ଦେଖନ୍ତୁ ଭିଡିଓ: ଆଇଶା କହିଲେ ‘ମୁଁ କିନ୍ନର ବୋଲି ଯେବେ ଜାଣିଲି…’, ଜାଣନ୍ତୁ ଅଶୋକ ପଣ୍ଡାରୁ ସେ କିପରି ହେଲେ ମଡେଲ ଆଇଶା ପଣ୍ଡା

 
Ais

ଭଗବାନ ମନୁଷ୍ୟକୁ ତିନୋଟି ପକ୍ଷରେ ଗଢିଥାନ୍ତି ଯଥା ନାରୀ, ପୁରୁଷ, ଓ କିନ୍ନର । ଆମ ମଣିଷ ସମାଜ ନିଜର ମିଛ ଅହଂକାର ଓ ଗର୍ବ ପାଇଁ କିନ୍ନରମାନଙ୍କୁ ତଡି ଦେଇଥାଏ । କିନ୍ନରଙ୍କୁ ଆଦିଶକ୍ତି ର ଅବତାର ଅର୍ଥାତ ଅର୍ଦ୍ଧ ନାରେଶ୍ୱରୀ ଙ୍କ ରୂପ ବୋଲି ମଧ୍ୟ କୁହାଯାଏ । ସେମାନେ ଆମର ହସଖୁସି, ସୁଖରେ ସାମିଲ ହୋଇ ଆଶୀର୍ବାଦ କରନ୍ତି । କିନ୍ନରଙ୍କ ଅଭିଶାପ ଓ ଆଶୀର୍ବାଦ ଏହି ଦୁଇଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।

Kinner Aisha Panda

ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ସଂଘର୍ଷମୟୀ କିନ୍ନରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅଶୋକ ପଣ୍ଡା ରୁ ବର୍ତ୍ତମାନ ଆଇଶା ପଣ୍ଡା ହୋଇ ଯାଇଛନ୍ତି ।  ଆଇଶା ବାଙ୍କୀ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାର ରେ 3 ବଡ଼ ଭାଇ ଏବଂ ବାପା ମାଆ ଅଛନ୍ତି । ସେ ବି. କମ ପାସ କରିଛନ୍ତି ।  ସେ କୁହନ୍ତି କି ତାଙ୍କ ବାପା ଜଣେ ମଦୁଆ ଥିଲେ ତେଣୁ ତାଙ୍କ ସମସ୍ତ ଭାଇଙ୍କୁ ଏବଂ ତାଙ୍କୁ ତାଙ୍କ ମାଆ ବହୁତ କଷ୍ଟ ରେ ପାଠ ପଢେଇଛନ୍ତି ବହୁତ ଦୁଃଖ ରେ ମଧ୍ୟ ରଖିଛନ୍ତି ।

ଦେଖନ୍ତୁ ଭିଡିଓ :-

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଶ୍ମଶାନରେ କୋକେଇ ଧରି ପାଖରେ ବସି କାନ୍ଦିଲା ମାଙ୍କଡ଼, ରାମ ନବମୀରେ ଏ ଦୃଶ୍ୟ ଦେଖି ସମସ୍ତେ ତାଜୁବ୍

ସେ ଜୀବନରେ ନିଜର ଅସ୍ତିତ୍ୱ, ପରିଚୟ ଖୋଜିବାରେ ଏବଂ ଲୁଚାଇବାରେ ବହୁତ କଷ୍ଟ ଅନୁଭବ କରିଥିଲେ । ଯେତେବେଳେ ସେ କିନ୍ନର ବୋଲି ଜାଣିଲେ ସେତେବେଳେ ସମାଜ ତାଙ୍କୁ ସହଜରେ ଗ୍ରହଣ କରି ନଥିଲା । ଘର ଲୋକ ମଧ୍ୟ ବିଗିଡି ଥିଲେ । ସେ ପରେ ଭୁବନେଶ୍ୱରରେ ପାର୍ଟ ଟାଇମ ଜବ କରୁଥିଲେ ତା ସହ ପଢୁଥିଲେ କିନ୍ତୁ ପରେ ଅଧାରୁ ତାଙ୍କୁ ପାଠ ଛାଡିବା ପାଇଁ ପଡିଥିଲା ଏବଂ ଚାକିରୀ କରି ଚଳିବାକୁ ପଡିଥିଲା ।

ପରେ ସେ କିନ୍ନର ସମାଜରେ ମିଶିଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିବା ସହ ବର୍ତ୍ତମାନ ଏକ ସରକାରୀ ଚାକିରୀ ମଧ୍ୟ କରୁଛନ୍ତି । ଏହା ସହ ସେ ମଡେଲିଂ ମଧ୍ୟ କରୁଛନ୍ତି ଏବଂ ଏହା ସହିତ ବର୍ତ୍ତମାନ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଗ୍ରହଣ କରି ସାରିଛନ୍ତି ।

ଶେଷରେ ସେ କହିଥିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କିନ୍ନରକୁ ଗ୍ରହଣ କରୁ ନାହାନ୍ତି କିମ୍ବା ଘୃଣା କରୁଛନ୍ତି । ତାହା ସମ୍ପୂର୍ଣ୍ଣ ଭାବରେ ଦୁର ହୋଇଗଲେ ବହୁତ ଭଲ ହେବ । କିନ୍ତୁ ଅଶୋକ ରୁ ଆଇଶା ହେବାର ଯାତ୍ରା ସହଜ ନଥିଲା ।