ଦେଖନ୍ତୁ ଭିଡିଓ: ସିଙ୍ଗଲ ଟ୍ରାକ୍‌ରେ ଡବଲ ଟ୍ରେନ୍, ପୁଣି ଗୋଟେ ଟ୍ରାକରେ ମୁଁହାମୁଁହି ହେଲେ ଦୁଇ ଯାତ୍ରୀବାହୀ ଟ୍ରେନ

 
Train

ଟ୍ରେନ୍ ଦୁର୍ଘଟଣାର ପୁନରାବୃତ୍ତି ! ଆଜି ବି ଲୋକମାନଙ୍କ ମନରୁ ବାଲେଶ୍ଵର ବାହାନଗା ଟ୍ରେନ୍ ଦୁର୍ଘଟଣାର ଭୟାଭୟ ଦୃଶ୍ୟ ଲିଭିନାହିଁ।ଆଜି ବି ସେ ମୃତକ ଓ ଆହତ  ଘର ଲୋକ ମାନଙ୍କ ଆଖିରୁ ଶୁଖିନି ଲୁହ।ଆଜି ବି ପ୍ରତ୍ୟେକ ଆତ୍ମା ମାଗୁଛି ନ୍ୟାୟ। ପଚାରୁଛି ପ୍ରଶ୍ନ କଣ ଭୁଲ ଥିଲା ଆମର।ଯାହା ଆମ ସହିତ ହେଲା ଏପରି ଦୁର୍ଘଟଣା ଆଉ କେବେ ନ ଘଟୁ।

Train

ଏପଟେ କିନ୍ତୁ ପୁଣି  ଘଟିବାକୁ ଯାଉଥିଲା ସେଇ ଭଳି ଏକ ଘଟଣା।ବାଲେଶ୍ୱର୍ ରକ୍ତ ଛିଟା ନଲିଭୁନୁ କଟକ ଜଗତପୁରରେ ପଡ଼ିବାକୁ ଯାଉଥିଲା ରକ୍ତ ଛିଟା। ଆଜ୍ଞା ହଁ କଟକ ଜଗତପୁର ନିକଟସ୍ଥ ଟ୍ରେନ୍ ଲାଇନର ଗୋଟିଏ ଟ୍ରାକରେ ମୁହାଁ ମୁହିଁ ହୋଇଥିଲା ଦୁଇଟି ଟ୍ରେନ୍। ଦୃଶ୍ୟ ଟି ଥିଲା ରୁମ ଟାଙ୍କୁରା। ଥରି ଉଠି ଥିଲା ଯାତ୍ରୀଙ୍କ ହୃଦୟ।ହେଲେ ଈଶ୍ବରଙ୍କ ଦୟାରୁ ଦୁଇଟି ଯାକ ଟ୍ରେନ୍ ଏକ ନିର୍ଦ୍ଧିଷ୍ଟ ଦୁରତାରେ ଅଟକି ଯାଇଥିଲେ। ଟ୍ରେନ୍ ରହିବା ମାତ୍ରେ ଯାତ୍ରୀ ମାନେ ପ୍ରାଣ ବିକଳରେ ଟ୍ରେନ ରୁ ଓହ୍ଲାଇ ଏଣେ ତେଣେ ଦୌଡ଼ି ପଳାଇଥିଲେ।ଯେଉଁଥି ପାଇଁ ବଞ୍ଚି ଯାଇଥିଲା ହଜାର ହଜାର ଜୀବନ।

ଓଡ଼ିଶାରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଏଥିରେ ଯାହାର ବି ଭୁଲ ଥାଉ ନା କାହିଁକି ବଳି ପଡିଯାଉଛି ସାଧାରଣ ପ୍ରାଣ। ବନ୍ଧୁ ଗଣ ଥରେ ଭାବି ଦେଖିଲେ ଯଦି ନିର୍ଦ୍ଧିଷ୍ଟ ସମୟରେ ଟ୍ରେନ୍ ଦୁଇଟି ନ ଅଟକି ଥାନ୍ତେ ତେବେ  କଣ ହୋଇଥାନ୍ତା ପରିସ୍ଥିତି।ଏତେବଳକୁ ଖେଳି ଯାଆନ୍ତାଣି ଶୋକର ଛାୟା।

ଦୁର୍ଘଟଣା ଟି ଘଟିନି ସତ ହେଲେ ଏଭଳି ଏକ ପରିସ୍ଥିତି ଯାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ଭୟ ସୃଷ୍ଟି କରିଛି ତାହା ଚିରସ୍ଥାୟୀ। ଏବେ ଲୋକେ ଭୟ କରୁଛନ୍ତି ଟ୍ରେନ୍ ରେ ଯାତ୍ରା କରିବା ପାଇଁ। ହେଲେ ଅତି ସହଜରେ ରେଳ ବାହୀ ନିଜର ପ୍ରତି ଉତ୍ତର ରଖିଛି। ରେଳ ବାହୀ କହିବା ଅନୁସାରେ ଏହା ଏକ ସ୍ୱାଭାବିକ କାର୍ଯ୍ୟ। ଏଥିରେ ରେଳ ବାହୀର କୌଣସି ତ୍ରୁଟି ନାହିଁ। ଏହା କୁଆଡେ ଇଲେକ୍ଟ୍ରୋନିକ ସିଗ୍ନାଲ ର ତ୍ରୁଟି। ଖୋଦ୍ ଷ୍ଟେସନ ମାଷ୍ଟର କହିଛନ୍ତି ଏକ ମିନିଟ୍ ବ୍ୟବଧାନରେ ସମ ଦିଗରେ ଚାଲି ପାରିବ ଦୁଇଟି ଟ୍ରେନ୍।

ତ୍ରୁଟି ମନୁଷ୍ୟ ଗତ ହେଉ କି ଯାନ୍ତ୍ରିକ ଏହା ଗ୍ରହଣ ଯୋଗ୍ୟ ନୁହେଁ। ଏଠି ପ୍ରଶ୍ନ ଉଠୁଛି ରେଳ ବାହୀ ତାର ଯାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ କେତେ ତତ୍ପର।ଯଦି ଏହା ସିଗନାଲ ଜନିତ ତ୍ରୁଟି ଏପରି ପୁର୍ବରୁ ମଧ୍ୟ ହୋଇଛି,ତେବେ ସିଗ୍ନାଲ କୁ ସଠିକ୍ ଭାବେ ଯାଞ୍ଚ କରାଯାଉ ନାହିଁ କାହିଁକି?