ଆସୁଛି ବଡ଼ ଘୁର୍ଣ୍ଣିବଳୟ, ୨୨ରେ ଲଘୁଚାପ, ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ବର୍ଷାରେ ଭିଜିବ ଦଶହରା, ଜାଣନ୍ତୁ ପୁରା ଖବର

 
Barsha

ଏଥର ଦଶହରାରେ ଭିଜିବେ ଶ୍ରଦ୍ଧାଳୁ। ପୂର୍ବ ଥର ଭଳି ଏଥର ମଧ୍ୟ ବର୍ଷାରେ ଭିଯିବ ଦଶହରା। ପାଣିପାଗ ବିଭାଗର ସୂଚନା ଅନୁସାରେ ୨୩  ରୁ ୨୬ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପଡିବା ସହିତ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ଭାଇ

ଆଗକୁ ଆସୁଛି ଲଘୁଚାପ। ସୂଚନା ଅନୁସାରେ ରବିବାର ରାତି ୧୦ ଟା ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏବଂ ଘୂର୍ଣ୍ଣିବଳୟ ର ପ୍ରଭାବରେ ମଧ୍ୟ ପାଗ କୋହଲା ରହିପାରେ।

ପ୍ରାୟ ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁ ପାରେ ଲଘୁଚାପ। ଅନୁମାନ କରାଯାଉଛି ଯେ ଏହା ଗୋପାଳପୁର ଠାରୁ ଚିଲିକା ମଝିରେ ସ୍ଥଳଭାଗ ଛୁଇଁ ପାରେ।

ଟ୍ରପିକାଲ୍ ଟିଡ ବିଟ୍ସ ଡ଼ଟ୍ କମ୍ ରେ ସ୍ଥାପିତ ଜିଏଫଏସ ଆକଳନ ଅନୁସାରେ ଲଘୁଚାପ ଟି ଅଧିକ ଘନୀଭୂତ ହୋଇପାରେ। ଏହି ଘୂର୍ଣିବଳୟଟି ଆସନ୍ତା ୨୩ କିମ୍ବା ୨୪ ତାରିଖ ରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି। ଏହା ବାଂଲାଦେଶ ଦେଇ ଓଡ଼ିଶା ମୁହାଁ ହୋଇ ପାରେ।

Barsha

ଆସନ୍ତା ୧୮ ବା ୧୯ ତାରିଖ ବେଳକୁ ଏକ ଘୂର୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହାକି ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ। ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ପରେ ଉତ୍ତର ଓଡ଼ିଶା ଉପକୂଳରେ ପ୍ରବେଶ କରିପାରେ ଘୂର୍ଣିବଳୟ। ଏହାର ପ୍ରଭାବରେ ୨୩ ରୁ ୨୬ ପର୍ଯ୍ୟନ୍ତ  ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଲାଗି ରହିବ ବୋଲି ଅନୁମାନ କରାଯାଇପାରେ।