ଦେଖନ୍ତୁ ଭିଡ଼ିଓ: ଶ୍ମଶାନରେ କୋକେଇ ଧରି ପାଖରେ ବସି କାନ୍ଦିଲା ମାଙ୍କଡ଼, ରାମ ନବମୀରେ ଏ ଦୃଶ୍ୟ ଦେଖି ସମସ୍ତେ ତାଜୁବ୍

 
Hanu Manakada

ଶବକୁ ଧରି କାନ୍ଦୁଛି ମାଙ୍କଡ଼। କ୍ୟାମେରାରେ କଏଦ ହୋଇଥିବା ଏହି ନିଆରା ଘଟଣାର ଦୃଶ୍ୟ କାହାଣୀ କି ଗଳ୍ପ ନୁହେଁ ଆପଣମାନେ ଯାହା ଦେଖୁଛନ୍ତି ତାହା ହିଁ ସତ। ମୃତ ବ୍ୟକ୍ତିଙ୍କ ପାଖରେ ବସି ଯେମିତି ତାଙ୍କୁ ଉଠେଇବାକୁ ଚେଷ୍ଟା କରୁଛି ମାଙ୍କଡ଼ଟି। ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ଘଟଣା ଆମ ଭଳି ମିଣଷମାନଙ୍କ ଆଚରଣ ଏବଂ ଗୋଟେ ମାଙ୍କଡ଼ର ଆଚରଣ ଭିତରେ ଫରକ୍ କ’ଣ ତାହାହିଁ ଶିକ୍ଷା ଦେଉଛି।

Mankada

ଏହି ଘଟଣାଟି ତିନି ରାଜ୍ୟର ସୀମାନ୍ତ ଝାରଖଣ୍ଡ କୋଳାପଥରା ଗ୍ରାମରେ। ଏହି ଗ୍ରାମର ଗୌରାଙ୍ଗ ପାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଖିବାକୁ ମିଳିଛି ଏହି ହୃଦୟସ୍ପର୍ଶୀ ଘଟଣା। ମଣିଷ ସହିତ କୌଣସି ସମ୍ପର୍କ ନ ଥାଇ ବି ଦେଖିବାକୁ ମିଳିଛି ମାଙ୍କଡ଼ ମଣିଷର ନୂଆ କାହାଣୀ। ମଣିଷ ମୃତ୍ୟୁରେ ଚେତନାହୀନ ପଶୁ ପାଟି ଖୋଲୁନଥିବା ମାଙ୍କଡ଼ ଆଜି କାନ୍ଦୁଥିବା ଦୃଶ୍ୟ ଉପସ୍ଥିତ ଲୋକମାନଙ୍କୁ ସ୍ତମ୍ଭିଭୁତ କରିଦେଇଥିଲା।

ସୂଚନାଯୋଗ୍ୟ, ମୃତ୍ୟୁ ହୋଇଛି ଜନୈକ ବ୍ୟକ୍ତିଙ୍କର।ଘର ବାହାରେ କୋକେଇ,ଆଉ କୋକେଇକୁ ଜଗି ରହିଛି ମାଙ୍କଡ଼। ମଣିଷ ଶବ ପାଖେ ବସି କାନ୍ଦୁଛି ମାଙ୍କଡ଼। ଘଟଣାସ୍ଥଳରେ ଗାଁ ଲୋକ ବନ୍ଧୁବାନ୍ଧବ ଓ ପରିବାର ମୃତଦେହକୁ ମଶାଣି ନେବା ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ହଠାତ କୁଆଡୁ ଗୋଟେ ବୁଲା ମାଙ୍କଡ଼ ଆସି ଶବ ପାଖରେ ବସି ରହିଲା ଆଉ ତାକୁ ଯେତେ ଘଉଡେଇଲେ ମଧ୍ୟ ମୃତଦେହ ଛାଡ଼ି ଯିବାକୁ ନାରାଜ। ଏମିତିକି ମଶାଣି ଯାଏଁ ମାଙ୍କଡ଼ଟି ପଛେ ପଛେ ଚାଲିଲା ଶବ ସତ୍କାର ଶେଷ ପର୍ଯ୍ୟନ୍ତ ସେମିତି ବସି ରହିଥିଲା। ଶବ ସତ୍କାର ସାରି ଯିଏ ଯାହା ବାଟରେ ଚାଲିଗଲେ ସିନା ମାଙ୍କଡ଼ ମଶାଣି ଜୁଇ ପାଖରେ ସେମିତି ବସି ରହିଥିଲା।