ବିଜେଡିକୁ ବାମ୍ଫ ଦେଇ ରାଜ୍ୟପାଳ ହେବେ ସୌମ୍ୟ! ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ହୋଇଛି ଡିଲ୍, ଜାଣନ୍ତୁ ପୁରା ଖବର

 
Soumya

ବାରମ୍ବାର ଚେଷ୍ଟା କରିବା ପରେ ବି ମନ୍ତ୍ରୀପଦ ପାଇବାରେ ବିଫଳ ହୋଇଛନ୍ତି ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ଏବେ, ଯେତେ ଚେଷ୍ଟା କରିଲେ ମଧ୍ୟ ବିଜେଡ଼ି ପକ୍ଷରୁ ଟିକଟ୍ ମିଳିବା କଷ୍ଟକର ହୋଇପଡିବ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ଏକ ଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିଛନ୍ତି ସୌମ୍ୟ। 

Soumya

ଗୋଟିଏ ପଟେ ବିଜେଡି ଦଳରେ ରହି ସେ ନିଜ ସମ୍ପାଦକୀୟ ମାଧ୍ୟମରେ ଦଳର ସୁପ୍ରିମୋଙ୍କୁ ବ୍ଲାକମେଲ୍ କରୁଥିବା ବେଳେ ଅନ୍ୟପକ୍ଷରେ ବିଜେପି ସହିତ ଭିତିରିଆ ହାତ ମିଳାଇଥିବା ଶୁଣିବାକୁ ମିଳୁଛି। ବିଜେଡ଼ି ବିରୁଦ୍ଧରେ ତାଙ୍କର ସମ୍ପାଦକୀୟତାକୁ ବ୍ୟବହାର କରି ବିଜେପି ଏକ ଭଲ ଅଫର୍ ଦେଇଥିବା ଶୁଣିବାକୁ ମିଳୁଛି। ମନ୍ତ୍ରୀପଦ ନ ହେଲେ ନାହିଁ ଏକ ରାଜ୍ୟର ରାଜ୍ୟପାଳ ଭାବରେ ତାଙ୍କୁ ସ୍ଥାନ ଦିଆଯିବ ବୋଲି କୁଆଡେ ଶୁଣିବାକୁ ମିଳୁଛି। 

Soumya

କେବଳ ସେତିକି ନୁହେଁ ବରଂ ଏଥିନେଇ ତାଙ୍କର ପ୍ରଧାନମନ୍ତ୍ରୀଙ୍କ ସହିତ ଡ଼ିଲ୍ ହୋଇଥିବା ମଧ୍ୟ କୁହାଯାଉଅଛି। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ଜଣେ କେନ୍ଦ୍ରମନ୍ତ୍ରୀ ହିଁ ଏହି ଡ଼ିଲ୍ କରାଇଥିବା ଶୁଣିବାକୁ ମିଳୁଛି। ନିଜେ ମନ୍ତ୍ରୀପଦ ନ ପାଇଲେ ନାହିଁ ପଛେ, ଝିଅକୁ ପଦ୍ମ ଫୁଲ ଧରାଇବାକୁ ବହୁ ଚେଷ୍ଟା କରିଥିଲେ ସୌମ୍ୟ।

କିନ୍ତୁ, ଦିନେ ନିଜ ଦଳ ଭାଙ୍ଗି ବିଜେଡ଼ିକୁ ଆସିବା ପରେ ପୁଣି ପାର୍ଟି ବଦଳାଇବାକୁ ବୋଧେ ସେ ପସନ୍ଦ କରୁନାହାଁନ୍ତି। ତେବେ, ଏହି ସୁବିଧାବାଦୀ ନେତାଙ୍କ ସହିତ ବିଜେପିର ଭିତିରିଆ ମେଣ୍ଟ ଆଗକୁ କିଭଳି ରୂପ ନେଉଛି ତାହା ଦେଖିବା ବାକି ରହିଲା। 

ଆହୁରି ପଢନ୍ତୁ:- ଝିଅ ଓ ତା' ପ୍ରେମିକଙ୍କୁ ମାରି କୁମ୍ଭୀର ଭର୍ତ୍ତି ନଈରେ ଫିଙ୍ଗି ଦେଲେ ପରିବାର ଲୋକେ, ଜାଣନ୍ତୁ ପୂରା ଘଟଣା