ଗାଡି ଚାଳକଙ୍କ ପାଇଁ ଖୁସି ଖବର, ଉଚ୍ଛେଦ ହେଲା ଟୋଲ୍ ଗେଟ୍, ଆଉ ଦେବାକୁ ପଡିବନି ଟୋଲ୍ ଫି

 
Toll gate

ରାଜ୍ୟବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏଣିକି ଆଉ ଦେବାକୁ ପଡିବନାହିଁ ଟୋଲ ଫି। ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ୩୫ଟି ଟୋଲଗେଟକୁ ଉଚ୍ଛେଦ କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ତରଫରୁ ଏହି ପ୍ରସ୍ତାବ ରଖା ଯାଇଥିବା ବେଳେ ଶୁକ୍ରବାର ରାଜ୍ୟ କ୍ୟାବିନେଟ ତରଫରୁ ଏହାକୁ ଅନୁମୋଦନ ମିଳିଛି।

Toll gate

ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛନ୍ତି। ଓଡିଶା ବ୍ରିଜ୍‌ ନିର୍ମାଣ ନିଗମ ବା ଓବିସିସି ଦ୍ୱାରା ପରିଚାଳିତ ଓ୍ଵାକର୍ସ ଏବଂ ଆରଡି ବିଭାଗ ରାସ୍ତାରେ ଥିବା ସମସ୍ତ ୩୫ଟି ଟୋଲଗେଟକୁ ରଦ୍ଦ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। 

ଏହି ଟୋଲ୍ ଗେଟ ଗୁଡିକରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଏବଂ ବିବାଦ ଦେଖା ଦେଉଥିବା ବେଳେ ଲୋକ ମାନଙ୍କର ସ୍ୱାର୍ଥକୁ ନଜ଼ରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଅବଶ୍ୟ ଏହି ଟୋଲ୍ ଗେଟ୍ ଗୁଡିକ ବନ୍ଦ ହୋଇଯିବା ଦ୍ୱାରା ରାଜ୍ୟ ରାଜସ୍ୱକୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ହେବ। ଜନସାଧାରଣଙ୍କୁ ମୁକ୍ତ ଚଳାଚଳ ଯୋଗାଇ ଦେବାପାଇଁ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ:- ହିନ୍ଦୁଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରିଥିଲା କଂଗ୍ରେସ, ଆତଙ୍କବାଦୀଙ୍କୁ ଟଙ୍କା ଦେଉଥିଲେ ସଞ୍ଜୟ ଗାନ୍ଧୀ, ମିଳିଲା ବଡ଼ ପ୍ରମାଣ