ବାହାଘର ପାଇଁ ଝିଅ ଦେଖିବାକୁ ଯାଇଥିଲେ, ଝିଅ ବଦଳେ ମା' ଆସିଗଲା ପସନ୍ଦ, ଦୁହେଁ ହୋଇଗଲେ ଫେରାର୍, ଆଉ ତାପରେ...

 
Bahaghara

ପଶ୍ଚିମବଙ୍ଗର ମାଲଦା ଅଞ୍ଚଳରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ବିବାହ ପାଇଁ ଝିଅକୁ ଦେଖିବାକୁ ଆସିଥିବା ଯୁବକ ଜଣକ ଝିଅର ମାଙ୍କୁ ପସନ୍ଦ କରିଥିଲେ । କେବଳ ସେତିକି ନୁହେଁ ଝିଅର ମାଆକୁ ନେଇ ଫେରାର ମଧ୍ୟ ହୋଇଗଲେ । ଏହି ପ୍ରକାର ଘଟଣା ଏବେ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଅଭିଯୋଗ ମହିଳାଙ୍କ ସ୍ୱାମୀ ପୋଲିସ ନିକଟରେ କରିଛନ୍ତି । ଯେଉଁଠାରେ ପୋଲିସ ଘଟଣାର ତଦନ୍ତ କରୁଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ମାଲଦାର ଗାଜୋଲ ଥାନା ଅନ୍ତର୍ଗତ ଇଚାହାର ଗ୍ରାମରେ ଜଣେ ଯୁବକ ବିବାହ ପାଇଁ ଝିଅ ଦେଖିବାକୁ ଆସିଥିଲେ । ସେ ଝିଅ ପରିବର୍ତ୍ତେ ତାଙ୍କ ମା ସହିତ ପ୍ରେମରେ ପଡ଼ିଗଲେ । ଯେତେବେଳେ ପ୍ରେମ ଆଗକୁ ବଢ଼ିଲା, ସେ ଝିଅର ମାଙ୍କୁ ନେଇ ଘର ଛାଡ଼ି ପଳାଇଲେ ।

Marriage

ଆହୁରି ପଢନ୍ତୁ :- ବାପା ହେବାକୁ ଚାହାଁନ୍ତି ଅଭିନେତା ସଲମାନ ଖାନ, କହିଲେ- ପିଲା ପାଇଁ ଭାବିଥିଲି ହେଲେ…

ସମ୍ପର୍କୀୟମାନେ କହିଛନ୍ତି ଯେ ମହିଳା ଜଣକ ପୂର୍ବରୁ ତିନୋଟି ସନ୍ତାନର ମା ଅଟନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ପୁରା ପରିବାର ଲଜ୍ଜିତ । ସେ ନିଜ ଝିଅକୁ ବିବାହ କରିବା ପରିବର୍ତ୍ତେ ଝିଅକୁ ଦେଖିବାକୁ ଆସିଥିବା ଯୁବକ ସହିତ ନିଜେ ବିବାହ କରିଥିଲେ ।

ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ସବୁଆଡେ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଏହା ପରେ ସେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଛି । ବର୍ତ୍ତମାନ ମହିଳାଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ ।