ଦେଖନ୍ତୁ ଭିଡ଼ିଓ: ପରୀକ୍ଷା ଖାତାରେ କିଛି ଏଭଳି ଲେଖିଲେ ଛାତ୍ର, କହିଲେ "ସ୍କୁଲରେ ନାହାଁନ୍ତି ଶିକ୍ଷକ ଏବଂ ଆମଠାରୁ…."

 
Protest

ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଶାସକ ଦଳ ନିଜର ପ୍ରଚାର ଜୋରସୋର କରିବାରେ ଲାଗିଛି। ତେବେ, ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ବୋଧେ କାହାର ନିଘା ନାହିଁ। ଅନେକ ସମୟରେ ଶିକ୍ଷକମାନଙ୍କୁ ରାଜରାସ୍ତାରେ ନିଜ ହକ୍ ପାଇଁ ବସିଥିବାର ମଧ୍ୟ ଦେଖିବାକୁ ମିଳିଥାଏ।

Protest

ଏବେ ସ୍କୁଲରେ ଶିକ୍ଷକଙ୍କର ଅଭାବକୁ ନେଇ ଏକ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି କିଛି ଛାତ୍ରଛାତ୍ରୀ। ଏଭଳି ଏକ ଚିତ୍ର ଯାଜପୁରର ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସାମ୍ନାକୁ ଆସିଛି। ସୂଚନା ଅନୁଯାଇ ଜିଲ୍ଲାରେ ହାଇସ୍କୁଲ ସ୍ତରରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଆଜି ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Paper

ତେବେ, ସଂସ୍କୃତ ପରୀକ୍ଷା ଖାତାରେ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ ଅଜବ ଉତ୍ତର ଲେଖିଥିବା ଦେଖିବାକୁ ମିଳିଥିଲା। ଜଣେ ଛାତ୍ର ନିଜ ଉତ୍ତର ଖାତାରେ ‘ଆମର ଶିକ୍ଷକ ନାହାନ୍ତି ତେଣୁ ଆମଠୁ ଅଧିକ କିଛି ଆଶା କରନ୍ତୁନାହିଁ’ ବୋଲି ଲେଖିଥିଲେ। 

ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ କହିବା ଅନୁଯାଇ ପୂର୍ବରୁ ଖାଲି ପଡିଥିବା ଶିକ୍ଷକ ପଦବୀକୁ ପୂରଣ କରିବା ପାଇଁ ଦାବି କରାଯାଉଛି। କିନ୍ତୁ, ପ୍ରଶାସନ ତରଫରୁ ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।

ଏବେ ସ୍କୁଲରେ ବାର୍ଷିକ ପରୀକ୍ଷା ପୂର୍ବରୁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦେବାକୁ ଛାତ୍ରଛାତ୍ରୀ ଏବଂ ଅଭିଦେଖନ୍ତୁ ଭିଡ଼ିଓ: ପରୀକ୍ଷା ଖାତାରେ କିଛି ଏଭଳି ଲେଖିଲେ ଛାତ୍ର, କହିଲେ "ସ୍କୁଲରେ ନାହାଁନ୍ତି ଶିକ୍ଷକ ଏବଂ ଆମଠାରୁ…."ଭାବକଙ୍କ ତରଫରୁ ଦାବି କରାଯାଇଅଛି।

ଆହୁରି ପଢ଼ନ୍ତୁ:- ଓଲିଉଡ଼ କଳି ଭିତରକୁ ସଲମାନ ଖାନଙ୍କୁ ଟାଣିଲେ ମନୋଜ ମିଶ୍ର, ମୁହଁ ଖୋଲିବେ ସଲମାନ? ଜାଣନ୍ତୁ ପୁରା ଖବର