ଦେଖନ୍ତୁ ଭିଡ଼ିଓ: ମଦ ପିଇ ଗାଁରେ ବୁଲିଲା ବାଘ, ଲୋକେ ପୋଷା କୁକୁର ଭଳି ବାଘ ସହ ଉଠାଇଲେ ସେଲ୍ଫି….

 
Tiger

ସାଧାରଣତଃ ବାଘକୁ ଦେଖିଲେ ମଣିଷ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥାଏ। କିନ୍ତୁ, ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ବାଘ ସହିତ ମଣିଷ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି।

ଜଣେ କି ଦୁଇ ଜଣ ନୁହେଁ ବରଂ ସାରା ଗାଁ ଲୋକେ ବାଘ ସହିତ ଚାଲିବା ସହିତ ତାକୁ ହଇରାଣ କରୁଥିବା ଦେଖିବାକୁ ମିଳିଛି। ବିଶ୍ୱାସ ହେଉନଥିଲେ ହେଁ ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଗାଁ ଭିତରକୁ କଲରାପତରିଆ ବାଘ ପସିଆସିଥିଲା।

ସବୁଠାରୁ ବଡ଼ କଥା ହେଉଛି ଏହି ବାଘଟି କାହାକୁ କ୍ଷତି ପହଞ୍ଚାଇବା ତ ଦୂରର କଥା କାହାକୁ ଆକ୍ରମଣ ମଧ୍ୟ କରିନଥିଲା। ବାଘର ଏପରି ଅବସ୍ଥା ଦେଖି ଲୋକେ ତାକୁ ମଦ ପିଆଇ ଦେଇଥିବା ମଧ୍ୟ ଶୁଣିବାକୁ ମିଳିଥିଲା।

ଖବର ପାଇ ବନ ବିଭାଗ ଘଟଣାସ୍ଥଳକୁ ଯିବା ସହିତ ବାଘଟିକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ପ୍ରକୃତରେ ବାଘଟି ମଦ ପିଇନଥିଲା ବରଂ ଦୀର୍ଘଦିନ ଧରି ସେ ଅସୁସ୍ଥ ରହିଥିବା ଜଣାପଡିଛି। ଖାଦ୍ୟ ଅନ୍ୱେଷଣରେ ସେ ଗାଁ ଭିତରକୁ ଚାଲି ଆସିଥିବା ବେଳେ ଲୋକେ ଯେପରି ଭାବରେ ତାକୁ ହାଇରାଣ କରୁଥିଲେ ତାହା ଅମାନବିକତାର ପରିଚୟ ଦେଉଛି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ସିଙ୍ଗଲ ଟ୍ରାକ୍‌ରେ ଡବଲ ଟ୍ରେନ୍, ପୁଣି ଗୋଟେ ଟ୍ରାକରେ ମୁଁହାମୁଁହି ହେଲେ ଦୁଇ ଯାତ୍ରୀବାହୀ ଟ୍ରେନ