ବାପା ହେବାକୁ ଚାହାଁନ୍ତି ଅଭିନେତା ସଲମାନ ଖାନ, କହିଲେ- ପିଲା ପାଇଁ ଭାବିଥିଲି ହେଲେ…

 
Salman

ବଲିଉଡ଼ ସୁପରଷ୍ଟାର ସଲମାନ ଖାଁ। ଫିଲ୍ମରେ ନିଜର ଭିନ୍ନ ଅନ୍ଦାଜ୍ ଏବଂ ପରଉପକରିତା ପାଇଁ ସେ ବେସ୍ ପ୍ରଶଂସା ସାଉଁଟିଛନ୍ତି। ବିଶ୍ୱସାରା ତାଙ୍କର ଫ୍ୟାନ ଫଲୋଇଙ୍ଗ୍ ବିଷୟରେ କହିଲେ ନ ସରେ। ତେବେ, ସଲମାନ କେବେ ବିବାହ କରିବେ ଏବଂ ତାଙ୍କର ଉତ୍ତରାଧିକାରୀ କିଏ ହେବ। ସେଥିନେଇ ସମସ୍ତଙ୍କ ମନରେ ପ୍ରଶ୍ନ।

Salman khan

ତେବେ, ସରୋଗେସି ମାଧ୍ୟମରେ ସେ ସନ୍ତାନ ଜନ୍ମ1 କରିବାକୁ ଚାହୁଁଥିବା ସଲମାନ ପୂର୍ବରୁ ଅନେକ ଥର କହିଛନ୍ତି। କିନ୍ତୁ, ଏବେ ଏଥିନେଇ ସେ ନୂଆ ମତ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ମୁଁ କ’ଣ କହିବି, ଏହା ଏକ ଯୋଜନା ଥିଲା, କିନ୍ତୁ ଭାରତର ନିୟମ ଅନୁଯାୟୀ, ଏହା ହୋଇପାରିବ ନାହିଁ, ତେଣୁ ବର୍ତ୍ତମାନ ଆମେ ଦେଖିବା କଣ କରିବା ଉଚିତ୍।

Salman khan

ଇଣ୍ଡିଆ ଟିଭିକୁ ଦେଇଥିବା ସାକ୍ଷାତକାରରେ ସେ ଏହା ମଧ୍ୟ କହିଛନ୍ତି ଯେ,"କରଣ ଜୋହରଙ୍କର ଦୁଇଟି ସନ୍ତାନ ରହିଛନ୍ତି। କିନ୍ତୁ, ହୁଏତ ସେହି ନିୟମ ବର୍ତ୍ତମାନ ସମୟରେ ବଦଳି ଯାଇଛି"। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଲମାନଙ୍କର ଭାଇ ସୋହେଲ ଏବଂ ଅରବାଜଙ୍କର ସନ୍ତାନ ରହିଥିବା ବେଳେ ଭଉଣୀ ଅଲଭିରାଙ୍କର ମଧ୍ୟ ଦୁଇଟି ସନ୍ତାନ ରହିଛନ୍ତି।