ହିନ୍ଦୁଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରିଥିଲା କଂଗ୍ରେସ, ଆତଙ୍କବାଦୀଙ୍କୁ ଟଙ୍କା ଦେଉଥିଲେ ସଞ୍ଜୟ ଗାନ୍ଧୀ, ମିଳିଲା ବଡ଼ ପ୍ରମାଣ

 
Sanjay gandhi

ସାମ୍ନାକୁ ଆସିଛି କଂଗ୍ରେସ ଦଳର ବଡ଼ ଷଡ଼ଯନ୍ତ୍ର! ଦେଶର ଅଖଣ୍ଡତା ଏବଂ ହିନ୍ଦୁ ମାନଙ୍କୁ ଡ଼ରାଇ ରଖିବାର ପ୍ରୟାସ କରୁଥିଲା କଂଗ୍ରେସ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧିଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ପୂର୍ବତନ RAW ସ୍ୱତନ୍ତ୍ର ସଚିବ। ଏକ ପୋଡ଼କାଷ୍ଟରେ କଥା ହେଉଥିବା ବେଳେ ଏଭଳି ଚଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଏହି ଅଧିକାରୀ।

Sanjay gandhi

ପୂର୍ବତନ RAW ସ୍ୱତନ୍ତ୍ର ସଚିବ ଜିବିଏସ୍ ସିନ୍ଧୁଙ୍କ କହିବା ଅନୁଯାଇ ସଂଜୟ ଗାନ୍ଧୀ ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍‌ୱାଲେଙ୍କୁ ନିୟମିତ ବ୍ୟବଧାନରେ ଟଙ୍କା ପଠାଉଥିଲେ। ଆଉ କେବଳ ସେ ନୁହେଁ ଏଥିରେ କଂଗ୍ରେସ ନେତା କମଲନାଥ ମଧ୍ୟ ତାଙ୍କୁ ସହଯୋଗ କରି ଆସୁଥିଲେ। 

ଦେଶର ଅଖଣ୍ଡତା ଭଙ୍ଗ କରିବା ସହିତ ହିନ୍ଦୁ ମାନଙ୍କୁ ଡରାଇବା ସେତେବେଳର ଶୀର୍ଷନେତା ମାନଙ୍କର ମୁଖ୍ୟ ଏଜେଣ୍ଡା ରହିଥିବା କହିଛନ୍ତି ସିନ୍ଧୁ। କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଣ୍ଡ୍ରନ୍‌ୱାଲେ କେବେବି ଖାଲିସ୍ତାନ ଦାବି କରିନଥିଲେ। ଏହି ସବୁ ବିଷୟରେ ଇନ୍ଦିରା ଗାନ୍ଧୀ ଜାଣିଥିଲେ ହେଁ ସେ ଚୁପ ରହିଥିବା ସିନ୍ଧୁ କହିଛନ୍ତି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଗୀତ ବଜାଇ, ହରିବୋଲ ପକାଇ ଗଣେଶଙ୍କୁ ଆଣୁଥିଲେ ଛାତ୍ରଛାତ୍ରୀ, ପୂଜା ଆରମ୍ଭ ପୂର୍ବରୁ ଘଟିଗଲା ବଡ଼ ଦୁଃଖ