ଦେଖନ୍ତୁ ଭିଡ଼ିଓ: ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ବଡ଼ ଖୁଲାସା, ଥିଲେ ଦୁଇ ପ୍ରେମିକ, ଅନୀଲ ପାଇଁ ସଞ୍ଜୟଙ୍କ ସହିତ ହୋଇଥିଲା ବ୍ରେକଅପ୍ ଏବଂ….

 
Subhalaxmi

ଦିନ ବଢ଼ିବା ସହିତ ଶୁଭଲଷ୍ମୀ ମୃତ୍ୟୁ ମାମଲାରେ ନୂଆ ନୂଆ ଟ୍ୱିସ୍ଟ ଆସିବାରେ ଲାଗିଛି। ଏତେ କମ୍ ବୟସରେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ସେ ଆତ୍ମହତ୍ୟା କରିଲେ କିମ୍ବା ତାଙ୍କୁ ହତ୍ୟା କରାଯାଇଛି ସେଥିନେଇ ପୋଲିସ ସ୍ପଷ୍ଟ ହୋଇପାରିନାହିଁ। ଏହାରି ଭିତରେ ଶୁଭଲଷ୍ମୀଙ୍କର ଦୁଇ ପ୍ରେମିକଙ୍କୁ ଜେରା କରିବା ଆରମ୍ଭ କରିଛି ପୋଲିସ। 

Subhalaxmi

ମିଳିଥିବା ସୂଚନା ଅନୁଯାଇ ଶୁଭଲଷ୍ମୀ ଯେଉଁ ବାରରେ କାମ କରୁଥିଲେ ତାଙ୍କର ପ୍ରଥମ ପ୍ରେମିକ ସଞ୍ଜୟ ମଧ୍ୟ ସେହି ବାରରେ କର୍ମଚାରୀ ରହିଥିଲେ। ତେବେ, ସଞ୍ଜୟଙ୍କ କହିବା ଅନୁଯାଇ ଶୁଭଲଷ୍ମୀଙ୍କ ମୃତ୍ୟୁ ୨୦ ଦିନ ପୂର୍ବରୁ ହିଁ ସେମାନଙ୍କ ମଧ୍ୟରେ ବ୍ରେକ୍-ଅପ୍ ହୋଇଯାଇଥିଲା। ଅନିଲ୍ ନାମକ ଆଉ ଜଣେ ଯୁବକ ସହିତ ଶୁଭଲଷ୍ମୀ ମିଳାମିଶା କରୁଥିବା ହେତୁ ସଞ୍ଜୟ ଏବଂ ତାଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି ହୋଇଥିଲା।

 

ଏପରିକି ଶୁଭଲଷ୍ମୀଙ୍କ ପରିବାର ଲୋକେ ମଧ୍ୟ ଏହା ବିଷୟରେ ଜାଣିଥିବା କହିଛନ୍ତି ସଞ୍ଜୟ। ତେବେ, ସଞ୍ଜୟଙ୍କ ବୟାନରେ କେତେ ସତ ଏବଂ କେତେ ମିଛ ରହିଛି ସେଥିନେଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ, ଶୁଭଲକ୍ଷ୍ମୀଙ୍କ ଦ୍ୱିତୀୟ ପ୍ରେମିକ ଅନୀଲ କିଏ? ମୃତ୍ୟୁ ଦିନ ଶୁଭଲକ୍ଷ୍ମୀ ଏବଂ ଅନୀଲ ଏକାଠି ଥିଲେ କି? ସେମାନଙ୍କ ମଧ୍ୟରେ କିପରି ସମ୍ପର୍କ ଗଢିଉଠିଥିଲା? ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ଅନୀଲର ହାତ ରହିଛି କି? ଏବେ ଏଭଳି ଅନେକ ପ୍ରଶ୍ନର ଉତ୍ତର ପୋଲିସ ଖୋଜିବାରେ ଲାଗିପଡିଛି।

ଆହୁରି ପଢ଼ନ୍ତୁ:- ଜଣେ ମହିଳା 1936 ରେ ଜନ୍ମ ହୋଇ 1936 ରେ ମୃତ୍ୟୁବରଣ କରିଥିଲେ, କିନ୍ତୁ ଯେତେବେଳେ ସେ ମରିଲେ ତାଙ୍କୁ 70 ବର୍ଷ ହୋଇଥିଲା, କିପରି?