ଓଲିଉଡ଼ କଳି ଭିତରକୁ ସଲମାନ ଖାନଙ୍କୁ ଟାଣିଲେ ମନୋଜ ମିଶ୍ର, ମୁହଁ ଖୋଲିବେ ସଲମାନ? ଜାଣନ୍ତୁ ପୁରା ଖବର

 
Manoj mishra

ଦିନକୁ ଦିନ ଓଡିଆ ଇଣ୍ଡଷ୍ଟ୍ରିର ଦ୍ଵନ୍ଦ ବଢିବାରେ ଲାଗିଛି । ଲାଗୁଛି ଯେପରି ମନୋଜ ମିଶ୍ର ନିଜ ଜିଦିରେ ପୁରା ଅଟଳ ଅଛନ୍ତି । ହଁ ଯେତେବେଳେ ଏମାନେ ନିଜ ବ୍ୟକ୍ତିଗତ କଳି ଓ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଓଡ଼ିଶାକୁ ଭାଗ ଭାଗ କରିବା କଥା ଉଠାଉଛନ୍ତି ସେତେବେଳେ ଏମାନଙ୍କ ଠାରୁ ଆଉ କଣ ବା ଆଶା କରାଯାଇ ପାରେ ।

Manoj mishra

ମନୋଜ ମିଶ୍ର ଯେତେବେଳେ ନିଜକୁ ପଶ୍ଚିମ ଓଡ଼ିଶାର ବାସି କହି ପଶ୍ଚିମ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ୁଛନ୍ତି କହୁଛନ୍ତି ଏହା ଯେପରି କୁହୁଡି ପହଁରା ପରି ଲାଗୁଛି । କାରଣ ନିକଟରେ ମନୋଜ ମିଶ୍ରଙ୍କର ସୋସିଆଲ ମିଡ଼ିଆରେ ବାଇଟ ଦେବାର ଏକ କ୍ଲିପ୍ ଭାଇରାଲ୍ ହେବାରେ ଲାଗୁଛି ।

ଯେଉଁଥିରେ ସେ କହୁଛନ୍ତି ଓଡ଼ିଶାର ହୀରାକୁଦ ନଦୀ ବନ୍ଧରେ ଯଦି ସଲମାନ୍ ଖାନ୍ ଆସି ଗୀତ ବୋଲନ୍ତି ତେବେ ସାରା ଦେଶ ହୀରାକୁଦକୁ ଚିହ୍ନି ପାରନ୍ତା ଓ ଏହା ଦେଶରେ ପରିଚିତ ହୋଇ ପାରନ୍ତା।

Ollywood

କଣ ଆପଣ ଏପରି ଏକ ବୟାନର କଣ ଅର୍ଥ ରହିଛି ଆପଣ ବୁଝି ପାରୁଛନ୍ତି କି । ହେଲେ ଆମକୁ ତ କିଛି ବୁଝା ପଡୁନି । କାରଣ ସାରା ବିଶ୍ଵ ପ୍ରସିଦ୍ଧ ବୃହତମ ନଦୀ ବନ୍ଧ ହୀରାକୁଦକୁ କିଏ ବା କଣ ପରିଚୟ ଦେବ । ଏହା ତାର ନିର୍ମାଣ କାଳ ଠାରୁ ହିଁ ସାରା ବିଶ୍ବରେ ବୃହତ୍ତମ ନଦୀବନ୍ଧ ଭାବେ ପରିଚିତ ।

ହେଲେ ଲାଗୁଛି ମନୋଜଙ୍କର ନିଜ ଜିଲ୍ଲାକୁ ନେଇ ଜ୍ଞାନର ଅଭାବ ରହିଛି । ପ୍ରଥମେ ସେ ଭଲ ଭାବରେ ଓଡ଼ିଶାକୁ ବୁଝନ୍ତୁ ଆଉ ତା ପରେ ଭାଗ କରିବା କଥା କହିବେ ।