ସ୍ୱାମୀ ଏବଂ ଝିଅକୁ ଛାଡ଼ି ପରକୀୟା ପ୍ରୀତିରେ ଭାଉଜ, କହିଲେ "ସେ ମୋ ସ୍ୱାମୀ ଠାରୁ ଅଧିକ ଖୁସି ଦଉଥିଲା ଏବଂ..."

 
Ajit

ଅନୈତିକ ସମ୍ପର୍କ ପାଇଁ ଭାଙ୍ଗିଗଲା ସୁନାର ସଂସାର। ଭାଉଜ ଭାଉଜ କହି ସାଙ୍ଗରେ ନେଇ ଫେରାର ହୋଇଗଲା ଯୁବକ। ନୟାଗଡ଼ ଜିଲ୍ଲା ବଡସହରା ପଞ୍ଚାୟତ ଜାମୁସାହି ଗ୍ରାମରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି। ଫେରାର ହୋଇଥିବା ମହିଳାଙ୍କ ନାମ ଝିଲମିଲ୍ ବୋଲି ଜଣାପଡିଛି। ଏହି ଘଟଣା ବର୍ତ୍ତମାନ ସମୟରେ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାଇ ସ୍ୱାମୀ ତୋଫାନ ଏବଂ ଝିଲମିଲଙ୍କ ବିବାହକୁ ପ୍ରାୟ ୧୮ ବର୍ଷ ହୋଇ ସାରିଥିଲା। ତୋଫାନ ତନ୍ତ ବୁଣି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିବା ବେଳେ ସେମାନଙ୍କର ଏକ ଝିଅ ମଧ୍ୟ ରହିଥିଲା। ଏହାରି ମଧ୍ୟରେ ଝିଲମିଲଙ୍କର ଅଜିତ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। 

ତୋଫାନ ଘରୁ ବାହାରକୁ ଯିବା ପରେ ଅଜିତ ସେଠାକୁ ଆସୁଥିଲେ। ଭାଉଜ ସହିତ ତାଙ୍କର ଅନୈତିକ ସମ୍ପର୍କକୁ ନେଇ ସାରା ଅଞ୍ଚଳରେ ଟୁପୁର ଟାପର ଆରମ୍ଭ ହୋଇ ଯାଇଥିଲା। ଏହାରି ମଧ୍ୟରେ ତୋଫାନ ଦିନେ ତାଙ୍କ ସ୍ତ୍ରୀ ଏବଂ ଅଜିତଙ୍କୁ ଘରେ ଥିବାବେଳେ ଧରିଥିଲେ।

ଯାହାପରେ ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା। ଏବେ ଅଜିତ ଝିଲମିଲକୁ ନେଇ ଫେରାର ହୋଇ ଯାଇଥିବା ତୋଫାନ ଏବଂ ତାଙ୍କ ଝିଅ ଲୋକଲଜ୍ୟାର ଶିକାର ହେଉଛନ୍ତି। ଏଥିନେଇ ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ସେପରି କିଛି ସୁଫଳ ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ:- ଆସୁଛି ବଡ଼ ଘୁର୍ଣ୍ଣିବଳୟ, ୨୨ରେ ଲଘୁଚାପ, ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ବର୍ଷାରେ ଭିଜିବ ଦଶହରା, ଜାଣନ୍ତୁ ପୁରା ଖବର