକ ମାଣ୍ଡିଆର ଏକ ଗ୍ରାମରୁ ଏଭଳି ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାଇ ସମ୍ପୃକ୍ତ ଗାଁରେ ଏହି ଦମ୍ପତ୍ତି ରହୁଥିବା ବେଳେ ସ୍ୱାମୀ ଅନ୍ୟ ଜଣେ ମହିଳା ସହିତ ପରକୀୟା ପ୍ରୀତିରେ ଲିପ୍ତ ରହିଥିବା ମହିଳା ଜଣକ ଜାଣିବାକୁ ପାଇଥିଲେ।

ଏଥିନେଇ ପ୍ରମାଣ ପାଇବା ପରେ ଘଟଣାଟି ଗାଁ ପଞ୍ଚାୟତରେ ପଡିଥିଲା। ସେଠାରେ ମହିଳା ଜଣକ ନିଜ ସ୍ୱାମୀ ବଦଳରେ ୫ ଲକ୍ଷ ଟଙ୍କା ମାଗିଥିଲେ। ତାଙ୍କର ଏହି ପ୍ରସ୍ତାବରେ ଅଭିଯୁକ୍ତା ମହିଳା ଜଣକ ରାଜି ହେବା ସହିତ ଆଗାମୀ ମାସେ ଭିତରେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

ତେବେ, ଉଭୟଙ୍କ ମଧ୍ୟରେ ଏଭଳି ବୁଝାମଣା ଦେଖି ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ଲୋକେ ମଧ୍ୟ ଏହି ଘଟଣା ପରେ ଆଶ୍ଚର୍ୟ୍ଯ ହେବା ସହ ଘଟଣା ର ନିନ୍ଦା କରୁଥିବା ନଜର କୁ ଆସିଛି ।

ଆହୁରି ପଢ଼ନ୍ତୁ:- ଭାରତ-ପାକ୍ ମ୍ୟାଚ୍ ସମୟରେ ମିନିଟକୁ ବିକ୍ରି ହୋଇଥିଲା ଏତେ ପ୍ୟାକେଟ୍ କଣ୍ଡୋମ୍, ସାମ୍ନାକୁ ଆସିଲା ଅଦ୍ଭୁତ ରେକର୍ଡ