5-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ଫିଙ୍ଗିଥିବା ଭାସ୍କର ସାହୁ କିଏ ? କଣ ପାଇଁ ପାଣ୍ଡିଆନ ଉପରେ କଲା କାଳିମାଡ଼ ?

 
Bhaskar sahu

ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। କିନ୍ତୁ, ପୁରୀ ଜିଲ୍ଲା ସତ୍ୟବାଦୀରେ ତାଙ୍କ ଉପରେ କାଳି ମାଡ଼ ହେବା ଭଳି ଘଟଣା ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି। ସଭ୍ୟ ସମାଜରେ କାହାରି ଉପରେ କାଳି ମାଡ଼ ହେବା ଆଦୌ ଗ୍ରହଣୀୟ ହୋଇନଥିବା ବେଳେ ଏହି ଅପରାଧ ପାଇଁ ପୋଲିସ କଣାସ ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। 

Ink attack

ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କିଏ ଏହି ଭାସ୍କର ସାହୁ? କାଳି ମାଡ଼ କରିବା ପଛରେ ତାଙ୍କର ବ୍ୟକ୍ତିଗତ କାରଣ ରହିଛି ନା ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର? ତେବେ, ମିଳିଥିବା ସୂଚନା ଅନୁଯାଇ ଭାସ୍କର ସାହୁ ପେସାରେ ଜଣେ ଏଲଆଇସି ଏଜେଣ୍ଟ ଅଟନ୍ତି। ସୂଚନା ଅଧିକାର କର୍ମୀ ଭାବେ ମଧ୍ୟ ସେ ନିଜର ପରିଚୟ ଦେଇଥାନ୍ତି। 

Bhaskar sahu

“ସମାଜର ସାଧାରଣ ଅସୁବିଧା ଦୂରକରିବା ସହ ତା’ର ଉନ୍ନତି, ପ୍ରଗତି କେବଳ ଦାୟିତ୍ୱ ଓ କର୍ତବ୍ୟ ନୁହେଁ, ମୋର ଧର୍ମ”, ବୋଲି ଭାସ୍କର ନିଜ ସୋସିଆଲ ମିଡିଆ ପେଜରେ ଲେଖିଥିବା ଦେଖିବାକୁ ମିଳିଛି। ସବୁଠାରୁ ରୋଚକ କଥା ହେଉଛି ଭାସ୍କର ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ନିର୍ବାଚନରେ ମଧ୍ୟ ଲଢ଼ିଥିଲେ। ତେବେ, ସେ କେଉଁ ରାଜନୈତିକ ଦଳ ପାଇଁ କାମ କରନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ, କାଳିମାଡ଼ ଘଟଣାରେ ବିରୋଧୀଙ୍କ ହାତ ରହିଥିବା ବିଜେଡ଼ି ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ:- ଇତିହାସର ସବୁଠୁ ସୁନ୍ଦରୀ ରାଣୀ ,ଦେହ ଭୋକ ମାରିବାକୁ ପୁଅ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା ଖବର